ଡାକ୍ତର ଆତ୍ମହତ୍ୟା ମାମଲା: ଆପ୍ ବିଧାୟକଙ୍କ ଜାମିନ ଆବେଦନ ଖାରଜ
Advertisement
Article Detail0/zeeodisha/odisha691459

ଡାକ୍ତର ଆତ୍ମହତ୍ୟା ମାମଲା: ଆପ୍ ବିଧାୟକଙ୍କ ଜାମିନ ଆବେଦନ ଖାରଜ

ଏହି ମାମଲାରେ ଜାରୱାଲ ତାଙ୍କ ଶ୍ୱଶୁରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ । ଦେବଲି ବିଧାୟକ ପ୍ରକାଶ ଜାରୱାଲ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି । 

ଡାକ୍ତର ଆତ୍ମହତ୍ୟା ମାମଲା: ଆପ୍ ବିଧାୟକଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀରେ ଜଣେ ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ) ବିଧାୟକ ପ୍ରକାଶ ଜାରୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଶୁକ୍ରବାର ଦିନ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି । ସ୍ୱତନ୍ତ୍ର ଜଜ୍ (ପିସି ଆକ୍ଟ) ସଞ୍ଜୀବ ଅଗ୍ରୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଅଭିଯୁକ୍ତଙ୍କ ପ୍ରଭାବଶାଳୀ ସ୍ଥିତିକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, "ଏହି ଘଟଣାରେ ଯଦି ଅଭିଯୁକ୍ତଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଛାଡି ଦିଆଯାଏ । ତେବେ ଅଭିଯୁକ୍ତଙ୍କ ପ୍ରମୁଖ ସ୍ଥିତିକୁ ଦେଖି, ଯେପରି ତାଙ୍କୁ ଉକ୍ତ ଅଞ୍ଚଳର ବାସିନ୍ଦା ତଥା ସ୍ଥାନୀୟ ବିଧାୟକ ବୋଲି କୁହାଯାଉଛି । ଏଭଳି ପରିସ୍ଥିତିରେ ଅଭିଯୁକ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ତେଣୁ ଏହି ସମୟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ କୌଣସି ଆଧାର ନାହିଁ । ଆବେଦନକୁ ପ୍ରତ୍ୟାଖ୍ୟାନ କରାଗଲା । "

ଏହି ମାମଲାରେ ଜାରୱାଲ ତାଙ୍କ ଶ୍ୱଶୁରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ । ଦେବଲି ବିଧାୟକ ପ୍ରକାଶ ଜାରୱାଲ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି । ତାଙ୍କ ଉପରେ ରାଜିନ୍ଦର ସିଂ ନାମକ ଜଣେ ୫୨ ବର୍ଷୀୟ ଡାକ୍ତରଙ୍କ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ ହୋଇଛି । ଏପ୍ରିଲ ୧୮ରେ ରାଜେନ୍ଦ୍ର ସିଂ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।

ଡାକ୍ତରଙ୍କ ପୁଅ ପୋଲିସକୁ ଦେଇଥିବା ଅଭିଯୋଗରେ କହିଥିଲେ ଯେ, ତାଙ୍କ ବାପା ଦିଲ୍ଲୀ ଜଲ ବୋର୍ଡକୁ ପାଣି ଟାଙ୍କି ଯୋଗାଉଥିଲେ । ଏବଂ ଟଙ୍କା କ୍ଷତି ହେବା କାରଣରୁ ଚିନ୍ତିତ ଥିଲେ । କାରଣ ପ୍ରକାଶ ଜାରୱାଲ ପୀଡ଼ିତାଙ୍କଠାରୁ ଟଙ୍କା ମାଗିଥିଲେ । ଯେଉଁଥିରେ ବିଫଳ ହେବାରୁ ତାଙ୍କ ଦେୟକୁ ଅଟକାଇ ଦିଆଯାଇଥିଲା । ତେବେ ଆପ ବିଧାୟକ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।