Road Accident: ଭୟଙ୍କର ଦୁର୍ଘଟଣା, ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ ଚଢିଗଲା ପିକ୍ ଅପ୍ ଭ୍ୟାନ୍
Advertisement
Article Detail0/zeeodisha/odisha2273815

Road Accident: ଭୟଙ୍କର ଦୁର୍ଘଟଣା, ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ ଚଢିଗଲା ପିକ୍ ଅପ୍ ଭ୍ୟାନ୍

Road Accident:  କ୍ଷଣିକ ମଧ୍ୟରେ ଲିଭିଗଲା ୪ ଜୀବନ ଦୀପ । ଗରମ ଯୋଗୁଁ ରାସ୍ତା କଡ଼ରେ ଏକ ଗଛମୂଳେ କିଛି ଗ୍ରାମବାସୀ ବସିଥିବା ବେଳେ ସେମାନଙ୍କ ଉପରେ ଚଢିଗଲା ପିକ୍ ଅଫ୍ ଭ୍ୟାନ୍ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । 

Road Accident: ଭୟଙ୍କର ଦୁର୍ଘଟଣା, ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ ଚଢିଗଲା ପିକ୍ ଅପ୍ ଭ୍ୟାନ୍

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଲିଭିଗଲା ୪ ଜୀବନ ଦୀପ । ଗରମ ଯୋଗୁଁ ରାସ୍ତା କଡ଼ରେ ଏକ ଗଛମୂଳେ କିଛି ଗ୍ରାମବାସୀ ବସିଥିବା ବେଳେ ସେମାନଙ୍କ ଉପରେ ଚଢିଗଲା ପିକ୍ ଅଫ୍ ଭ୍ୟାନ୍ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।  କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଉତ୍ତରପ୍ରଦେଶର ବୁଡାଉନ୍ ରେ ଘଟିଛି ଏହି ଛାତିଥରା ଦୁର୍ଘଟଣା।

ALSO READ: Road Accident: ଭାରସାମ୍ୟ ହରାଇ କାର୍ କୁ ପିଟିଲା ଟ୍ରକ୍ , ଘଟଣାସ୍ଥଳରେ ୩ ମୃତ, ଜଣେ ଆହତ

ସୂଚନା ଅନୁସାରେ,  କୋଟଓ୍ବାଲି ବିସାଉଲି (Kotwali Bisauli) ଅଞ୍ଚଳର କିଛି ଲୋକେ ପାଇଗା ଭିକମପୁର ଗାଁର ଏକ ରାସ୍ତା କଡରେ ଥିବା ଏକ ଗଛମୂଳେ ଆଜି ଅପରାହ୍ନ ସମୟରେ ବସି ତାସ୍ ଖେଳୁଥିଲେ। ଏହି ସମୟରେ , ସେହି ରାସ୍ତା ଦେଇ ଯାଉଥିବା ଏକ ପିକ୍ ଅପ୍ ଭ୍ୟାନ୍ ଟି ଭାରସାମ୍ୟ ହରାଇ ସେମାନଙ୍କ ଉପରକୁ ମାଡି଼ ଆସିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଉଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ସେପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ କାବୁ କରିଛନ୍ତି ଗାଁଲୋକେ। ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି।

 
ସେହିପରି, ଗତକାଲି ମଧ୍ୟ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଉତ୍ତରପ୍ରଦେଶର ଆମେଠି ଜିଲ୍ଲାର କାମରାଉଲି ଅଞ୍ଚଳରେ ଘଟିଛି। ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି। ସୂଚନା ଅନୁସାରେ, ଆମେଠି ଜିଲ୍ଲାରେ ତିନି ଜଣ ଶିଶୁ ନିଜ ଘରର ଡ୍ରାଇଭରଙ୍କ ସହ କୌଣସି ଏକ କାମରେ ଘରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲେ। କିନ୍ତୁ ତାଙ୍କ କାରଟି ଲକ୍ଷ୍ମୌ-ବାରଣାସୀ ରାସ୍ତାରେ ପହଞ୍ଚିବା ସମୟରେ ହଠାତ୍ ଏକ ଟ୍ରକ୍ ଟି ଭାରସାମ୍ୟ ହରାଇ କାର୍ ଉପରକୁ ମାଡି ଆସିଥିଲା। ଫଳରେ ଦୁର୍ଘଟଣା ଘଟିଥିଲ। ପରେ, ଘଟଣାସ୍ଥଳରେ ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ମଧ୍ୟରୁ ତିନି ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇବା ସହିତ। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଛି। ତେବେ, ମୃତ ତିନି ଶିଶୁ ହେଲେ  ଆଫ୍ରିନ୍ (୧୩) ଫାତିମା (୧୪) ଓ ଫାରିସ୍ (୮)।  ପୋଲିସ୍ ଏହି ଘଟଣାରେ କାର ଓ ଟ୍ରକକୁ ଜବତ କରିବା ସହ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି।