୫୦ ଲକ୍ଷ କର୍ମଚାରୀ ଓ ୬୧ ଲକ୍ଷ ପେନସନଭୋଗୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ
Advertisement

୫୦ ଲକ୍ଷ କର୍ମଚାରୀ ଓ ୬୧ ଲକ୍ଷ ପେନସନଭୋଗୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ

ଖବର ମୁତାବକ, କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ବର୍କର୍ସ ସଙ୍ଗଠନ (Association of Employees Confederation of Central Government Employees and Workers) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଗରେ ବର୍ତ୍ତମାନର ସରକାରୀ ରାଜକୋଷର ଏକ ହିସାବ ରଖିଛନ୍ତି  ଏବଂ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତ ସରକାରୀ କର୍ମଚାରୀ ଓ  ପେନସନଭୋଗୀଙ୍କୁ ବର୍ତ୍ତମାନ ୨୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ଦିଆଯାଉ । 

୫୦ ଲକ୍ଷ କର୍ମଚାରୀ ଓ ୬୧ ଲକ୍ଷ ପେନସନଭୋଗୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୧ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କ ମୁହଁରେ ଖୁବ୍ ଶୀଘ୍ର ହସ ଫୁଟିବ । କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ବର୍ତ୍ତମାନ ୨୮ ପ୍ରତିଶତ ହାରରେ ଦେଇପାରନ୍ତି । ଏହି ଭତ୍ତା ଦୀର୍ଘ ସମୟ ଧରି ଅଟକି ରହିଛି । କୋରୋନା ସଂକ୍ରମଣ ଯୋଗୁଁ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତା ଉପରେ ସରକାର ରୋକ ଲଗାଇ ରଖିଛନ୍ତି । 

ଅଧିକ ପଢ଼ନ୍ତୁ:-ସର୍ଭେ: ବିରୋଧୀ ଦଳର କେଉଁ ନେତା ଭବିଷ୍ୟତରେ ପିଏମ ମୋଦିଙ୍କୁ ଦେଇପାରନ୍ତି ଟକ୍କର? ଜାଣନ୍ତୁ...

ଖବର ମୁତାବକ, କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ବର୍କର୍ସ ସଙ୍ଗଠନ (Association of Employees Confederation of Central Government Employees and Workers) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଗରେ ବର୍ତ୍ତମାନର ସରକାରୀ ରାଜକୋଷର ଏକ ହିସାବ ରଖିଛନ୍ତି  ଏବଂ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତ ସରକାରୀ କର୍ମଚାରୀ ଓ  ପେନସନଭୋଗୀଙ୍କୁ ବର୍ତ୍ତମାନ ୨୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ଦିଆଯାଉ । ଆସୋସିଏସନ କହିଛି ଯେ କୋଭିଡ ସମୟରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିଛନ୍ତି । ଡ୍ୟୁଟିରେ ଥିବାବେଳେ ଅନେକ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏସବୁକୁ ଧ୍ୟାନରେ ରଖି ଅର୍ଥମନ୍ତ୍ରୀ ଜାନୁଆରୀ ୨୦୨୦ରୁ ୨୮ ପ୍ରତିଶତ ହାରରେ ସମସ୍ତ କର୍ମଚାରୀ ଓ ପେନସନଭୋଗୀଙ୍କୁ ସେମାନଙ୍କର ମହଙ୍ଗା ଭତ୍ତା ପ୍ରଦାନ କରିବା ଉଚିତ ।

ଅଧିକ ପଢ଼ନ୍ତୁ:-ସର୍ଭେ: ଦେଶର ବେଷ୍ଟ ସିଏମ କ୍ଷେତ୍ରରେ ନବୀନଙ୍କ ବାଜିମାତ୍, ଜାଣନ୍ତୁ ସବୁଠାରୁ ଖରାପ ମୁଖ୍ୟମନ୍ତ୍ରୀ କିଏ?

ବାସ୍ତବରେ, ଏପ୍ରିଲ୍ ୨୦୨୦ରେ ଅର୍ଥ ମନ୍ତ୍ରଣାଳୟ ଏହି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ରୋକି ଦେଇଥିଲା । କୋରୋନା ସଂକ୍ରମଣ ଯୋଗୁଁ ହୋଇଥିବା କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । ଜୁଲାଇ ୨୦୨୧ ପର୍ଯ୍ୟନ୍ତ ସରକାର ଏହା ଉପରେ ରୋକ ଲଗାଇଥିଲେ । କିନ୍ତୁ ବର୍ତ୍ତମାନ ଆଶା କରାଯାଉଛି ଯେ ଏହି ଭତ୍ତା ଜୁଲାଇରୁ ଦିଆଯାଇପାରେ ।

ଅଧିକ ପଢ଼ନ୍ତୁ:-ନିଜ ସରକାରକୁ ହିଁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ, କହିଲେ-ରାଜ୍ୟରେ ଦୁର୍ନୀତିର ଗୁଡ଼ି ବହୁତ ଉଚ୍ଚରେ ଉଡୁଛି

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତା (Dearness Allowance) ର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇ ରଖିଛନ୍ତି । ବର୍ତ୍ତମାନ ସେମାନଙ୍କୁ ୨୧ ପ୍ରତିଶତ ମହଙ୍ଗା ଭତ୍ତା ବଦଳରେ କେବଳ ୧୭ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ମିଳୁଛି ।

ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, କେନ୍ଦ୍ରର ମୋଦି ସରକାର ଜୁନ ୨୦୨୧ ପରେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିବା ପରିବର୍ତ୍ତେ ଚଳିତ ମାସ ଅର୍ଥାତ୍ ଜାନୁଆରୀ ୨୦୨୧ରେ ହିଁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଯଦି ସରକାର ଜାନୁଆରୀରୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି, ତେବେ ସେମାନଙ୍କ ଦରମା ଏବଂ ପେନସନ୍ ଅତି କମରେ ୪ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାଁନ୍ତି ।