ଦେଶର ୨୬ କୋଟି ମୋବାଇଲ୍ ୟୁଜର୍ସ ଧ୍ୟାନ ଦିଅନ୍ତୁ! ଶୀଘ୍ର ବନ୍ଦ ହୋଇପାରେ ଆପଣଙ୍କର ନେଟୱାର୍କ!
Advertisement
Article Detail0/zeeodisha/odisha1371601

ଦେଶର ୨୬ କୋଟି ମୋବାଇଲ୍ ୟୁଜର୍ସ ଧ୍ୟାନ ଦିଅନ୍ତୁ! ଶୀଘ୍ର ବନ୍ଦ ହୋଇପାରେ ଆପଣଙ୍କର ନେଟୱାର୍କ!

Vodafone Idea Customers: କହିରଖୁଛୁ ଯେ ଇଣ୍ଡସ୍ ଟାୱାର ଭୋଡାଫୋନ୍-ଆଇଡିଆ ସହିତ ଟାୱାର ସଂଯୋଗ ସେବା ପ୍ରଦାନ କରେ । ଏହି କମ୍ପାନୀକୁ ଦେବା ପାଇଁ ୭ ହଜାର କୋଟି ଟଙ୍କାର ବକେୟା ଭୋଡାଫୋନ୍-ଆଇଡିଆ ଉପରେ ରହିଛି ।

ସୌ: ସୋସିଆଲ ମିଡିଆ

Mobile Network: ଦେଶର ସର୍ବବୃହତ ମୋବାଇଲ୍ ଗ୍ରାହକ ବେସ ବନାଇଥିବା ଭୋଡାଫୋନ୍-ଆଇଡିଆ କମ୍ପାନୀ ଉପରେ ସଙ୍କଟ ବଢିବାରେ ଲାଗିଛି । ବାସ୍ତବରେ ଭୋଡାଫୋନ୍-ଆଇଡିଆର ଟାୱାର କମ୍ପାନୀଗୁଡିକୁ ଦେବା ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଋଣ ବାକିଅଛି । ୧୦,୦୦୦ କୋଟି ଟଙ୍କା ଋଣ ମଧ୍ୟରୁ ୭ ହଜାର କୋଟି ଋଣ ଟଙ୍କା ବର୍ତ୍ତମାନ କମ୍ପାନୀକୁ ଯଥାଶୀଘ୍ର ଫେରସ୍ତ କରିବାକୁ ପଡିବ । ଯଦି କମ୍ପାନୀ ଏହା କରିବାକୁ ସକ୍ଷମ ନ ହୁଏ, ତେବେ ଏହାର ନେଟୱାର୍କ ଶୀଘ୍ର ବନ୍ଦ ହୋଇପାରେ ।

DoT ଡାଟା ଅନୁଯାୟୀ, ଏପ୍ରିଲ୍ ୨୦୨୨ ଶେଷ ସୁଦ୍ଧା କମ୍ପାନୀର ୨୫୯.୨୧ ମିଲିୟନ୍ (ପ୍ରାୟ ୨୬ କୋଟି) ଗ୍ରାହକ ଥିଲେ । ତେବେ ବର୍ତ୍ତମାନ ସମୟରେ କମ୍ପାନୀର ଗ୍ରାହକ ବେସ ୧.୬ ମିଲିୟନ ହ୍ରାସ ପାଇଛି । ଯଦି କମ୍ପାନୀ ଆସନ୍ତା ମାସରେ ୭ ହଜାର କୋଟି ଟଙ୍କା ଦେବାକୁ ସକ୍ଷମ ନ ହୁଏ, ତେବେ ଏହାର ପ୍ରଭାବ ୨୬ କୋଟି ଗ୍ରାହକଙ୍କ ଉପରେ ସିଧାସଳଖ ପଡ଼ିବ ।

