ସୁରକ୍ଷାବଳକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ଟଳିପଡିଲେ ୫ ନକ୍ସଲ
Advertisement

ସୁରକ୍ଷାବଳକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ଟଳିପଡିଲେ ୫ ନକ୍ସଲ

ମହାରାଷ୍ଟ୍ରରେ ସି୬୦ କମାଣ୍ଡୋଙ୍କ ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ୫ ନକ୍ସଲ ଟଳିପଡିଛନ୍ତି। 

ସୁରକ୍ଷାବଳକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ଟଳିପଡିଲେ ୫ ନକ୍ସଲ

ରାୟପୁର: ପଡୋଶୀ ଛତିଶଗଡ (Chhattishgarh) ର ରାଜନନ୍ଦନଗାଓଁ (Rajnandnagaon) ଜିଲ୍ଲାକୁ ଲାଗିଥିବା ମହାରାଷ୍ଟ୍ର (Maharsatra) ର ଗଡଚିରୋଲି (Gandchiroli) ଜିଲ୍ଲାରେ ପୋଲିସ-ନକ୍ସଲ (Police-Naxlite) ଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର (Encounter) ରେ  ସୁରକ୍ଷାବଳକୁ ମିଳିଛି ବଡ ସଫଳତା। ଏହି ଗୁଳିବିନମୟରେ ୫ ନକ୍ସଲଙ୍କ ମୃତ୍ୟୁ ହୋଇଛି। 

ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୩ ମହିଳା ଅଛନ୍ତି। ନକ୍ସଲଙ୍କ ବିରୁଦ୍ଧରେ ହୋଇଥିବା ଏହିଅପରେସନକୁ ସ୍ପଷ୍ଟ କରିଛନ୍ତି ଗଡଚିରୋଲି ପୋଲିସ୍ ଅଧିକ୍ଷକ ଅଙ୍କିତ ଗୋୟଲ (Gadchiroli SP Ankit Goyal)। ଏନେଇ  ସେ କହିଛନ୍ତି ଏଠାକାର ଧାନୋରା ଅଞ୍ଚଳରେ ଅବସ୍ଥିତ ଜଙ୍ଗଲରେ ନକ୍ସଲ ଗୋଷ୍ଠୀଙ୍କ ସହ ସି୬୦ କମାଣ୍ଡୋ (C60 Commando) ବାହିନୀ ମୁହାଁମୁହିଁ ହୋଇଥିଲା। ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ଅନେକ ମାତ୍ରାରେ ନକ୍ସଲ ସାମଗ୍ରୀ ଜବତ କରାଯାଇଛି।

ଗତ ଅକ୍ଟୋବର ୧୬ ତାରିଖରେ ଛତିଶଗଡର ଦାନ୍ତେୱାଡା (Dantewada) ଜିଲ୍ଲାର ତେଲାମ ପୂଜରିପାଲ ଜଙ୍ଗଲରେ ୨ ନକ୍ସଲଙ୍କୁ ଗିରଫ କରିଥିଲା ଡିଷ୍ଟ୍ରିକ ରିଜର୍ଭ ଗାର୍ଡ-ଡିଆରଜି (DRG-District Reserve Guard)। କୁମ୍ବିଂ ଅପରେସନ (Cumbing Operation) କରୁଥିବା ସମୟରେ ସେମାନଙ୍କର ନକ୍ସଲ ଗୋଷ୍ଠୀ ସହ ଗୁଳି ବିନିମୟ ହୋଇଥିଲା। ଏହା ପରେ ଡିଆରଜି ଯବାନ ୨ ନକ୍ସଲଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ଟିଫିନ୍ ବୋମା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିଲେ।

ଏହା ସହିତ ଅକ୍ଟୋବର ୧୭ ତାରିଖରେ ଲୋନ ବାରାଟୁ ଅଭିଯାନ (Lone Varatu Campaign) ଅଧିନରେ ୩ ନକ୍ସଲ ଦନ୍ତେୱାଡାରେ ଆତ୍ମସମର୍ପଣ କରିଥିଲେ। ସେମାନେ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ମୁୟା ପୋଡିୟାମି ନାମକ ନକ୍ସଲି ଉପରେ ୧ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲ। ଏହି ଅଭିଯାନ ମାଧ୍ୟରେ ଏପର୍ଯ୍ୟନ୍ତ ୧୧୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କ ମୁଣ୍ଡରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।