ଶିବସେନା ଅଫିସ୍ ତାଲା ପାକିବାକୁ ନେଇ ବଡ ବୟାନ ଦେଲେ ଆଦିତ୍ୟ ଠାକୁର; ଜାଣନ୍ତୁ କ'ଣ କହିଲେ
Advertisement

ଶିବସେନା ଅଫିସ୍ ତାଲା ପାକିବାକୁ ନେଇ ବଡ ବୟାନ ଦେଲେ ଆଦିତ୍ୟ ଠାକୁର; ଜାଣନ୍ତୁ କ'ଣ କହିଲେ

Maharashtra Politics: ଆଦିତ୍ୟ ଠାକରେ କହିଛନ୍ତି, "ଆମେ ବିଧାନସଭାରେ ପାର୍ଟି ଅଫିସ ବନ୍ଦ କରିଛୁ ଓ ଚାବି ଆମ ପାଖରେ ଅଛି । ସେମାନେ ଆମର କିଛି ବିଧାୟକଙ୍କୁ ବନ୍ଦ କରି ଦେଇଛନ୍ତି । ଯଦି ଆମେ ଅଫିସ୍ ବନ୍ଦ କରିଛୁ ତେବେ ବଡ କଥା କଣ?"

ସୌ: ସୋସିଆଲ ମିଡିଆ

Maharashtra Politics: ଆଜି ଆରମ୍ଭ ହୋଇଥିବା ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Eknath Shinde) ନେତୃତ୍ୱରେ ଶିବସେନା (Shiv Sena) ଦଳ ବିଧାନ ଭବନରେ ବିଧାନସଭା ପାର୍ଟି କାର୍ଯ୍ୟାଳୟକୁ ସିଲ୍ କରିଛନ୍ତି । ବିଧାନ ଭବନରେ ଥିବା ଶିବସେନା ବିଧାନସଭା ପାର୍ଟି କାର୍ଯ୍ୟାଳୟର ବନ୍ଦ ଦ୍ୱାରରେ ପ୍ଲାଷ୍ଟିକ୍ ଟେପ୍ ଥିବା ଏକ ଧଳା କାଗଜ ଲେପନ କରାଯାଇଛି, ଯେଉଁଥିରେ ମରାଠୀରେ ବାର୍ତ୍ତା ଲେଖାଥିଲା ଯେ ଶିବସେନା ବିଧାନସଭା ପାର୍ଟିଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାଳୟ ବନ୍ଦ ରହିଛି ।

ଏହା ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ (Aditya Thackeray) କହିଛନ୍ତି ଯେ ଉଦ୍ଧବ ଶିବିରର କିଛି ଶିବସେନା ବିଧାୟକଙ୍କୁ ବନ୍ଧକ ରଖାଯାଇଥିଲା । ସେ କହିଛନ୍ତି, "ଆମେ ବିଧାନସଭାରେ ପାର୍ଟି ଅଫିସ ବନ୍ଦ କରିଛୁ ଓ ଆମ ପାଖରେ ଚାବି ଅଛି । ଆମକୁ ଏକାଠି ଘରକୁ ଯିବାକୁ ପଡିବ । ସେମାନେ ଆମର କିଛି ବିଧାୟକଙ୍କୁ ତାଲା ପକାଇ ଦେଇଛନ୍ତି । ଯଦି ଆମେ ଅଫିସ ବନ୍ଦ କରିଥାଉ ତେବେ ବଡ କଥା କଣ?"

ଫ୍ଲୋର ଟେଷ୍ଟ ପୂର୍ବରୁ ବିଧାୟକଙ୍କ ପାଇଁ ନୈତିକତାର ଟେଷ୍ଟ ହେବ ବୋଲି ଆଦିତ୍ୟ ଠାକରେ କହିଥିଲେ । ଶିବସେନା ଏକ ହ୍ୱିପ ଜାରି କରିଛି । କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଆସନ୍ତା ସମୟରେ ଜଣା ପଡିବ ବୋଲି ସେ କହିଛନ୍ତି ।

କହି ରଖୁଛୁ ଯେ ରବିବାର ଦିନ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବରେ ବିଜେପି ନେତା ରାହୁଲ ନର୍ଭେକର ନିର୍ବାଚିତ ହୋଇଥିଲେ । ନର୍ଭେକରଙ୍କୁ ୧୬୪ ଭୋଟ୍ ମିଳିଥିବାବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାର ପ୍ରାର୍ଥୀ ରାଜନ ସାଲଭି ୧୦୭ ଭୋଟ୍ ପାଇଛନ୍ତି । ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ରବିବାର ସକାଳ ୧୧ ଟାରୁ ଆରମ୍ଭ ହୋଇଥିଲା । ସୋମବାର ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଏକ ଟ୍ରଷ୍ଟ ଭୋଟର ସମ୍ମୁଖୀନ ହେବେ ।

ଏହା ବି ପଢ଼ନ୍ତୁ: ଜୟପୁରରେ ଗିରଫ ହେଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର; ଏହାର ରହିଛି କାରଣ

ଏହା ବି ପଢ଼ନ୍ତୁ: WhatsApp ଦେଲା ଏକ ଭଲ ଖବର; ବର୍ତ୍ତମାନ ୨ ଦିନ ତଳେ ପଠାଇଥିବା ମେସେଜକୁ କରିପାରିବେ ଡିଲିଟ୍!

ଏହା ବି ପଢ଼ନ୍ତୁ: ଗବେଷଣାରୁ ବଡ଼ ଖୁଲାସା: ଏତିକି ଘଣ୍ଟାରୁ କମ୍ ଶୋଇଲେ ହୋଇପାରେ ହାର୍ଟ-ଆଟାକ୍