Advertisement
Article Detail0/zeeodisha/odisha2162216
Zee OdishaOdisha National-InternationalBuilding Collapsed: ନିର୍ମାଣଧୀନ ୫ ମହଲା କୋଠା ଭୁଶୁଡ଼ି ୨ ମୃତ, ୧୫ ଗୁରୁତର

Building Collapsed: ନିର୍ମାଣଧୀନ ୫ ମହଲା କୋଠା ଭୁଶୁଡ଼ି ୨ ମୃତ, ୧୫ ଗୁରୁତର

kolkata Building Collapsed: କୋଲକତାର ଗାର୍ଡ଼େନ୍ ରିଚ୍ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଘଟଣ । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

Building Collapsed: ନିର୍ମାଣଧୀନ ୫ ମହଲା କୋଠା ଭୁଶୁଡ଼ି ୨ ମୃତ, ୧୫ ଗୁରୁତର

kolkata Building Collapsed: କୋଲକତାର ଗାର୍ଡ଼େନ୍ ରିଚ୍ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଘଟଣ । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ରବିବାର ରାତିରେ କୋଲକତା ଗାର୍ଡ଼େନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ୫ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏହାର ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା । ଫଳରେ କୋଠା ତଳେ ଚାପି ହୋଇ ୧୫ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି। ତେବେ ଆହୁରି ବହୁ ଲୋକେ ଏହା ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଇଛି।  ତେବେ ଏହି ସଂଖ୍ୟା ଆଗକୁ ବଢ଼ିବା ନେଇ ଆଶଙ୍କା କରାଯାଉଛି। ମୃତାହତମାନେ ଶ୍ରମିକ ହୋଇଥିବା ଜଣାପଡ଼ିଛି ।

Also Read- Accident News: ଅଶୁଭ ସୋମବାର, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମୃତ

Add Zee News as a Preferred Source

ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଭଗ୍ନାଂଶ ତଳୁ ୨ଟି ମୃତଦେହ ସହ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସ୍ଥାନୀୟ ପ୍ରଶାସନ ସହାୟତାରେ ବିଲ୍ଡିଂ କାର୍ଯ୍ୟ ଅବୈଧ ରୂପେ ଚାଲିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣେ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

 

 

About the Author