DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ବଢ଼ାଇଲେ ମହଙ୍ଗା ଭତ୍ତା
Advertisement
Article Detail0/zeeodisha/odisha1304743

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ବଢ଼ାଇଲେ ମହଙ୍ଗା ଭତ୍ତା

Gujarat Government Employees DA Hike: ସେ ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଡିଏରେ ୩ ପ୍ରତିଶତ ବୃଦ୍ଧି (DA Hike) ଘୋଷଣା କରିଛନ୍ତି ।

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ବଢ଼ାଇଲେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: 7th Pay Commission Gujarat Government Employees DA Hike: ସ୍ୱାଧୀନତା ଦିବସରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ (Gujarat CM) ଭୂପେନ୍ଦ୍ର ପଟେଲ (Bhupendra Patel) ସରକାରୀ କର୍ମଚାରୀ (Gujarat Government Employees) ଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ସେ ମହଙ୍ଗା ଭତ୍ତା (Dearness Allowance) ରେ ୩ ପ୍ରତିଶତ ବୃଦ୍ଧି ଓ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ କଲ୍ୟାଣକାରୀ ଯୋଜନାର ସମ୍ପ୍ରସାରଣର ଘୋଷଣା କରିଛନ୍ତି । ସ୍ୱାଧୀନତା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ସିଏମ ପଟେଲ ଲୋକମାନଙ୍କୁ ସେମାନଙ୍କ ହୃଦୟରେ ଥିବା ଅନ୍ୟ ସମସ୍ତ ବିଷୟ ଅପେକ୍ଷା ଜାତୀୟ ସ୍ୱାର୍ଥର ଭାବନା ଜାଗ୍ରତ କରିବାକୁ ଅପିଲ କରିଥିଲେ ।

ସେ ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଡିଏରେ ୩ ପ୍ରତିଶତ ବୃଦ୍ଧି (DA Hike) ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ କହିଛନ୍ତି ଯେ, ୯.୩୮ ଲକ୍ଷ କର୍ମଚାରୀ, ପଞ୍ଚାୟତ ସେବା ଏବଂ ପେନସନଭୋଗୀ ଏହାର ଲାଭ ପାଇବେ । ଏହାଦ୍ୱାରା ସରକାରଙ୍କ ଆର୍ଥିକ ବୋଝ ବାର୍ଷିକ ପ୍ରାୟ ୧୪୦୦ କୋଟି ଟଙ୍କା ବୃଦ୍ଧି ପାଇବ ।

ସିଏମ ପଟେଲ କହିଛନ୍ତି ଯେ, ସମସ୍ତ ୨୫୦ ପଞ୍ଚାୟତର ୭୧ ଲକ୍ଷ NFSA କାର୍ଡଧାରୀଙ୍କୁ ସବସିଡି ହାରରେ ପ୍ରତ୍ୟେକ କାର୍ଡରେ ଏକ କିଲୋଗ୍ରାମ ଚନା ଡାଲି ପ୍ରତି ମାସରେ ଦିଆଯିବ । ବର୍ତ୍ତମାନ କେବଳ ୫୦ଟି ବିକାଶଶୀଳ ପଞ୍ଚାୟତର ଲୋକ ଏହି ଯୋଜନାର ଲାଭ ପାଉଛନ୍ତି । ସେ କହିଛନ୍ତି, NFSA ଅଧୀନରେ ଅନ୍ତର୍ଭୁକ୍ତ ହେବା ପାଇଁ ମାସିକ ଆୟ ସୀମାର ଯୋଗ୍ୟତା ମାନଦଣ୍ଡ ୧୦,୦୦ ବଢ଼ାଇ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହା ବି ପଢ଼ନ୍ତୁ:- ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିବେ ୬ ବିଧାୟକ

ଏହା ବି ପଢ଼ନ୍ତୁ:-ନୀତିଶ କ୍ୟାବିନେଟରୁ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହାଙ୍କର କଟିଲା ପତା, ଅସନ୍ତୁଷ୍ଟ ହୋଇ ପହଞ୍ଚିଲେ ଦିଲ୍ଲୀ!

ଏହା ବି ପଢ଼ନ୍ତୁ:-୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି? ହେବ ବଡ଼ ଖେଳ

ଭୂପେନ୍ଦ୍ର ପଟେଲ କହିଛନ୍ତି ଯେ, ଏହା ଆମର ଦାୟିତ୍ୱ ଯେ ଆମ ସର୍ବ ସମାବେଶୀ ବିକାଶର ନୂଆ ରେକର୍ଡ ସ୍ଥାପନ କରିବା । ଦ୍ୱାରକା, ଅମ୍ବାଜୀ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟି ଭଳି ଆଇକନିକ ରୁଟରେ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ । ନାଗରିକମାନଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ୧୨୦୦ ନୂତନ ବସ୍ ଚଲାଇବା ପାଇଁ ୩୬୭ କୋଟି ନିବେଶ କରାଯିବ ।

ନାଗରିକଙ୍କ ସୁବିଧା ପାଇଁ ରାଜ୍ୟର ୫୦ଟି ବସ୍ ଷ୍ଟେସନରେ ଏଟିଏମ୍ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି ଯେ, ବିଶ୍ୱ ବ୍ୟାଙ୍କ ସହାୟତାରେ ଥିବା ଏନକୋର ପ୍ରକଳ୍ପ ଅଧୀନରେ ଖମ୍ୱାଟ ଉପସାଗରରେ ପ୍ରବାହିତ ନଦୀଗୁଡ଼ିକର ଜଳ ଗୁଣବତ୍ତା ପରୀକ୍ଷା ପାଇଁ ରିଅଲ ଟାଇମ ଉପକୂଳ ଜଳ ମନିଟରିଂ ସିଷ୍ଟମ ବ୍ୟବହାର କରାଯିବ । ଏକତା ନଗର-କେବାଡିଆ କଲୋନୀରେ ଟ୍ରମା ସେଣ୍ଟର ସୁବିଧା ଥିବା ଏକ ନୂତନ ଆଧୁନିକ ୫୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ସ୍ତରୀୟ ଡାକ୍ତରଖାନା ପାଇଁ ୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।