DA Hike: ପାର୍ବଣ ଋତୁରେ କେନ୍ଦ୍ର କର୍ମଚାରୀମାନଙ୍କୁ ମିଳିଲା ବଡ଼ ଉପହାର, ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଲେ ମୋଦି ସରକାର
Advertisement

DA Hike: ପାର୍ବଣ ଋତୁରେ କେନ୍ଦ୍ର କର୍ମଚାରୀମାନଙ୍କୁ ମିଳିଲା ବଡ଼ ଉପହାର, ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଲେ ମୋଦି ସରକାର

 DA Hike: କ୍ୟାବିନେଟ୍ କମିଟି ଅଫ୍ ଇକୋନୋମିକ୍ ଆଫେୟାର୍ସ (CCEA) ଆଜି (ବୁଧବାର) ଅର୍ଥାତ ସେପ୍ଟେମ୍ୱର ୨୮ରେ ବୈଠକ କରିଛି ​​। ଏହି ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ଡିଏ ବୃଦ୍ଧି (DA Hike) କୁ ଅନୁମୋଦନ କରାଯାଇଛି । ବର୍ଦ୍ଧିତ ଦରଦାମ ମଧ୍ୟରେ ଗତ କିଛି ଦିନ ଧରି କେନ୍ଦ୍ର କର୍ମଚାରୀଙ୍କ ଡିଏ ବୃଦ୍ଧିକୁ ନେଇ ଚର୍ଚ୍ଚା ଚାଲିଥିଲା ।

DA Hike: ପାର୍ବଣ ଋତୁରେ କେନ୍ଦ୍ର କର୍ମଚାରୀମାନଙ୍କୁ ମିଳିଲା ବଡ଼ ଉପହାର, ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଲେ ମୋଦି ସରକାର

ନୂଆଦିଲ୍ଲୀ: 7th Pay Commission, DA Hike: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଛି । ଏହି ସମୟ ମଧ୍ୟରେ କେନ୍ଦ୍ର କର୍ମଚାରୀମାନ (Central Government Employees) ଙ୍କୁ ଏକ ବଡ଼ ଉପହାର ମିଳିଛି । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ୪ ପ୍ରତିଶତ ବୃଦ୍ଧି (DA Hike) କୁ ସରକାର ଅନୁମୋଦନ କରିଛନ୍ତି । ଏହାଦ୍ୱାରା ସେମାନେ ପାଉଥିବା ବେତନରେ ଏକ ବଡ଼ ବୃଦ୍ଧି ଘଟିବ । କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, କ୍ୟାବିନେଟ୍ କମିଟି ଅଫ୍ ଇକୋନୋମିକ୍ ଆଫେୟାର୍ସ (CCEA) ଆଜି (ବୁଧବାର) ଅର୍ଥାତ ସେପ୍ଟେମ୍ୱର ୨୮ରେ ବୈଠକ କରିଛି ​​। ଏହି ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ଡିଏ ବୃଦ୍ଧି (DA Hike) କୁ ଅନୁମୋଦନ କରାଯାଇଛି । ବର୍ଦ୍ଧିତ ଦରଦାମ ମଧ୍ୟରେ ଗତ କିଛି ଦିନ ଧରି କେନ୍ଦ୍ର କର୍ମଚାରୀଙ୍କ ଡିଏ ବୃଦ୍ଧିକୁ ନେଇ ଚର୍ଚ୍ଚା ଚାଲିଥିଲା ।

କେନ୍ଦ୍ର ସରକାର ଏହା ପୂର୍ବରୁ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଯାହା ଜାନୁୟାରୀ ୧, ୨୦୨୨ ଠାରୁ ଲାଗୁ ହୋଇଛି । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ଏଥିରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି, ଯେଉଁ କାରଣରୁ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତ ହୋଇଯାଇଛି । ଏହାର ପ୍ରତ୍ୟକ୍ଷ ପ୍ରଭାବ ସେମାନଙ୍କ ବେତନ ବୃଦ୍ଧି ଆକାରରେ ଦେଖିବାକୁ ମିଳିବ । 

ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଅଧିକ ପଢ଼ନ୍ତୁ:-Jio ଆଣୁଛି ସବୁଠୁ ଶସ୍ତା 5G ସ୍ମାର୍ଟଫୋନ୍! ମୂଲ୍ୟ ଜାଣି ଆପଣ ବି ହୋଇଯିବେ ଖୁସ୍

ଅଧିକ ପଢ଼ନ୍ତୁ:-ସଚିନ ପାଇଲଟ ଦୋହରାଇବେ ଇତିହାସ! ୩୪ ବର୍ଷ ପୂର୍ବେ ରାଜସ୍ଥାନରେ ୨୫ ବିଧାୟକଙ୍କ ଦମରେ ହାଇକମାଣ୍ଡ ବଦଳାଇଥିଲେ ମୁଖ୍ୟମନ୍ତ୍ରୀ

ଅଧିକ ପଢ଼ନ୍ତୁ:-ବ୍ୟାଙ୍କଗୁଡିକୁ ନେଇ ଅର୍ଥ ମନ୍ତ୍ରୀ କଲେ ବଡ଼ ଘୋଷଣା, ଶୁଣି ଆପଣ ହୋଇଯିବେ ଖୁସ୍

ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗର ସର୍ବନିମ୍ନ ବେସିକ ଦରମା ହେଉଛି ୧୮,୦୦୦ ଟଙ୍କା ଓ କ୍ୟାବିନେଟ ସଚିବ ସ୍ତରରେ ୫୬,୯୦୦ ଟଙ୍କା ହୋଇଥାଏ । ୩୮ ପ୍ରତିଶତ ଅନୁଯାୟୀ, ୧୮୦୦୦ ଟଙ୍କା ବେତନ ଉପରେ ବାର୍ଷିକ ଡିଏର ମୋଟ ବୃଦ୍ଧି ୬,୮୪୦ ଟଙ୍କା ମିଳିବ । ମୋଟ ଡିଏ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ସର୍ବାଧିକ ବେସିକ ବେତନ ବ୍ରାକେଟ୍ ଉପରେ ୫୬,୯୦୦ ଟଙ୍କା ଉପରେ ବାର୍ଷିକ ମହଙ୍ଗା ଭତ୍ତାର ମୋଟ ବୃଦ୍ଧି ୨୭,୩୧୨ ଟଙ୍କା ହେବ । ୩୪ ପ୍ରତିଶତ ତୁଳନାରେ ଏହି ବେତନ ତାଲିକାରେ ଥିବା ବ୍ୟକ୍ତିମାନେ ୨,୨୭୬ ଟଙ୍କା ଅଧିକ ପାଇବେ ।