Advertisement
Article Detail0/zeeodisha/odisha718556

ଭାରତୀୟ ବାୟୁସେନାରେ ସାମିଲ ହେବ ରାଫାଲ, ବୁଧବାର ପହଞ୍ଚିବ ୫ ଲଢୁଆ ବିମାନ

ଲଦାଖରେ ଚୀନ(China) ପକ୍ଷରୁ ଯୁଦ୍ଧ ପରିସ୍ଥିତି ସମୟରେ ଭାରତ ନିଜର ଶକ୍ତିକୁ ଆହୁରି ମଜବୁତ କରିପାରିଛି। ଫ୍ରାନ୍ସରେ ନିର୍ମିତ ରାଫାଲ(Rafale) ଲଢୁଆ ବିମାନକୁ ବାୟୁସେନାରେ ସାମିଲ ହେବାକୁ ଯାଉଛି। ଏହି ବିମାନ ଗୁଡ଼ିକ ଭାରତ ଅଭିମୁଖେ ଆଜି ଫ୍ରାନ୍ସରୁ ଉଡ଼ାଣ ଭରିଛନ୍ତି। 

ଭାରତୀୟ ବାୟୁସେନାରେ ସାମିଲ ହେବ ରାଫାଲ, ବୁଧବାର ପହଞ୍ଚିବ ୫ ଲଢୁଆ ବିମାନ

ନୂଆଦିଲ୍ଲୀ: ଲଦାଖରେ ଚୀନ(China) ପକ୍ଷରୁ ଯୁଦ୍ଧ ପରିସ୍ଥିତି ସମୟରେ ଭାରତ ନିଜର ଶକ୍ତିକୁ ଆହୁରି ମଜବୁତ କରିପାରିଛି। ଫ୍ରାନ୍ସରେ ନିର୍ମିତ ରାଫାଲ(Rafale) ଲଢୁଆ ବିମାନକୁ ବାୟୁସେନାରେ ସାମିଲ ହେବାକୁ ଯାଉଛି। ଏହି ବିମାନ ଗୁଡ଼ିକ ଭାରତ ଅଭିମୁଖେ ଆଜି ଫ୍ରାନ୍ସରୁ ଉଡ଼ାଣ ଭରିବେ। ବୁଧବାର ସୁଦ୍ଧା ଭାରତରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ହରିଆଣାର ଅମ୍ବାଲା ବିମାନଘାଟିରେ ଅବତରଣ କରିବ ବୋଲି ସୂଚନା ରହିଛି। 

ସୂଚନାଯୋଗ୍ୟ ଅମ୍ବାଲା ବିମାନ ଘାଟି ପାକିସ୍ତାନ ସୀମା ଠାରୁ ୨୦୦ କିଲୋମିଟର ଦୂରରେ ଥିବା ବେଳେ ଚୀନ ଠାରୁ ଏହାର ଦୂରତା ୩୦୦ କିମି। ଆଜି ଫ୍ରାନ୍ସର ଏୟାରବେଶରୁ ଉଡ଼ାଣ ଭରିଛି ଏହି ୫ ରାଫେଲ ବିମାନ। ଏହି ୫ ବିମାନ ଭାରତ ଆସିବା ରାସ୍ତାରେ ୟୁନାଇଟେଡ଼ ଆରବ ଏମିରେଟରେ ମଧ୍ୟ କିଛି ସମୟ ପାଇଁ ଅବତରଣ କରିବ। ୟୁନାଇଟେଡ଼ ଆରମ୍ବ ଏମିରେଟସର ଅଲ ଡାଫରା ବିମାନ ଏହି ରାଫାଲ ବିମାନବନ୍ଦରରେ ଅବତରଣ କରିବ। ଏହି ବନ୍ଦର ଫ୍ରାନ୍ସ ଏୟାରଫୋର୍ସ ଦାୟିତ୍ୱରେ ରହିଛନ୍ତି। 

