ଚୋରି କରି ବିଳାସମୟ ଜୀବନ ବିତାଉଥିଲା ଥାନେଦାର
Advertisement

ଚୋରି କରି ବିଳାସମୟ ଜୀବନ ବିତାଉଥିଲା ଥାନେଦାର

ଚୋରି କରି ମାସକୁ ଖର୍ଚ୍ଚ କରୁଥିଲେ ଦେଢ ଲକ୍ଷ ଟଙ୍କା

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ହାଇଦ୍ରାବାଦର ୩୩ ବର୍ଷିୟ ଥାନେଦାର ସିଂହ କୌଶୁଭ ନାମକ ଜଣେ ବ୍ୟକ୍ତି ଚୋରି କରି ବିତାଉଥିଲେ ବିଳାସମୟ ଜୀବନ । ଚୋରି କରି ଆଣୁଥିବା ଟଙ୍କାରେ ସେ ମାସକୁ ୩୦ ହଜାର ଟଙ୍କା ଘର ଭଡ଼ାରେ ଦେଇ ରହୁଥିଲେ । ତେବେ କେବଳ ସେତିକି ନୁହଁ ତାଙ୍କର ଦୁଇ ପୁଅଙ୍କୁ ସେ ଇଷ୍ଟରନ୍ୟାସନାଲ ଇଂରାଜୀ ବିଦ୍ୟାଳୟରେ ପାଠ ମଧ୍ୟ ପଢାଉଥିଲେ । ଯାହାର ବାର୍ଷିକ ଖର୍ଚ୍ଚ ୪ ଲକ୍ଷ ଟଙ୍କା । 

କୌଶୁଭକୁ ଧରିବା ପରେ GRP (Government Railway Police) ତାଙ୍କା ପାଖରୁ ନଗଦ ୧୩ ଲକ୍ଷ ଟଙ୍କା କ୍ୟାସ ଓ ୨୭ ଲକ୍ଷ ଟଙ୍କାର ଗହଣା ଜବତ କରିଛି ।

GRPର କହିବା ଅନୁସାରେ କୌଶୁଭ ୨୦୦୪ ମସିହାରୁ ଚୋରି କରି ଆସୁଥିଲେ । ଆଉ ସାଧାରଣତଃ ସେ ଟ୍ରେନରେ ଅଧିକ ସୟମ ଯାତ୍ରା କରିଥିବା ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ ।  ଟ୍ରେନର ରିଜର୍ଭ ବଗିରେ ହେଉ ବା ସାଧାରଣ ବଗିରେ ହେଉ ଟିକଟ କାଟି ଯାଉଥିଲେ । ଆଉ ଗୋଟିଏ ଟ୍ରିପରେ ପାଖାପାଖି ୨୦ ହଜାର ଟଙ୍କାର ସୁନା ଗହଣା ସହିତ ଟଙ୍କା ପଇସା ଚୋରି କରୁଥିଲେ । ଆଉ ଏହି ଭଳି ଚୋରି କରିବା ପାଇଁ ସେ ମାସକୁ ୮ଟି ଟ୍ରିପର ପ୍ଲାନ କରୁଥିଲେ । 

fallback

୨୦୦୪ ମସିହାରୁ ଚୋରି କରିଆସୁଥିବା କୌଶୁଭ ପାଖାପାଖି ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଚୋରି କରିସାରିଥିବାବେଳେ ୪୦୦ ଅପରାଧିକ ମାମଲାରେ ତାଙ୍କ ନାମ ସାମିଲ ଅଛି । ଚୋରି ବ୍ୟତୀତ ସେ କ୍ରିକେଟ ଖେଳ ସମୟରେ ବେଟିଂ କରିଥାଆନ୍ତି । 

ସେ ୨୦୧୫ ମସିହାରୁ ପୋଲିସକୁ ଚଖମା ଦେଇଚାଲିଥିବା କହିଛି GRP । କୌଶୁଭଙ୍କ ନିଜ ଘର ଉତ୍ତର ପ୍ରଦେଶର ଅଲିଗଡ଼ ଜିଲ୍ଲାରେ । ସେ ୨୦୦୭ ଓ ୨୦୧୧ରେ ଗିରଫ ହୋଇଥିବା ବେଳେ ବ୍ୟବହାର କରୁଥିବା ଦୁଇ ଚକିଆ ଗାଡ଼ି ପାଇଁ ସେ ବର୍ତ୍ତମାନ ଧରା ପଡିଛନ୍ତି ।