ପୋଖରୀକୁ ଓଲଟିଲା ବସ: ତିନି ଶିଶୁଙ୍କ ସମେତ ଚାଲିଗଲା ୧୭ ଜୀବନ, ୩୫ ଆହତ
Advertisement
Article Detail0/zeeodisha/odisha1791758

ପୋଖରୀକୁ ଓଲଟିଲା ବସ: ତିନି ଶିଶୁଙ୍କ ସମେତ ଚାଲିଗଲା ୧୭ ଜୀବନ, ୩୫ ଆହତ

Road Accident: ବରିଶାଲ-ଖୁଲନା ରାଜପଥ ଛତ୍ରକଣ୍ଡାଠାରେ ବସଟି ହଠାତ୍ ରାସ୍ତା କଡ଼କୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସର କହିବା ଅନୁଯାୟୀ, ଏହି ଦୁର୍ଘଟଣାରେ ଆହତ ଅଧିକ ଯାତ୍ରୀ ପିରୋଜପୁର ଭାଣ୍ତରିଆ ଉପ-ଜିଲ୍ଲା ରାଜାପୁର ଅଞ୍ଚଳର ଅଟନ୍ତି । 

ସୌ(ସୋସିଆଲ ମିଡିଆ)

Road Accident: ବାଂଲାଦେଶ  (Bangladesh) ଝଲାକାଠି ଛତ୍ରକଣ୍ଡା ଅଞ୍ଚଳରେ ପୋଖରୀକୁ ଖସିଲା ବସ । ଏହି ଦୁର୍ଘଟଣାରେ ତିନି ଜଣ ଶିଶୁଙ୍କ ସମେତ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଯାତ୍ରୀଙ୍କ କହିବା ଅନୁଯାୟୀ, ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ୫୨ ଜଣ କ୍ଷମତା ବିଶିଷ୍ଟ ଏହି ବସରେ ୬୦ରୁ ଅଧିକ ଯାତ୍ରୀ ରହିଥିଲେ। ବସଟି ପିରୋଜପୁର (firozpur)  ଭଣ୍ଡାରିଆରୁ ସକାଳ ପ୍ରାୟ ୯ଟାରେ ବାହାରିଥିଲା ।  ବରିଶାଲ-ଖୁଲନା ରାଜପଥ ଛତ୍ରକଣ୍ଡାଠାରେ ବସଟି ହଠାତ୍ ରାସ୍ତା କଡ଼କୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସର କହିବା ଅନୁଯାୟୀ, ଏହି ଦୁର୍ଘଟଣାରେ ଆହତ ଅଧିକ ଯାତ୍ରୀ ପିରୋଜପୁର ଭାଣ୍ତରିଆ ଉପ-ଜିଲ୍ଲା ରାଜାପୁର ଅଞ୍ଚଳର ଅଟନ୍ତି । ପ୍ରକାଶ ଥାଉ କି, ଦେଶରେ ବସ୍ ଦୁର୍ଘଟଣା ସାଧାରଣରେ ଘଟଣାରେ ପରିଣତ ହୋଇଛି । ସଡକ ସୁରକ୍ଷା ଫାଉଣ୍ଡେସନ (RSF) ଅନୁଯାୟୀ କେବଳ ଜୁନ୍ ମାସରେ ଦେଶରେ ମୋଟ ୫୫୯ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୫୬୨ ଜଣ ପ୍ରାଣ ହରାଇଥିବା ବେଳେ ୮୧୨ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସେପଟେ ଆନ୍ଧ୍ରପ୍ରଦେଶ ଆନାମାୟା ଜିଲ୍ଲା(Annamayya district) ପୁଲାମପେଟା ମଣ୍ତଳରେ ଘଟିଛି ଏକ ଦୁର୍ଘଟଣା । ଶନିବାର ଦିନ ସଂନ୍ଧ୍ୟାରେ (APSRTC bus) ଆନ୍ଧ୍ର ପ୍ରଦେଶର ଏକ ସରକାରୀ ବସ୍ ପ୍ରାୟ ୬୦ରୁ ଅଧିକ ଯାତ୍ରୀଙ୍କୁ ନେଇ  ଆନାମାୟା ଜିଲ୍ଲାରୁ ପୁଲାମପେଟ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।  ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଆଉ କିଛି ସମୟ ବାକି ରହିଥିବା ବେଳେ ପୁଲାମପେଟା ମଣ୍ତଳରେ ପହଞ୍ଚିବା ସମୟରେ ଦ୍ରୃତ ଗତିରେ ଆସୁଥିବା ଏକ ଟ୍ରକ୍ ବସକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ବସଟି ରାସ୍ତା କଡକୁ ଓଲଡିପଥିଲା। ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ପୋଲିସ ମୃତ ଯାତ୍ରୀଙ୍କ ଖଣ୍ତବିଖଣ୍ତିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ଥିବା ଜଣାପଡି଼ଛି। 

ସେହିପରି ଗତ ବୁଧବାର ଦିନ ଯାଜପୁର ରୋଡ଼ କୋରେଇ ଥାନା ଜହ୍ନା ଛକରେ ଭାରସାମ୍ୟ ହରାଇ ଏକ ବସ ଦୁର୍ଘଟଣାଗସ୍ତ ହୋଇଥିଲା । (Jajpur Bus Accident)। ଏଥିରେ ପ୍ରାୟ ୪୨ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଶିଶୁ ଓ ୮ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ କଟକରୁ କରଞ୍ଜିଆ ଅଭିମୁଖେ ଯାଉଥିବା ଏହି ବସଟି ଜହ୍ନା ଛକରେ ପହଞ୍ଚିଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡ଼ିଥିଲା । ଖବର ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। ଉଦ୍ଧାର ଆହତ ଯାତ୍ରୀଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେପଟେ, ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର୍ ଥିବା ଜଣାପଡିଛି ।  ନିକଟରେ ଏଭଳି ଆଉ ଏକ ବସ୍ ଦୁର୍ଘଟଣା ବାଲେଶ୍ବର (Balasore) ଜିଲ୍ଲା ଜଳେଶ୍ବର  ୬୦ ନମ୍ବର  ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଘଟିଥିଲା । ଏଥିରେ ୪୦ରୁ (40 injured) ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ  ୮ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । 

Also Read-ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ସେବାୟତଙ୍କ ମୁଣ୍ତରେ ଅଠା ବୋଳୁଛି ମନ୍ଦିର ପ୍ରଶାସନ