ମହାରାଷ୍ଟ୍ରରେ କୋରୋନା ତାଣ୍ଡବ: ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ
Advertisement
Article Detail0/zeeodisha/odisha714302

ମହାରାଷ୍ଟ୍ରରେ କୋରୋନା ତାଣ୍ଡବ: ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୫୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ମହାରାଷ୍ଟ୍ରରେ କୋରୋନା ତାଣ୍ଡବ: ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ଦେଶରେ କୋରୋନା ଭୂତାଣୁର ତାଣ୍ଡବଲୀଳା ଜାରି ରହିଛି । ଦିନକୁ ଦିନ ସ୍ଥିତି ଆହୁରି ସାଙ୍ଘାତିକ ହେବାରେ ଲାଗିଛି । ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି । ଆଜି(ରବିବାର) ସକାଳ ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ପାର କରିଛି । ଏହା ବ୍ୟତୀତ ଦେଶରେ ଏପର୍ଯ୍ୟନ୍ତ ୨୬ ହଜାର ୮୦୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟପକ୍ଷେ ଦେଶର କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ତାଲିକାରେ ମହାରାଷ୍ଟ୍ର ଟପରେ ରହିଛି । ଏଠାରେ ପ୍ରତିଦିନ କୋରୋନା ମାମଲାରେ ରେକର୍ଡ ବୃଦ୍ଧି ଘଟୁଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୯,୫୧୮ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩,୧୦,୪୫୫କୁ ବୃଦ୍ଧି ପାଇଛି ।

ଏହା ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୫୮ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଫଳରେ ବର୍ତ୍ତମାନ ଯାଏ ଏହି ମାରାତ୍ମକ ଭାଇରସ ଯୋଗୁଁ ରାଜ୍ୟରେ ୧୧,୮୫୪ ଜଣ ସଂକ୍ରମିତ ଆଖି ବୁଜିଛନ୍ତି । ଯଦି ଆମେ କେବଳ ମୁମ୍ବାଇ ବିଷୟରେ କଥା ହେବା, ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୮ ନୂତନ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏହାସହ ୬୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୁମ୍ବାଇରେ ବର୍ତ୍ତମାନ ଯାଏ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୩୮୮କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ୫,୭୧୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।