USA: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଲା ଆଲାସ୍କା
Advertisement
Article Detail0/zeeodisha/odisha857146

USA: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଲା ଆଲାସ୍କା

ଆଲାସ୍କା ଭୂମିକମ୍ପ କେନ୍ଦ୍ର ପକ୍ଷରୁ କୁହାଯାଇଛି ୩ ବର୍ଷ ପରେ ଗତ ଶନିବାର ସକାଳ ୧୦ଟା ବେଳେ ୫.୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। 

USA: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଲା ଆଲାସ୍କା

ୱାଶିଂଟନ: ଶକ୍ତିଶାଳୀ ଭୂମିକମ୍ପରେ ଥରିଉଠିଛି ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ରାଜ୍ୟରେ ଅବସ୍ଥିତ ଏଙ୍କରେଜ ସହର। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସହରର ପଶ୍ଚିମଭାଗରୁ ୧୪.୫ କିମି ଦୂରତାରେ ରହିଛି। ଏନେଇ ସ୍ଥାନୀୟ ଭୂମିକମ୍ପ କେନ୍ଦ୍ର ପକ୍ଷରୁ କୁହାଯାଇଛି ଗତ ୨୦୧୮ ନଭେମ୍ବରରେ ଏଠାରେ ଏକ ଭୟାବହ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୭.୧ ରହିଛି। ଏହାର ପ୍ରଭାବରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଥିଲା।                               

ଆଲାସ୍କା ଭୂମିକମ୍ପ କେନ୍ଦ୍ର (Alaska Earthquake Center) ପକ୍ଷରୁ କୁହାଯାଇଛି ୩ ବର୍ଷ ପରେ ଗତ ଶନିବାର ସକାଳ ୧୦ଟା ବେଳେ ୫.୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୪୨ କିଲୋମିଟର ଗଭୀରତାରେ ରହିଛି। ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ବାବଦରେ କୌଣସି ଖବର ମିଳିନାହିଁ।      

ଆମେରିକାର ଆଲାସ୍କା ରାଜ୍ୟ ବ୍ୟତୀତ ଗୁଜୁରାଟର ସୁରଟ ଠାରେ ଶନିବାର ୩.୧ ତୀବ୍ରତା ବିଶିଶ୍ଟ ଭୂମିକମ୍ପ ଅନଭୂତ ହୋଇଛି। ଏନେଇ ଭୂମିକମ୍ପ ଅନୁସନ୍ଧାନ ସଂସ୍ଥାନ-ଆଇଏସଆର (Institute of Seismic Research-ISR) ପକ୍ଷରୁ କୁହାଯାଇଛି  ଗତକାଲି ୪ଟା ୩୫ ମିନିଟ ସମୟରେ ଦକ୍ଷିଣ ଗୁଜୁରାଟରେ ଅବସ୍ଥିତ ସୁରଟ ଠାରୁ ୨୯  କିଲୋମିଟର ଦୂର ଉତ୍ତର-ଉତ୍ତରପୂର୍ବ ଦିଗରେ ଏହି ଭୂମିକମ୍ପ କେନ୍ଦ୍ରସ୍ଥଳ ରହିଥିଲା। 

Also Read: ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ଇଣ୍ଡୋନେସିଆ 

 

ଏନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ। ଆଇଏସଆର ପକ୍ଷରୁ କୁହାଯାଇଛି ସୁରଟ ତଥା ଏହାର ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୫ କିମି ରହିଛି।   

Also Read: ଇଣ୍ଡୋନେସିଆରେ ଦାଉ ସାଧୁଛି ଭୂକମ୍ପ, ୭୮୨ କମ୍ପନରେ ଆଖି ବୁଜିଲେ ୪୨ ଲୋକ 

ସୁରଟ ପୂର୍ବରୁ ଗତ ଗୁରୁବାର ଆସାମସ୍ଥିତ ଗୌହାଟି ସହର ତଥା ଏହାର ଆଖପାଖ ଅଞ୍ଚଳରେ ୩.୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ। ଏନେଇ ଜାତୀୟ ଭୂମିକମ୍ପ କେନ୍ଦ୍ର (National Center for Seismology) ପକ୍ଷରୁ କୁହାଯାଇଛି ଏହାର କେନ୍ଦ୍ରସ୍ଥଳ ରାଜ୍ୟର କାମରୂପ ଜିଲ୍ଲାରେ ରହିଛି। ଭୂପୃଷ୍ଠର ୩୦ କିମି ଗଭୀରତାରେ ଏହି ଭୂମିକମ୍ପ ଝଟକା ଅନଭୂତ ହୋଇଥିଲା।