କୋଭିଡ୍ ହସ୍ପିଟାଲ ICUରେ ଅଗ୍ନିକାଣ୍ଡ; ୧୩ ରୋଗୀ ମୃତ
Advertisement

କୋଭିଡ୍ ହସ୍ପିଟାଲ ICUରେ ଅଗ୍ନିକାଣ୍ଡ; ୧୩ ରୋଗୀ ମୃତ

ରାତି ପ୍ରାୟ ସାଢେ ୩ଟା ସମୟରେ ବିରରର Vijay Vallabh COVID care hospitalର ICU ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ବ୍ୟତୀତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୌ- ଏଏନ୍ଆଇ

ମୁମ୍ବାଇ: ମୁମ୍ବାଇ ନିକଟସ୍ଥ ପାଲଘରର ଏକ କୋଭିଡ୍ ହସ୍ପିଟାଲରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ସାଢେ ୩ଟା ସମୟରେ ବିରରର Vijay Vallabh COVID care hospitalର ICU ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ବ୍ୟତୀତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ନାସିକରେ ଅକ୍ସିଜେନ ଲିକ୍ (Oxygen leak) ହେତୁ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାର ୨ ଦିନ ନ ବିତୁଣୁ ପାଲଘରରେ ଏପରି ଦୁର୍ଘଟଣା ମହାରାଷ୍ଟ୍ର ସମେତ ସମଗ୍ର ଦେଶକୁ ଦୋହଲାଇ ରଖିଦେଇଛି। ଗତ ବୁଧବାର ଟାଙ୍କିରୁ ଅକ୍ସିଜେନ୍ ଲିକ୍ ହେତୁ ୨୪ ଜଣ କୋରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା  ରୋଗୀଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି।

Also Read: ଲକଡାଉନରେ ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଯୁବକ ଆତୁର, ପୋଲିସ ଦେଲା ଏପରି ଉତ୍ତର

ସେପଟେ ଗୁରୁବାର ବିଳମ୍ବିତ ରାତିରେ ପାଲଘର (Palghar) ଜିଲ୍ଲାର ଭାସାଇ ଭିରାର ପୌରପରିଷଦ Vasai Virar municipal ଅନ୍ତର୍ଗତ Vijay Vallabh COVID care hospitalର ICU ୱାର୍ଡରେ ଅଗ୍ନିକାଣ୍ଡ (Fire in Hospital) ଘଟିଥିଲା। ଏଥିରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ନିଆଁକୁ ଆୟତ୍ତ କରାଯାଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ତେବେ ଉଦ୍ଧାର ହୋଇଥିବା ଅନେକ ରୋଗୀ ଏବେ ବି ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଅଛି।

ଗୁରୁବାର ଦିନ ମହାରାଷ୍ଟ୍ର (Maharastra) ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭୦୧୩ଟି କୋରୋନା (Coronavirus) ର ନୂଆ ମାମଲା ପଞ୍ଜିକୃତ ହୋଇଥିବାବେଳେ ୫୬୮ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ପରେ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ୯୪ ହଜାର ୮୪୦କୁ ବୃଦ୍ଧି ପାଇଛି। ସେପଟେ କୋରୋନାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟରେ ଆଶିଂକ ଲକଡାଉନ ଲଗାଯାଇଛି। ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରା ୧୪୪ ମଧ୍ୟ ଲାଗୁ କରାଯାଇଛି।