ମହାରାଷ୍ଟ୍ରରେ କୋରୋନା ନେଲା ଆଉ ଏକ ମୁଣ୍ଡ, ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୭
Advertisement

ମହାରାଷ୍ଟ୍ରରେ କୋରୋନା ନେଲା ଆଉ ଏକ ମୁଣ୍ଡ, ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୭

ଏଠାରେ କହି ରଖୁଛୁ ଯେ, ଆଜି ମହାରାଷ୍ଟ୍ରର ମୁମ୍ୱାଇରେ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ସହ ମହାରାଷ୍ଟ୍ରରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହୋଇଯାଇଛି । ମୃତ୍ୟୁ ବରଣ କରିଥିବା ୪୦ ବର୍ଷୀୟ ମହିଳାଙ୍କ ଏମସିଜିଏମ ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା । 

ମହାରାଷ୍ଟ୍ରରେ କୋରୋନା ନେଲା ଆଉ ଏକ ମୁଣ୍ଡ, ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୭

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି ବିଗତ ଦିନରେ ସରକାର ସାରା ଦେଶରେ ଲକ୍ ଡାଉନ୍ କରିଥିଲେ । କିନ୍ତୁ ବିଗତ ୨ ଦିନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି । ଫଳରେ ଆଜି ଅର୍ଥାତ ରବିବାର ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ୱ ପହଞ୍ଚିଛି । ଏଥିରୁ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ମହାରାଷ୍ଟ୍ରରେ ଆଉ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । 

ଏଠାରେ କହି ରଖୁଛୁ ଯେ, ଆଜି ମହାରାଷ୍ଟ୍ରର ମୁମ୍ୱାଇରେ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ସହ ମହାରାଷ୍ଟ୍ରରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହୋଇଯାଇଛି । ମୃତ୍ୟୁ ବରଣ କରିଥିବା ୪୦ ବର୍ଷୀୟ ମହିଳାଙ୍କ ଏମସିଜିଏମ ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା । 

ଅନ୍ୟପକ୍ଷେ କୋରୋନା ମୁକାବିଲା ପାଇଁ ସମସ୍ତେ ସାହାଯ୍ୟର ହାତ ବଢେଇବାକୁ ଲାଗିଛି । ଏହି କ୍ରମରେ ଆଜି ସିବିଆଇ ଅଧିକାରୀମାନେ ଘୋଷଣା କରିଛନ୍ତି ଯେ ସେମାନେ ଗୋଟିଏ ଦିନର ଦରମା ପିଏମ କେୟର୍ସ ଫଣ୍ଡକୁ ପ୍ରଦାନ କରିବେ । ଏହା ପୂର୍ବରୁ ଗତକାଲି ଅର୍ଥାତ ଶନିବାର ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ କୋରୋନା ମୁକାବିଲା ପାଇଁ ପିଏମ କେୟର୍ସ ଫଣ୍ଡରେ ୨୫ କୋଟି ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।