ଦେଶରେ ପ୍ରଥମ ଥର ପାଇଁ ୩ ଲକ୍ଷ ଡେଇଁଲା ଆକ୍ଟିଭ କେସ
Advertisement
Article Detail0/zeeodisha/odisha710416

ଦେଶରେ ପ୍ରଥମ ଥର ପାଇଁ ୩ ଲକ୍ଷ ଡେଇଁଲା ଆକ୍ଟିଭ କେସ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮ ହଜାର ୭୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୫ଶହ ଲୋକଙ୍କ ଜୀବନ ଯାଇଛି ।

ଦେଶରେ ପ୍ରଥମ ଥର ପାଇଁ ୩ ଲକ୍ଷ ଡେଇଁଲା ଆକ୍ଟିଭ କେସ

ନୂଆଦିଲ୍ଲୀ: ସାଂଘାତିକ ହେବ କି କୋରୋନା ସ୍ଥିତି ? ଭାରତରେ ପ୍ରଥମ ଥର ପାଇଁ ୩ ଲକ୍ଷ ଡେଇଁଲା ଆକ୍ଟିଭ କେସ୍ । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଳିଛି । ଆଗକୁ ଆକ୍ଟିଭ କେସ୍ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଇବାର ଆଶଙ୍କା ରହୁଛି । ଯଦି ଏପରି ହୁଏ, ତେବେ ଅଧିକ ସଂଖ୍ୟକ କୋଭିଡ ବେଡ ଆବଶ୍ୟକ ହେବ । କୋରୋନା ମୁକାବିଲା ସରକାରଙ୍କ ପାଇଁ ଏବେ ବଡ଼ ଆହ୍ୱାନ ଭାବେ ମୁଣ୍ଡ ଟେକିସାରିଛି । 

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮ ହଜାର ୭୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୫ଶହ ଲୋକଙ୍କ ଜୀବନ ଯାଇଛି । ଆଉ ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୮ ହଜାର ୨୫୪ରେ ପହଞ୍ଚିସାରିଲାଣି । ଅନ୍ୟପଟେ ୨୩ ହଜାର ୧୭୪ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । 

ତେବେ କୋରୋନା ସଙ୍କଟ ମଧ୍ୟରେ ଆଶ୍ୱସ୍ତିକର ଖବର ଏହା ଯେ, ଏପର୍ଯ୍ୟନ୍ତ ୫ଲକ୍ଷ ୫୩ ହଜାର ୪୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲାଣି । ଏବେ ୩ଲକ୍ଷ ୧ ହଜାର ୬୦୯ଟି ଆକ୍ଟିଭ କେସ ରହିଛି ।