ଦୁର୍ଗମ ଅଞ୍ଚଳରେ 4G ଆଧାରିତ ମୋବାଇଲ୍ ସେବା ଯୋଗାଇବା ପାଇଁ USOF ଅଧିନରେ ଏକ ଯୋଜନା କାର୍ଯ୍ୟକାରୀ ହେବ।
Trending Photos
ନୂଆଦିଲ୍ଲ: ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଓଡିଶା ପ୍ରଭୃତି ଦେଶର ୫ ରାଜ୍ୟର ଆକାଂକ୍ଷା ଜିଲ୍ଲାରେ ମୋବାଇଲ୍ ସେବା ପହଞ୍ଚିନଥିବା ଗ୍ରାମରେ ମୋବାଇଲ୍ ସେବା ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ USOF ଯୋଜନାକୁ ଅନୁମୋଦନ କରିଛି। ଏହି ୫ ରାଜ୍ୟର ୪୪ ଆକାଂକ୍ଷା ଜିଲ୍ଲାରେ ଅବସ୍ଥିତ ୭୨୮୭ ଗ୍ରାମରେ ଆନୁମାନିକ ୬୪୬୬ କୋଟି ଟଙ୍କା ବ୍ୟୟରେ 4G ଆଧାରିତ ମୋବାଇଲ୍ ସେବା ଯୋଗାଇ ଦିଆଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ କମିଟି ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଓଡିଶା ପ୍ରଭୃତି ୫ ରାଜ୍ୟର ଆକାଂକ୍ଷା ଜିଲ୍ଲାରେ ମୋବାଇଲ୍ ସେବା ପହଞ୍ଚିନଥିବା ଗ୍ରାମରେ ମୋବାଇଲ୍ ସେବା ଯୋଗାଇବା ପାଇଁ ଅନୁମୋଦନ କରାଯାଇଛି। ଏହି ଗ୍ରାମରେ 4G ଆଧାରିତ ମୋବାଇଲ୍ ସେବା ଯୋଗାଇବା ପାଇଁ USOF ଅଧିନରେ ଏକ ଯୋଜନା କାର୍ଯ୍ୟକାରୀ ହେବ।
ଏହି ପରିଯୋଜନା ଅଧିନରେ ଦେଶର ଏହି ୫ ରାଜ୍ୟର ଆକାଂକ୍ଷା ଜିଲ୍ଲାରେ ୭୨୮୭ ଗ୍ରାମ ରହିଛି ଯେଉଁଠି ମୋବାଇଲ୍ ସେବା ପହଞ୍ଚି ପାରିନାହିଁ। ସେଠାରେ ମୋବାଇଲ୍ ସେବା ପହଞ୍ଚାଇବା ପାଇଁ ପ୍ରାୟ ୬୪୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ମଧ୍ୟରେ ୫ ବର୍ଷ ପାଇଁ ପରିଚାଳନା ଖର୍ଚ୍ଚ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଏହି ପ୍ରକଳ୍ପକୁ Universal Service Obligation Fund (USOF) ଠାରୁ ଅର୍ଥ ପ୍ରଦାନ କରାଯିବ। ଏନେଇ ଚୁକ୍ତିନାମା ସ୍ୱାକ୍ଷର ହେବାର ୧୮ ମାସ ମଧ୍ୟରେ ଅର୍ଥାତ୍ ୨୦୨୩ ନଭେମ୍ବର ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ।
ଆକାଂକ୍ଷା ଜିଲ୍ଲାରେ ଅବସ୍ଥିତ ଯେଉଁ ଗ୍ରାମରେ ମୋବାଇଲ୍ ସେବା ଉପଲବ୍ଧ ନାହିଁ ସେଠାରେ ଖୋଲା ପ୍ରତିଯୋଗିତାମୂଳକ ନିଲମୀ ପ୍ରକ୍ରିୟା ମାଧ୍ୟମରେ ବଣ୍ଟନ କରାଯିବ। USOF ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବ୍ୟବସ୍ଥା ଅଧିନରେ ଏହି ପ୍ରକ୍ରିୟା ସମାପ୍ତ ହେବ।
#Cabinet approves Universal Service Obligation Fund (USOF) scheme for the provision of mobile services in Uncovered Villages of Aspirational Districts across five states of Andhra Pradesh, Chhattisgarh, Jharkhand, Maharashtra #CabinetDecisions
Read: https://t.co/xDZEo56ltp pic.twitter.com/honEwizlUe
— PIB India (@PIB_India) November 17, 2021
ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଓଡିଶା ପ୍ରଭୃତି ଦେଶର ୫ ରାଜ୍ୟର ଆକାଂକ୍ଷା ଜିଲ୍ଲାରେ ଏପରି ଅନେକ ଗାଁ ଗଣ୍ଡା ତଥା ଦୁର୍ଗମ ଅଞ୍ଚଳ ରହିଛି ମୋବାଇଲ୍ ସେବା ପହଞ୍ଚି ପାରିନାହିଁ। ସେଠାରେ ଏହି ସୁବିଧା ପହଞ୍ଚାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଡିଜିଟାଲ୍ ସଂଯୋଗ ବ୍ୟବସ୍ଥାକୁ ବଢାଇବ ଯାହା ଦ୍ୱାରା ଆତ୍ମନିର୍ଭରଶୀଳତା, ଶିକ୍ଷଣ ସୁବିଧା, ସୂଚନା ଏବଂ ଜ୍ଞାନର ପ୍ରସାର, କୌଣଳ ବିକାଶ, ବିପର୍ଯ୍ୟୟ ପରିଚାଳନା, ଇ-ଶାସନ ବ୍ୟବସ୍ଥା, ଉଦ୍ୟୋଗ ପ୍ରତିଷ୍ଠା ଏବଂ ବାଣିଜ୍ୟ ସୁବିଧା ତଥା ନିଯୁକ୍ତି ସୁଯୋଗ ପାଇଁ ଶିକ୍ଷାନୁଷ୍ଠାନକୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ, ସ୍ୱଦେଶୀ ଉତ୍ପାଦନ, ଆତ୍ମନିର୍ଭରଶୀଳ ଭାରତ ପଦେକ୍ଷେପକୁ ଉତ୍ସାହିତ କରିବା ସହିତ ଡିଜିଟାଲ୍ ଇଣ୍ଡିଆ ଦ୍ୱାରା ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ପୂରଣ ହେବ।