Road Accident: ଅଟୋ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୫ ମୃତ ,ଏକାଧିକ ଆହତ
Advertisement
Article Detail0/zeeodisha/odisha1826930

Road Accident: ଅଟୋ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୫ ମୃତ ,ଏକାଧିକ ଆହତ

Road Accident:  ନିମିଷକ ମଧ୍ୟରେ ଚାଲିଗଲା ୫ ନିରିହ ଜୀବନ । ଭୟଙ୍କର ସଡକ ଦୁର୍ଘଟଣାରେ (road accident)୫ ଜଣଙ୍କର ମୃତ୍ୟୁ (5 killed in road accident) ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏକ ମାଲବୋଝେଇ ଟ୍ରକ୍ ଅଟୋକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Road Accident: ଏମିତିବି ଆସେ ମୃତ୍ୟୁ । ଚାହୁଁଚାହୁଁ ଓଲଟପାଲଟ ହୋଇଗଲା ସବୁକିଛି । ନିମିଷକ ମଧ୍ୟରେ ଚାଲିଗଲା ୫ ନିରିହ ଜୀବନ । ଭୟଙ୍କର ସଡକ ଦୁର୍ଘଟଣାରେ (road accident)୫ ଜଣଙ୍କର ମୃତ୍ୟୁ (5 killed in road accident) ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏକ ମାଲବୋଝେଇ ଟ୍ରକ୍ ଅଟୋକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛଦ ପାଇଁ ପଠାଇଛି ପୋଲିସ୍ । ତେଲେଙ୍ଗାନାର ଓ୍ବାର୍ଦ୍ଦନାପେଟ୍ ନିକଟ ୟେଲାଣ୍ତ ଗାଁ ନିକଟରେ (Yellanda Village in Wardhannapet)ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି (road accident at Telangana Yellanda Village)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Also Read: Horoscope Today Aug 16 2023: ବ୍ୟବସାୟରୁ ଲାଭ ମିଳିବା ସହ ପ୍ରାପ୍ତ ହେବ ଶୁଭଫଳ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read: Saif Ali Khan Birthday: କାହିଁକି ନିଜ ଠାରୁ ୧୨ ବର୍ଷ ବୟସରେ ବଡ଼ ଅମ୍ରିତାଙ୍କୁ ବିବାହ କରିଥିଲେ ସେଫ୍?

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଟୋ ଯୋଗେ ୫ ଜଣ ସାଙ୍ଗ ଏକାଠି ହୋଇ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ, ଏକ ମାଲବାହୀ ଟ୍ରକ୍ ଦ୍ରୃତ ଗତିରେ ଯାତ୍ରା କରୁଥିଲା କିନ୍ତୁ ଟ୍ରକ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏହି ଅଟୋକୁ ପଛରୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବଂ ରାସ୍ତାରେ ଯାଉଥିବା ଆଉ କେତେକ ଯାତ୍ରୀ ଆହତ ହୋଇଥିଲେ। ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲ। ଏବଂ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲରେ ଭର୍ତ୍ତି କରିଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ୍  ଅଟକ ରଖିବା ସହ ଟ୍ରକକୁ ସିଜ୍ କରିଛି । ଚାଳକ ଜଣକ ନିଶାରେ ଚୁର ଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ, କେଉଁ ପରିସ୍ଥତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି । 

ନିକଟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ରାଜସ୍ଥାନର ନାଗୌର ଜିଲ୍ଲାରେ ଘଟିଛି ।  ଏକ କାର ଓ ବସ ମଧ୍ୟରେ  ଧକ୍କା ହେବାରୁ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ସୂଚନାନୁସାରେ, ଶନିବାର ଦିନ ବିଳମ୍ବିତ ରାତିରେ  ନାଗୌର ଜିଲ୍ଲାରେ ଦିଡୱାନା ଅଞ୍ଚଳର ବାଥାଡି ଗାଁ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।  ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନର ଏକ ପରିବାର ରାଜସ୍ଥାନରୁ ନାଗପୁର ଅଭିମୁଖେ କାରରେ ଯାତ୍ରା କରୁଥିଲେ।  ହେଲେ  ହଠାତ୍ ଏହି ସମୟରେ କାରଟି ରାସ୍ତାରେ ଯାଉଥିବା ସମୟରେ ଏକ ସରକାରୀ ବସଟି କାରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ଦେଇଛି ପୋଲିସ୍ ।