ଅଲ ଡାଫରା ବିମାନ ବନ୍ଦରରେ ୫ଟି ଯାକ ରାଫେଲ ବିମାନ ବନ୍ଦରରେ ଯାନ୍ତ୍ରିକ ଯାଞ୍ଚ କରାଯିବ। ଏହା ସହିତ ଇନ୍ଧନ ମଧ୍ୟ ଭରାଯିବ ବୋଲି ସୂଚନା ରହିଛି। ଏହା ପରେ ରାଫାଲ ବିମାନ ଗୁଡ଼ିକ ଭାରତ ଅଭିମୁଖେ ଉଡ଼ାଣ ଭରିବ। ଆସନ୍ତା ୨୯ ତାରିଖ ସକାଳେ ଭାରତରେ ବିମାନ ଗୁଡ଼ିକ ଅବତରଣ କରିବ ବୋଲି ସୂଚନା ରହିଛି। ଫ୍ରାନ୍ସ ସହିତ ଭାରତ ୩୬ ଟି ରାଫାଲ ବିମାନ କିଣିବାକୁ ଚୁକ୍ତି କରିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ୫ଟି ରାଫାଲ ବିମାନ ଭାରତକୁ ହସ୍ତାନ୍ତର କରିବ ଫ୍ରାନ୍ସ। 

Add Zee News as a Preferred Source

ଭାରତରେ ଏହି ରାଫାଲ ବିମାନ ଗୁଡ଼ିକ ପହଞ୍ଚିବା ପରେ ତାକୁ ସଜାଯାଇ ସ୍ୱାଗତ କରାଯିବାର ବ୍ୟବସ୍ଥା କରାଯିବ। ଏଥିରେ ସ୍କେଲ୍ପ, ମେଟେଓର ଓ ହାମର ମିଶାଇଲକୁ ମଧ୍ୟ ସାମିଲ କରାଯିବ। ତେବେ ରାଫେଲର ପ୍ରଥମ ସ୍କ୍ୱାର୍ଡନ ହରିଆଣାର ଅମ୍ବାଲାରେ ଥିବା ବେଳେ ଦ୍ୱିତୀୟଟି ପଶ୍ଚିମବଙ୍ଗର ହୋଶିମରାରେ ରହିଛି। 

ତେବେ ଆଜି ଏହି ବିମାନ ଗୁଡ଼ିକ ଭାରତ ଅଭିମୁଖେ ଉଡ଼ାଣ ଭରିବା ପରେ ଭାରତୀୟ ଦୁତାବାସ କହିଛନ୍ତି କି, ନୂଆ ରାଫାଲ ବିମାନ ଭାରତୀୟ ବାୟୁସେନାର ଶକ୍ତି ଆହୁରି ମଧ୍ୟ ବଢାଇବ। ଏହାର ଫାଇଦା ଭାରତର ଯ଼ୁଦ୍ଧ ରଣନୀତିରେ ସହାୟକ ହେବ ବୋଲି ସେ କହିଛନ୍ତି। ରାଫାଲଙ୍କ ଆସିବା ସହିତ ନିଶ୍ଚିତ ଭାବରେ ଭାରତୀୟ ବାୟୁସେନାର ଶକ୍ତିରେ ଅଦୃଶ୍ୟ ବୃଦ୍ଧି ଘଟିବ। ରାଫାଲଠାରୁ ଲମ୍ବା ଦୁରତାରୁ ମଧ୍ୟ ଶତ୍ରୁ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇପାରିବ । ଭାରତୀୟ ବାୟୁସେନାରେ ସମୁଦାୟ ୩୬ ରାଫେଲ ଆସିବ, ଯାହା ଆସନ୍ତା ଦୁଇ ବର୍ଷ ମଧ୍ୟରେ ପୂରଣ ହେବ ବୋଲି ଆଶା କରାଯାଉଛି ।

About the Author