ଲକଡାଉନ୍ ନେଲା ୨୬ ଜୀବନ! ଦୁର୍ଘଟଣାରେ ବୁଡିଲା ପାଣି ଜାହାଜ
Advertisement

ଲକଡାଉନ୍ ନେଲା ୨୬ ଜୀବନ! ଦୁର୍ଘଟଣାରେ ବୁଡିଲା ପାଣି ଜାହାଜ

ଦଙ୍ଗାରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଏହି ଘଟଣାକୁ ସପ୍ତାହେ ନ ପୁରୁଣୁ ବାଂଲାଦେଶରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା। ୨ ଜାହାଜ ଧକ୍କା ହେବାଫଳରେ ୨୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ସୌ- ସୋସିଆଲ ମିଡିଆ

ଢାକା: ବାଂଲାଦେଶ ଉପରୁ ହଟୁନି ସଙ୍କଟ! ପଡୋଶୀ ଦେଶରୁ ଗୋଟିଏ ପରେ ଗୋଟିଏ ଆସିଛି ଦୁଃଖଦ ଖବର। ନିକଟରେ ହୋଇଥିବା ଦଙ୍ଗାରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଏହି ଘଟଣାକୁ ସପ୍ତାହେ ନ ପୁରୁଣୁ ବାଂଲାଦେଶରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା। ୨ ଜାହାଜ ଧକ୍କା ହେବାଫଳରେ ୨୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। 

ରବିବାର ସକାଳେ ବାଂଲାଦେଶର (Bangladesh) ନାରାୟନଗଞ୍ଜ (Narayanganj) ଜିଲ୍ଲାର ସୀତାଲକ୍ଷ ନଦୀ (Shitalakkhya river) ରେ ଗୋଟିଏ ଯାତ୍ରୀବାହୀ ଓ ପଣ୍ୟବାହୀ ଜାହାଜ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଛୋଟ ଯାତ୍ରୀବାହୀ ଜାହାଜଟି ବୁଡି (ferry sinks) ଯାଇଛି। ସେଥିରେ ଯାତ୍ରା କରୁଥିବା ୪୬ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ଜୀବନ୍ତ ଓ ୨୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନଦୀର ପାଣି ପ୍ରବଳ ପ୍ରଦୂଷିତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି।

Also Read: Bijapur Encounter: ଆକ୍ରମଣର ଷଡଯନ୍ତ୍ର ରଚିଥିଲା 'ହିଡମା'!

ଢାକା (Dhaka) ଠାରୁ ବାହାରିବାର ଘଣ୍ଟାଏ ପୂର୍ବରୁ ଦୁର୍ଘଟଣାଟି ଘଟିଥିଲା। ଆଉ ଠିକ୍ ଏହି ସମୟରେ ନଦୀରେ ଝଟ ତୋଫାନ ମଧ୍ୟ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଲା ଏବଂ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇଛି ବୋଲି ଜଣେ ପୋଲିସ ଅଧିକାରୀ କରିଛନ୍ତି। ସେପଟେ ନଦୀରେ ଆହୁରୀ ଅନେକ ଲୋକ ନିଖୋଜ ଥିବା ଅନୁମାନ କରାଯାଉଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲଗାତାର ଉଦ୍ଧାର କାର୍ଯ୍ୟ ଚାଲିଛି।

ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଯାତ୍ରୀବାହୀ ଜାହାଜଟି ଦେଢ ମହଲା ଥିଲା। ସେଥିରେ ୪୬ ଜଣ ଯାତ୍ରୀ ଓ କ୍ରିୟୁ ମେମ୍ବର ଥିଲେ। ଦେଶରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠାରୁ ସମ୍ପୂର୍ଣ୍ଣ ଲକଡାଉନ (Lockdown) ଲାଗୁ କରାଯାଇଛି। ଏହି ସମୟରେ ଦେଶ ଭିତର ସଡକ, ରେଳ ଓ ଜଳଯାତ୍ରା ବନ୍ଦ ରହିବ। ସେଥିପାଇଁ ଯାତ୍ରୀମାନେ ନିଜ ନିଜ ଘରକୁ ଯାଉଥିବା ଅନୁମାନ କରାଯାଉଛି। କିନ୍ତୁ ଦୁର୍ଭାଗ୍ୟ ବଶତଃ ଅଧବାଟରେ ଏହି ଦୁର୍ଘଟଣା ଘଟିଲା।

Also Read: କୋରୋନା ସଂକ୍ରମଣ ରୋକିବାକୁ ଲକଡାଉନ ଏକମାତ୍ର ବିକଳ୍ପ କି ?

ସୂଚନାଯୋଗ୍ୟ, ବାଂଲାଦେଶରେ ଜାହାଜ ଦୁର୍ଘଟଣା (Ship accident) ଏକ ସାଧାରଣ ଘଟଣା। ଦେଶରେ ଶହେରୁ ଅଧିକ ନଦୀରେ ଯାତାୟତ ହୁଏ। ଅଧିକାଂଶ ସମୟରେ ଭିଡ, ଓଭର ଲୋଡିଂ, ଢିଲା ସୁରକ୍ଷା ବ୍ୟବସ୍ଥା, ନିମ୍ନମାନର ଜାହାଜ ପାଇଁ ଦୁର୍ଘଟଣା ଘଟେ। ଗତବର୍ଷ ଜୁନରେ ଦୁଇଟି ଜାହାଜଙ୍କ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୫ ଫେବୃଆରୀ ଦୁର୍ଘଟଣାରେ ୭୮ ଜଣ ପ୍ରାଣ ହରାଇଥିଲେ।