Bhim Army Chief arrested: ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଛି । ଚନ୍ଦ୍ରଶେଖର କୋଭିଡ ସହାୟକମାନଙ୍କ ଧାରଣାରେ ଯୋଗଦେବାକୁ ଆସିଥିଲେ । ଧାରା-୧୪୪ ଯୋଗୁଁ ପୋଲିସ ଚନ୍ଦ୍ରଶେଖରଙ୍କୁ ଗିରଫ କରିଛି ।
Trending Photos
Bhim Army Chief Chandrashekhar arrested: ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖରଙ୍କୁ (Chandrashekhar) ରାଜସ୍ଥାନ ପୋଲିସ ଗିରଫ କରିଛି । ଚନ୍ଦ୍ରଶେଖର କୋଭିଡ ସହାୟକମାନଙ୍କ ଧାରଣାରେ ଯୋଗଦେବାକୁ ଆସିଥିଲେ । ଉଦୟପୁର ହତ୍ୟା ମାମଲାରେ ଧାରା -୧୪୪ କୁ ଦୃଷ୍ଟିରେ ରଖି ଓ ଶାନ୍ତି ଉଲ୍ଲଂଘନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ଚନ୍ଦ୍ରଶେଖରଙ୍କୁ ଗିରଫ କରିଛି । ଚନ୍ଦ୍ରଶେଖରଙ୍କୁ ଦୁଇ ଦିନ ଜେଲ ପଠାଯାଇଛି । ସୂଚନାଯୋଗ୍ୟ ଯେ ଜୟପୁରରେ କୋଭିଡ ସ୍ୱାସ୍ଥ୍ୟ ସହାୟକଙ୍କ ଆନ୍ଦୋଳନ ତିନି ମାସରୁ ଅଧିକ ସମୟ ଧରି ଚାଲିଆସୁଛି । କିନ୍ତୁ ଚନ୍ଦ୍ରଶେଖରଙ୍କ ଆଗମନ ସମ୍ପର୍କରେ ପୋଲିସ ସୂଚନା ପାଇବା ମାତ୍ରେ ତାଙ୍କୁ ଗିରଫ କରିଥିଲା ।
ପୋଲିସର ସୂଚନାନୁସାରେ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଜୁଲାଇ ରାତିରେ ଜୟପୁର ଆସି କୋଭିଡ ସ୍ୱାସ୍ଥ୍ୟ ସହାୟକଙ୍କ ଧାରଣାରେ ଯୋଗ ଦେଇଥିଲେ । କୋଭିଡ ସ୍ୱାସ୍ଥ୍ୟ ସହାୟକମାନେ ଜୁଲାଇ ୨ ରେ ଏକ ବଡ ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲେ । ଚନ୍ଦ୍ରଶେଖର ମଧ୍ୟ ଯୋଗଦେବାକୁ ଆସିଥିଲେ । ଏହା ପରେ ଜୁଲାଇ ୨ ରେ ଚନ୍ଦ୍ରଶେଖରଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ସେଠାରୁ ଚନ୍ଦ୍ରଶେଖରଙ୍କୁ ଦୁଇ ଦିନ ଜେଲ ପଠାଯାଇଥିଲା ।
ସୂଚନାଯୋଗ୍ୟ ଯେ ରାଜସ୍ଥାନ ସରକାର କୋଭିଡ ସମୟରେ ପ୍ରାୟ ୨୮ ହଜାର କୋଭିଡ ସ୍ୱାସ୍ଥ୍ୟ ସହାୟକ ନିଯୁକ୍ତ କରିଥିଲେ । ଏହା ପରେ ମାର୍ଚ୍ଚ ୩୧ ରେ ରାଜ୍ୟ ସରକାର ଏହି ସମସ୍ତ କୋଭିଡ ସ୍ୱାସ୍ଥ୍ୟ ସହାୟକଙ୍କ ସେବା ବନ୍ଦ କରିଦେଇଥିଲେ । ସାଂସଦ ହନୁମାନ ବେନିୱାଲ ଓ କିରୋରୀ ଲାଲ ମୀନା ମଧ୍ୟ କୋଭିଡ ସହାୟକଙ୍କ ସମର୍ଥନରେ ବିରୋଧ କରିଛନ୍ତି । କିନ୍ତୁ ସରକାର କହିଛନ୍ତି ଯେ କୋଭିଡ ସହାୟକଙ୍କୁ ସ୍ଥାୟୀ କରିବା ସମ୍ଭବ ନୁହେଁ । ଏହାକୁ କେବଳ ନିୟମ ଅନୁଯାୟୀ ସ୍ଥାୟୀ କରାଯାଇପାରିବ ।
ଏହା ବି ପଢ଼ନ୍ତୁ: WhatsApp ଦେଲା ଏକ ଭଲ ଖବର; ବର୍ତ୍ତମାନ ୨ ଦିନ ତଳେ ପଠାଇଥିବା ମେସେଜକୁ କରିପାରିବେ ଡିଲିଟ୍!
ଏହା ବି ପଢ଼ନ୍ତୁ: ଗବେଷଣାରୁ ବଡ଼ ଖୁଲାସା: ଏତିକି ଘଣ୍ଟାରୁ କମ୍ ଶୋଇଲେ ହୋଇପାରେ ହାର୍ଟ-ଆଟାକ୍