ଆଜି ସକାଳେ combat training ବେଳେ MiG-21 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟ ଭାରତର ଏକ ଏୟାରବେସରୁ ଟେକଅଫ୍ ବେଳେ ଏହି ଅଘଟଣ ଘଟିଛି।
Trending Photos
ନୂଆଦିଲ୍ଲୀ: ବୁଧବାର ସକାଳେ ବାୟୁସେନାର MiG-21 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ମୃତ୍ୟୁ ହୋଇଛି। ମଧ୍ୟାହ୍ନରେ ଖୋଦ ବାୟୁସେନା ନିଜ ଆଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛି।
ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ combat training ବେଳେ MiG-21 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟ ଭାରତର ଏକ ଏୟାରବେସରୁ ଟେକଅଫ୍ ବେଳେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ Air Force Group Captain ଏ. ଗୁପ୍ତାଙ୍କର ଦେହାନ୍ତ ହୋଇଛି।
A MiG-21 Bison aircraft of IAF was involved in a fatal accident this morning, while taking off for a combat training mission at an airbase in central India.
— Indian Air Force (@IAF_MCC) March 17, 2021
ଦୁର୍ଘଟଣାଟି କେଉଁଠି ଘଟିଛି ସେ ନେଇ Air Force କୌଣସି ତଥ୍ୟ ଦେଇନାହିଁ। ତବେ ଦୁର୍ଘଟଣାର ତଦନ୍ତ ପାଇଁ ଏକ ତଦନ୍ତକାରୀ କମିଟ ଗଠନ କରାଯାଇଛି।