680 କାଶ୍ମୀର ପଣ୍ଡିତଙ୍କ ହତ୍ୟା, 200 ମାମଲା ଦାୟର, ଜଣେ ବି ଦୋଷୀଙ୍କୁ ମିଳିନି ସଜା: ଯେତେବେଳେ କଂଗ୍ରେସ କରିଥିଲା ଆତଙ୍କବାଦୀଙ୍କ ସହ ମିଶି କାମ
Advertisement
Article Detail0/zeeodisha/odisha1137137

680 କାଶ୍ମୀର ପଣ୍ଡିତଙ୍କ ହତ୍ୟା, 200 ମାମଲା ଦାୟର, ଜଣେ ବି ଦୋଷୀଙ୍କୁ ମିଳିନି ସଜା: ଯେତେବେଳେ କଂଗ୍ରେସ କରିଥିଲା ଆତଙ୍କବାଦୀଙ୍କ ସହ ମିଶି କାମ


ଭାବିଲେ ଦେଖି, ସେହି ଲକ୍ଷ ଲକ୍ଷ କାଶ୍ମୀରୀ ପଣ୍ଡିତଙ୍କ ଉପରେ କ'ଣ ବିତୁଥିବ ଯେଉଁମାନଙ୍କୁ ଏ ଆତଙ୍କବାଦୀଙ୍କ ପାଇଁ ନିଜ ଘର, ନିଜ କାମ, ନିଜ ଭିଟାମାଟି ସବୁ ଛାଡ଼ିବାକୁ ପଡ଼ିଥିଲା। ମନମୋହନ ସିଂହଙ୍କ ସହ ୟାସିନ ମଲିକର ସାକ୍ଷାତକୁ ନେଇ ଆଜି ବି କ୍ଷମତା ଅଳିନ୍ଦରେ ହୁଏ ଚର୍ଚ୍ଚା। 

680 କାଶ୍ମୀର ପଣ୍ଡିତଙ୍କ ହତ୍ୟା, 200 ମାମଲା ଦାୟର, ଜଣେ ବି ଦୋଷୀଙ୍କୁ ମିଳିନି ସଜା: ଯେତେବେଳେ କଂଗ୍ରେସ କରିଥିଲା ଆତଙ୍କବାଦୀଙ୍କ ସହ ମିଶି କାମ

କାଶ୍ମୀରରେ ହିନ୍ଦୁ ନରସଂହାର ଏବଂ ପଳାୟନର ଅନ୍ତହୀନ କାହାଣୀର ଗୋଟିଏ ସତ ଏଇଆ ଯେ ୯୦ ଦଶକରେ କାଶ୍ମୀରୀ ପଣ୍ଡିତଙ୍କ ଉପରେ ଅତ୍ୟାଚାର ହେବା ସତ୍ତ୍ୱେ ସେମାନେ ମଝିରେ ମଝିରେ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେତେବେଳେ ମଧ୍ୟ ଇସଲାମୀ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିଲେ। କାଶ୍ମୀର ଉପତ୍ୟକାରେ ପୋଲିସ ଏତେ ହାତବାନ୍ଧି ବସିଥିଲା ଯେ ଆତଙ୍କବାଦୀଙ୍କ ବିରୋଧରେ ବର୍ଷ ବର୍ଷ ଧରି ନରସଂହାରର କୌଣସି ମାମଲା ରୁଜୁ ହୋଇ ନ ଥିଲା। ଆଉ ଯେଉଁ 200 ମାମଲା ରୁଜୁ ହୋଇଥିଲା, ସେସବୁର ଚାର୍ଜଶିଟ୍ ମଧ୍ୟ କେବେ ହେଲେ ପ୍ରସ୍ତୁତ ହେବାକୁ ଦିଆ ଯାଇନଥିଲା। ଆଉ ଯେତେବେଳେ ୧୯୯୮ ମସିହାରେ ୨୩ କଶ୍ମୀରୀ ପଣ୍ଡିତଙ୍କ ପ୍ରତିନିଧିମଣ୍ଡଳ ଶ୍ରୀନଗରର ସ୍ଥିତି ଦେଖିବାକୁ ପହଞ୍ଚିଥିଲେ, ସେମାନଙ୍କୁ ମଧ୍ୟ ଗାନ୍ଦରବଲରେ ରାତାରାତି ହତ୍ୟା କରାଗଲା। ଫାରୁକ ଅବଦୁଲ୍ଲା ମିଡିଆରେ ବୟାନ ଦେଇଥିଲେ, ଏଠାକୁ ଆଉ କାଶ୍ମୀରୀ ହିନ୍ଦୁଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ନୁହେଁ। ଏହାକୁ କ'ଣ ସେ ଅସ୍ୱୀକାର କରି ପାରିବେ?

