7th Pay Commission: ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର, ସରକାର ବଦଳାଇଲେ ପଦୋନ୍ନତିର ନିୟମ
Advertisement

7th Pay Commission: ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର, ସରକାର ବଦଳାଇଲେ ପଦୋନ୍ନତିର ନିୟମ

7th Pay Commission: ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । 

7th Pay Commission: ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର, ସରକାର ବଦଳାଇଲେ ପଦୋନ୍ନତିର ନିୟମ

ନୂଆଦିଲ୍ଲୀ: 7th Pay Commission: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ (Central Governmet Employees) ଓ ପେନସନଭୋଗୀ (Pensioners) ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ (Dearness Allowance Relief) କୁ ଅପେକ୍ଷା କରି ବସିଛନ୍ତି । ସେମାନଙ୍କର ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । ଚଳିତ ମାସ ଅର୍ଥାତ ସେପ୍ଟେମ୍ବର ୨୮ରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ଉପରେ ଘୋଷଣା କରାଯାଇପାରେ । ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ କେନ୍ଦ୍ର କର୍ମଚାରୀମାନେ ଗୁଡ୍ ନ୍ୟୁଜ୍ ପାଇବେ । କିନ୍ତୁ ଏହାର ଠିକ ପୂର୍ବରୁ ସରକାର ଏକ ନୂତନ ଆଦେଶ ଜାରି କରିଛନ୍ତି । 

ଏହି ଆଦେଶ କର୍ମଚାରୀଙ୍କ ପଦୋନ୍ନତି ସହିତ ଜଡ଼ିତ ରହିଛି । ପଦୋନ୍ନତି ପାଇଁ ସର୍ବନିମ୍ନ ସର୍ତ୍ତ ନିୟମଗୁଡ଼ିକରେ ପରିବର୍ତ୍ତନ କରିବାକୁ ମୋଦି ସରକାର (Modi Govt) ନିଷ୍ପତ୍ତି ନେଇଛନ୍ତି । ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ଏ ସମ୍ପର୍କରେ ଏକ ଅଫିସ ମେମୋରଣ୍ଡମ ଜାରି କରିଛି । ଏଥିରେ ପଦୋନ୍ନତି ପାଇଁ ସର୍ବନିମ୍ନ ସେବା ସର୍ତ୍ତର ନିୟମ ପରିବର୍ତ୍ତନ କରିବାର ସୂଚନା ଦିଆଯାଇଛି । କୁହାଯାଇଛି ଯେ ମନ୍ତ୍ରଣାଳୟ ଓ ବିଭାଗ ଚାକିରିରେ ନିଯୁକ୍ତି ଏବଂ ସେବା ନିୟମରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ ପେ ବ୍ୟାଣ୍ଡ ଓ ଲେଭଲ୍ ପେ ମ୍ୟାଟ୍ରିକ୍ସରେ ସାମିଲ କରାଯିବ ।

ପଦୋନ୍ନତି ପାଇଁ କେତେ ବର୍ଷର ଚାକିରି ଆବଶ୍ୟକ?

ପଦୋନ୍ନତି ନିୟମର ପରିବର୍ତ୍ତନ ଅନୁଯାୟୀ, ଲେଭଲ୍ ୧ ଓ ଲେଭଲ୍ ୨ କର୍ମଚାରୀଙ୍କ ପାଇଁ ୩ ବର୍ଷର ସେବା ଆବଶ୍ୟକ ରହିଛି । ଲେଭଲ୍ ୭ ଓ ଲେଭଲ୍ ୮ ପର୍ଯ୍ୟନ୍ତର କର୍ମଚାରୀଙ୍କ ପାଇଁ ୨ ବର୍ଷ ପାଇଁ ଚାକିରି କରିବା ବାଧ୍ୟତାମୂଳକ ରହିଛି । ସେହିପରି ଲେଭଲ୍ ୬ରୁ ଲେଭଲ୍ ୧୧ ପର୍ଯ୍ୟନ୍ତର କର୍ମଚାରୀଙ୍କ ପାଇଁ ୧୨ ବର୍ଷର ଅଭିଜ୍ଞତା ଆବଶ୍ୟକତା ରହିଛି । 

ଅଧିକ ପଢ଼ନ୍ତୁ:-ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୨୮୮ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଦେଖି ନିଅନ୍ତୁ ପୂରା ତାଲିକା

ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲ ମୂଲ୍ୟରେ ମିଳିବ ରିହାତି! ଅଶୋଧିତ ତୈଳ ଦରରେ ରେକର୍ଡ ହ୍ରାସ

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆକୁ ପରାସ୍ତ କରିବା ମାତ୍ରେ ପାକିସ୍ତାନର ସମକକ୍ଷ ହେଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଖୁବ୍ ଶୀଘ୍ର ଭାଙ୍ଗିବ ଏହି ବିଶ୍ୱ ରେକର୍ଡ

 

ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।