କହିରଖୁଛୁ ଯେ ଇଣ୍ଡସ୍ ଟାୱାର ଭୋଡାଫୋନ୍-ଆଇଡିଆ ସହିତ ଟାୱାର ସଂଯୋଗ ସେବା ପ୍ରଦାନ କରେ । ଏହି କମ୍ପାନୀକୁ ଦେବା ପାଇଁ ୭ ହଜାର କୋଟି ଟଙ୍କାର ବକେୟା ଭୋଡାଫୋନ୍-ଆଇଡିଆ ଉପରେ ଅଛି । ଏହି କମ୍ପାନୀ ବର୍ତ୍ତମାନ ଭୋଡାଫୋନ୍-ଆଇଡିଆକୁ ତାଗିଦ କରି କହିଛି ତା'ର ଟଙ୍କା ଯଥାଶୀଘ୍ର ଫେରିଆବାକୁ ପଡିବ । ଅନ୍ୟଥା, ନଭେମ୍ବରରୁ କମ୍ପାନୀ ସେମାନଙ୍କ ଟାୱାର ବ୍ୟବହାର କରିବାରେ ସକ୍ଷମ ହେବ ନାହିଁ ।

ଯଦି ଏହା ଘଟେ, ତେବେ ଭୋଡାଫୋନ୍-ଆଇଡିଆର ଅସୁବିଧା ବୃଦ୍ଧି ପାଇବ କିନ୍ତୁ ଏହା ରିଲାଏନ୍ସ ଜିଓ ଓ ଏୟାରଟେଲ ପରି ବଡ ବଜାର କମ୍ପାନୀଙ୍କୁ ଲାଭ ଦେବ । କିନ୍ତୁ ପ୍ରଶ୍ନ ହେଉଛି ଏହି ୨୬ କୋଟି ଗ୍ରାହକଙ୍କ ମଧ୍ୟରୁ ଯେଉଁମାନେ ଭୋଡାଫୋନ୍-ଆଇଡିଆର ନେଟୱାର୍କ ବ୍ୟବହାର କରନ୍ତି । ସେମାନେ ମୋବାଇଲ୍ ବ୍ୟବହାର କରିବାକୁ ଅନ୍ୟ କମ୍ପାନୀର ନେଟୱାର୍କକୁ ସ୍ଥାନାନ୍ତର କରିବାକୁ ପଡିବ ।

ଭୋଡାଫୋନ୍-ଆଇଡିଆର ଅବସ୍ଥା ବହୁତ ଦିନ ହେବ କିଛି ଏତେ ଭଲ ନାହିଁ । ନିଜ ସ୍ଥିତିକୁ ସୁଦୃଢ କରିବା ପାଇଁ ଭୋଡାଫୋନ୍-ଆଇଡିଆ ସହ ମିଶ୍ରଣ କରିଥିଲା । କିନ୍ତୁ ଏହି ପ୍ଲାନ ମଧ୍ୟ ଅଧିକ କାମ କରିନଥିଲା, ଯଦିଓ ଏହା ଗ୍ରାହକଙ୍କ ବେସ ବଡ଼ାଇବାରେ ସାହାଯ୍ୟ କରିଥିଲା, କିନ୍ତୁ କମ୍ପାନୀ ଉପରେ ଋଣ ଭାର ବଢ଼ିବାରେ ଲାଗିଥିଲା । କମ୍ପାନୀର ବ୍ୟବସାୟିକ କାର୍ଯ୍ୟକଳାପ ସହିତ ଜଡିତ ଦେୟ ପ୍ରାୟ ୧୫,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଋଣ ଓ ଇକ୍ୱିଟି ମାଧ୍ୟମରେ କମ୍ପାନୀ ୨୦ ହଜାର କୋଟି ଜମା କରିବାକୁ ଚେଷ୍ଟା କରୁଛି କିନ୍ତୁ ଏପର୍ଯ୍ୟନ୍ତ ଏହା ସଫଳ ହୋଇପାରି ନାହିଁ ।

ଏହା ବି ପଢ଼ନ୍ତୁ: Road Accident: ଜାତୀୟ ରାଜପଥରେ ଭୟଙ୍କର ସଡକ ଦୁର୍ଘଟଣା, ବସକୁ ପିଟିଲା ଟ୍ରକ୍, ୬ ମୃତ୍ୟୁ, ୨୫ ଆହତ

ଏହା ବି ପଢ଼ନ୍ତୁ: PFI କୁ ବେଆଇନ ସଂଗଠନ ବୋଲି ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ୫ ବର୍ଷର ବ୍ୟାନ୍