ପ୍ରତ୍ୟେକ ବିଦ୍ରୋହୀ ବିଧାୟକଙ୍କ ପାଖରେ ରହିଛି ଦୁଇଟି ବିକଳ୍ପ: ଆଦିତ୍ୟ ଠାକରେ
Advertisement

ପ୍ରତ୍ୟେକ ବିଦ୍ରୋହୀ ବିଧାୟକଙ୍କ ପାଖରେ ରହିଛି ଦୁଇଟି ବିକଳ୍ପ: ଆଦିତ୍ୟ ଠାକରେ

ଆଦିତ୍ୟ ଠାକରେ  ଦଳୀୟ କର୍ମକର୍ତ୍ତାଙ୍କୁ ଅସଲି ବାଘ ଭଳି ରାଜରାସ୍ତାକୁ ଓଲ୍ହାଇବାକୁ ଆହ୍ୱାନ ଦେଇଛନ୍ତି । ଏହାସହିତ ପ୍ରତ୍ୟେକ ବିଦ୍ରୋହୀ ବିଧାୟକଙ୍କ ପାଇଁ ଦୁଇଟି ବିକଳ୍ପ ସହିତ ଚେତାବନୀ ମଧ୍ୟ ଦେଇଛନ୍ତି ।

 

ପ୍ରତ୍ୟେକ ବିଦ୍ରୋହୀ ବିଧାୟକଙ୍କ ପାଖରେ ରହିଛି ଦୁଇଟି ବିକଳ୍ପ: ଆଦିତ୍ୟ ଠାକରେ

ମୁମ୍ବାଇ: ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ନିନ୍ଦା କରି ମହାରାଷ୍ଟ୍ର ମହା ବିକାଶ ଅଘାଡି(Maha Vikas Aghadi) ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ(Aditya Thackeray) ଆଜି କହିଛନ୍ତି ଯେ,ସେମାନେ ଆସିବା ସହିତ ତାଙ୍କର ମୁହାଁମୁହିଁ କଥା ହେବାର ସାହାସ ରହିବା ଉଚିତ୍। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ କେତେକ ନେତାଙ୍କୁ ଜୋର ଜବରଦସ୍ତ ଗୁଆହାଟୀ(Guwahati)କୁ ନିଆଯାଇଥିଲା । ଦଳର ରାଷ୍ଟ୍ରୀୟ ଯୁବ କାର୍ଯ୍ୟନିର୍ବାହୀ ସଭାରେ ସେନା କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶ୍ରୀ ଠାକରେ କହିଛନ୍ତି, "ବର୍ତ୍ତମାନ ସେମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କୁ ଅପହରଣ କରାଯାଇଛି। ବର୍ତ୍ତମାନ ସେମାନେ ସେଠାରେ ବନ୍ଦୀ ଭଳି ରହିଛନ୍ତି । କିଛି ନେତାଙ୍କୁ ବସ୍ ମାଧ୍ୟମରେ ମଧ୍ୟ ନିଆଯାଇଥିଲା । "ବୋଲି ସେ ତାଙ୍କର ବିବୃତିରେ କହିଛନ୍ତି ।