୬୮୦ କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ 'କାଶ୍ମୀର ସଂଘର୍ଷ ସମିତି' ଅଧ୍ୟକ୍ଷ ସଞ୍ଜୟ ଟିକ୍କୁ ବୟାନ ଦେଇଛନ୍ତି। ଆଜିପର୍ଯ୍ୟନ୍ତ ଅପରାଧୀଙ୍କୁ ଦଣ୍ଡ ନ ମିଳିବା ଆଇନ ତଥା ରାଜନୈତିକ ବିଫଳତା ବୋଲି ସେ ଦର୍ଶାଇଛନ୍ତି। ସେ କହିଛନ୍ତି ୬୫୦ କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଘଟିଛି। ମାତ୍ର କେଉଁଠାରେ ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ୨୦୦ ରୁ ଅଧିକ FIR ରୁଜୁ ହୋଇଛି, ଯେଉଁଥିରେ ଗୋଟିଏ ବି ଚାର୍ଜଶିଟ୍ ଦାଖଲ ହୋଇନାହିଁ। ବିଟ୍ଟା କରାଟେ ପ୍ରମାଣ ଅଭାବରୁ ଖଲାସ ହୋଇଗଲା, ଯେତେବେଳେ କି ସେ ନିଜେ ହିଁ କହିଥିଲା, ''ମୁଁ ୨୦-୨୫ ଜଣ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଛି'' ବୋଲି।

ମନମୋହନ ସରକାର ପୁନର୍ବାର କାଶ୍ମୀରୀ ପଣ୍ଡିତଙ୍କୁ କଲେ କ୍ଷତାକ୍ତ
କାଶ୍ମୀର ଉପତ୍ୟକାରୁ ବିତାଡ଼ିତ ହେବାପରେ ମଧ୍ୟ କାଶ୍ମୀରୀ ପଣ୍ଡିତମାନେ ବହୁ ବର୍ଷ ଧରି ନିଜ ଭିଟାମାଟିକୁ ଫେରିବା ଆଶାରେ ରହିଥିଲେ। ସେପଟେ ୨୦୦୬ ରେ କିଛି ଏପରି ଘଟିଥିଲା ଯାହା କାଶ୍ମୀରୀ ପଣ୍ଡିତଙ୍କ କ୍ଷତରେ ମଲମ ଲଗାଇବା ପରିବର୍ତ୍ତେ ସେଥିରେ ଲୁଣ ଛାଟିବା କାମ କରିଥିଲା। ସେତେବେଳ କ୍ଷମତାରେ ଥିଲେ ମନମୋହନ ସରକାର। ଯେତେବେଳେ ପ୍ରଧାନମନ୍ତ୍ରୀ ଥାଇ ମଧ୍ୟ ମନମୋହନ ସିଂହ କାଶ୍ମୀରୀ ପଣ୍ଡିତଙ୍କ ନରସଂହାରର ସବୁଠୁ କୁଖ୍ୟାତ ଅଭିଯୁକ୍ତ ୟାସିନ ମଲିକକୁ ଭେଟିଥିଲେ ଏବଂ ୧୮ ସଦସ୍ୟ ବିଶିଷ୍ଟ ପାନେଲର ସଦସ୍ୟ ବି କରିଥିଲେ, ଯେଉଁମାନେ ଆତଙ୍କବାଦୀଙ୍କ ସହ ଆଲୋଚନା କରିବେ। ମାନେ ସିଧା କଥାରେ କହିବାକୁ ଗଲେ, ୟାସିନ ମଲିକ ଗୋଟିଏ ପଟେ ଡାହାଣୀ ହୋଇ ଲାଗୁଥିଲା ତ ଆଉ ଗୋଟିଏ ପଟେ ଗୁଣିଆ ହୋଇ ଝାଡୁଥିଲା। ଏହି ଆଲୋଚନାରେ ୟାସିନ ମଲିକର ସେହିକଥାକୁ ମଧ୍ୟ ପ୍ରାଧାନ୍ୟ ଦିଆ ଯାଇଥିଲା, ଯେଉଁଥିରେ ସେ କହିଥିଲା, ''କାଶ୍ମୀର ସହ ଜଡ଼ିତ ନିଷ୍ପତ୍ତି ନେବାପାଇଁ ରାଜନୈତିକ ଶକ୍ତି ସହ ଆତଙ୍କବାଦୀଙ୍କ କଥାକୁ ବି ଶୁଣିବା ଦରକାର।''

