Earthquake in Philippines: ୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ଥରିଲା ଫିଲିପାଇନ୍ସ
Advertisement
Article Detail0/zeeodisha/odisha1276416

Earthquake in Philippines: ୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ଥରିଲା ଫିଲିପାଇନ୍ସ

Strong Earthquake jolts Philippines: ଏନେଇ ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି ୬ଟା ୨୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ।

Earthquake in Philippines: ୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ଥରିଲା ଫିଲିପାଇନ୍ସ

Strong Earthquake jolts Philippines: ଜୁଲାଇ ୨୭ ତାରିଖ ମଙ୍ଗଳବାର ୭ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦ୍ୱୀପରାଷ୍ଟ୍ର ଫିଲିପାଇନ୍ସ। ଏନେଇ ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି ୬ଟା ୨୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ।

ଗତ ମାସରେ ଫିଲିପାଇନ୍ସରେ (Philippines) ଭୂକମ୍ପ ଝଟକା (Jolts of Earthquake) ଅନୁଭୂତ ହୋଇଥିଲା। ସେତବେଳେ ଦକ୍ଷିଣ ଫିଲିପାଇନ୍ସର (South Philippines) ସୁରିଗାଓ ଡେଲ ସୁର ପ୍ରଦେଶରେ (Surigaodel Sur Province) ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲ ରେ ୫.୬ ରହିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାଗୱେଟ ସହରରୁ ପ୍ରାୟ ୩୧ କିଲୋମିଟର ଉତ୍ତର-ପୂର୍ବରେ ଏବଂ ଭୂପୃଷ୍ଠରୁ ୧୬ କିଲୋମିଟର ଗଭୀରରେ ଥିଲା।
 
ଏହା ବ୍ୟତୀତ ଗତ ଜୁନ ମାସରେ ଅନୁଭୂତ ହୋଇଥିବା ଭୂକମ୍ପରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥିଲା ଆଫଗାନିସ୍ତାନ। ଏହି ଭୂକମ୍ପ କାରଣରୁ ପ୍ରାୟ ୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପୂର୍ବ ଆଫଗାନିସ୍ତାନର ପକ୍ତିକା ପ୍ରଦେଶରେ ହୋଇଥିବା ଏହି ଭୂକମ୍ପର (Earthquake) ତୀବ୍ରତା ରିକ୍ଟର ସ୍କେଲ ରେ ୬ ରହିଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (European Mediterranean Seismic Center) ଅନୁଯାୟୀ ଆଫଗାନିସ୍ତାନ (Afghanistan) ଠାରୁ ପାକିସ୍ଥାନ (Pakistan) ଏବଂ ଭାରତ (India) ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ପେଶୱାର, ଇସଲାମାବାଦ, ଲାହୋର ଏବଂ ପାକିସ୍ଥାନର ଖାଇବର-ପାଖତୁନଖ୍ୱା ପ୍ରଦେଶର ୬.୧ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା।

Also Read: USA: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଲା ଆଲାସ୍କା