ସେ କହିଛନ୍ତି ଯେ, "ଏମାନଙ୍କ ମଧ୍ୟରେ ସେହି ସାହାସର ଆବଶ୍ୟକତା ରହିଛି ଯାହାଫଳରେ ସେମାନେ ଆସି ମୁହାଁମୁହିଁ କଥା ହୋଇପାରିବେ । ଏକନାଥ ସିନ୍ଦେ(Eknath Shinde)ଙ୍କର ଥାନେ(Thane)ରେ ବିଦ୍ରୋହ କରିବାର ସାହାସ ନଥିଲା । ଯାହାଫଳରେ ସେମାନେ ବିଦ୍ରୋହ କରିବାକୁ ସୁରତ(Surat)ଯାଇଥିଲେ ।  ଏହାସହିତ ବିଦ୍ରୋହୀ ବିଧାୟକମାନଙ୍କୁ  ଚେତାବନୀ ଦେଇ ଶ୍ରୀ ଠାକରେ କହିଛନ୍ତି, ବିଦ୍ରୋହ କରୁଥିବା ସମସ୍ତ ବିଧାୟକଙ୍କ ପାଖରେ ଦୁଇଟି ବିକଳ୍ପ ଅଛି ।  ବିଜେପିରେ ଯୋଗ ଦିଅନ୍ତୁ ନଚେତ୍  ପ୍ରହାରରେ ଯୋଗ ଦିଅନ୍ତୁ । ସେମାନେ ଶିବସେନା କିମ୍ବା ଧନୁ ଏବଂ ତୀର ପ୍ରତୀକ ପାଇଁ ଯୋଗ୍ୟ ନୁହଁନ୍ତି । ରାସ୍ତାଘାଟ ଏବଂ ପ୍ରତ୍ୟେକ ଘରେ ପହଞ୍ଚିବା ଆମକୁ ପ୍ରକୃତ ବାଘ ପରି ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହାପୂର୍ବରୁ ମଧ୍ୟ ୩୦ ବର୍ଷୀୟ ଆଦିତ୍ୟ ଠାକରେ ବିଦ୍ରୋହୀଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସନ୍ତୁ ବୋଲି ଚ୍ୟାଲେଞ୍ଜ କରିଥିଲେ । ଠାକରେ ଏହା କହିଥିଲେ କି " ପୁନର୍ବାର ଯୁଦ୍ଧ କର, ଆମେ ନିଶ୍ଚିତ କରିବୁ ଯେ ତୁମେ ପରାସ୍ତ ହୋଇଛ"।  

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ମହାନାଟକ ଦିନକୁ ଦିନ ବୁଢିଆଣୀ ଜାଲ ଭିତରେ ଛନ୍ଦି ହୋଇଯାଉଛି। ଉଦ୍ଧବ ଠାକରେ(Uddhav Thackeray)ଙ୍କ ନେତୃତ୍ୱାଧିନ ମହା ବିକାଶ ଅଘାଡି ସରକାର ଭାଙ୍ଗିବା ଏକ ପ୍ରକାରର ଥୟ ହୋଇଗଲାଣି । ରାଜନୈତିକ ଛକା ପଞ୍ଝା ମଧ୍ୟରେ ଶିବସେନା ବିଧାୟକ ସିନ୍ଦେଙ୍କ ଗୋଷ୍ଠୀ ନିଜର ଓ ପରିବାର ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ କରିବା ଯୋଗୁଁ କେନ୍ଦ୍ର ସରକାର ରବିବାର ବିଧାୟକମାନଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦେଇଛନ୍ତି ।  ଘର ଓ କାର୍ଯ୍ୟାଳୟରେ ଶିବସେନା କର୍ମୀଙ୍କ ଭଙ୍ଗାରୁଜା ପରେ ବିଦ୍ରୋହୀମାନେ କେନ୍ଦ୍ର ସରକାରଙ୍କ ନିକଟରେ ସୁରକ୍ଷା ପାଇଁ ନିବେଦନ କରିଥିଲେ । ବର୍ତ୍ତମାନ ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି ମୁମ୍ବାଇ ଛାଡି ଗୁଆହାଟୀରେ ଏକ ହୋଟେଲରେ ଅଛନ୍ତି । ଏପଟେ କେନ୍ଦ୍ର ସରକାରଙ୍କୁ ଶିବସେନା ସାଂସଦ ସଂଜୟ ରାଉତ ଟାର୍ଗେଟ କରିଥିବାବେଳେ ମହାରାଷ୍ଟ୍ରକୁ ୩ ଭାଗରେ ବିଭକ୍ତ କରିବା ସହ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚକ୍ରାନ୍ତ ହେଉଥିବା ସେ ଅଭିଯୋଗ କରିଛନ୍ତି ।  ଅନ୍ୟପଟେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଶିବସେନା ଗୋଷ୍ଠୀ ମଧ୍ୟ ଏହାର ଜବାବ ଦେବାକୁ ଯାଇ ସର୍ବୋଚ୍ଚ ନ୍ୟାୟପାଳିକାର ଦ୍ୱାରସ୍ତ ହୋଇଛନ୍ତି ।