ଥରେ ଭାବନ୍ତୁ ! ସେହି ଲକ୍ଷ ଲକ୍ଷ କାଶ୍ମୀରୀ ପଣ୍ଡିତଙ୍କ ମନ ସେତେବେଳେ କି ଅବସ୍ଥା ଦେଇ ଗତି କରୁଥିବ, ଯେତେବେଳେ ସେମାନେ ଏହି ଆତଙ୍କବାଦୀଙ୍କ ଯୋଗୁଁ ହିଁ ନିଜ ଘର, ନିଜ କାମ ଏବଂ ନିଜ ଭିଟାମାଟି ପର୍ଯ୍ୟନ୍ତ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ। ମନମୋହନ ସିଂହଙ୍କ ସହିତ ୟାସିନର ସାକ୍ଷାତକୁ ନେଇ ଆଜି ବି ଚର୍ଚ୍ଚା ହୁଏ। ସେହି ସବୁ ଚିତ୍ରକୁ ଶେୟାର କରାଯାଏ, ଯେଉଁଥିରେ ଉଭୟ ପରସ୍ପରକୁ ଦେଖି ମୁରୁକି ହସୁଛନ୍ତି ଆଉ ହାତ ମିଳାଉଛନ୍ତି। ଏବେ 'ଦ କାଶ୍ମୀର ଫାଇଲ୍ସ' ଆସିବା ପରେ ତ ଏହି ପ୍ରସଙ୍ଗ ଅନ୍ୟ ଘଟଣାବଳୀ ପରି ବେଶ୍ ଚର୍ଚ୍ଚିତ ହେଉଛି।

ସୁପ୍ରିମ କୋର୍ଟରେ କାଶ୍ମୀରୀ ପଣ୍ଡିତ
ଏହି ଚିତ୍ର ଭିନ୍ନ 'ଦ କାଶ୍ମୀର ଫାଇଲ୍ସ' ଆସିବା ସାଙ୍ଗକୁ ଯେଉଁ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା, ତାହା ହେଉଛି କାଶ୍ମୀରୀ ପଣ୍ଡିତଙ୍କୁ ନ୍ୟାୟ ଦେବାର ଦାବି। ବର୍ତ୍ତମାନ ଜମ୍ମୁ-କାଶ୍ମୀର ଡିଜିପି ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଘଟଣା ସହ ଜଡ଼ିତ ସବିଶେଷ ତଥ୍ୟ ମିଳିଲେ ସେ ନିଶ୍ଚିତ ଭାବରେ ମାମଲାର ତଦନ୍ତ କରିବେ। ଏହାଛଡ଼ା କାଶ୍ମୀରୀ ପଣ୍ଡିତମାନେ ମଧ୍ୟ ଏହି ଫିଲ୍ମ ଆସିବା ପରେ ସୁପ୍ରିମ କୋର୍ଟର ଦରଜା ବାଡ଼େଇଛନ୍ତି। ସେମାନେ ସ୍ୱର ଉତ୍ତୋଳନ କରିଛନ୍ତି ଯେ, ଶିଖ୍ ନରସଂହାରର ତଦନ୍ତ ମଧ୍ୟ ୩୩ ବର୍ଷ ପରେ ହୋଇଥିଲା। ତେଣୁ କାଶ୍ମୀରୀ ପଣ୍ଡିତଙ୍କ ନରସଂହାର ଘଟଣାର ମଧ୍ୟ ତଦନ୍ତ ହେବା ଆବଶ୍ୟକ। ସତରେ ସେମାନଙ୍କ କଥା ସରକାର ଶୁଣିବେ ତ?