ସମ୍ପର୍କ ହୋଇଉଠୁଛି ତିକ୍ତ; ମୁହାଁମୁହିଁ ଅବସ୍ଥାରେ ତାଲିବାନ-ପାକିସ୍ତାନ
Advertisement
Article Detail0/zeeodisha/odisha1159058

ସମ୍ପର୍କ ହୋଇଉଠୁଛି ତିକ୍ତ; ମୁହାଁମୁହିଁ ଅବସ୍ଥାରେ ତାଲିବାନ-ପାକିସ୍ତାନ

ତାଲିବାନ ଆଫଗାନିସ୍ତାନ ଦଖଲ କରିବ ପରେ ନିଜ ଇଚ୍ଛା ଅନୁସାରେ କାମ କରିବ ପାରିବ ବୋଲି ପାକିସ୍ତାନ ଅନୁଭବ କରୁଥିଲା।

ସମ୍ପର୍କ  ହୋଇଉଠୁଛି  ତିକ୍ତ;  ମୁହାଁମୁହିଁ  ଅବସ୍ଥାରେ  ତାଲିବାନ-ପାକିସ୍ତାନ

Pakistan-Taliban  Conflict:  ପାକିସ୍ତାନ-ତାଲିବାନ ମଧ୍ୟରେ ସମ୍ପର୍କ  ଦିନକୁ ଦିନ ତିକ୍ତ ହୋଇଉଠୁଛି।  ଯାହା ନିକଟରେ  ଘଟିଥିବା କେତେକ ଘଟଣାରୁ ପ୍ରତୀୟମାନ ହେଉଛି। ଦୁଇ  ପଡୋଶୀ  ମୁସଲିମ ଦେଶ ମଧ୍ୟରେ  ରହିଥିବା ଶତ୍ରୁତା ଏବେ ଖୋଲାଖୋଲି ଭାବେ ସାମ୍ନାକୁ  ଆସିଛି। 

 ଆଫଗାନିସ୍ତାନ- ପାକିସ୍ତାନ  ସୀମାକୁ  ପରସ୍ପର ଠାରୁ ଅଲଗା କରୁଥିବା  ଡୁରାଣ୍ଡ  ଲାଇନ  (Durand Line) ପାର କରୁଥିବା ସମୟରେ  ଅନେକ ପାସ୍ତୁନ  ଆଦିବାସୀଙ୍କ  ଉପରେ ବଡ଼  ଧରଣର ଆକ୍ରମଣ ହୋଇଛି।  ଏହି ଆକ୍ରମଣରେ  ପାକିସ୍ତାନ ଜଡିତ ରହିଛି। ଆତଙ୍କବାଦ ଦମନ ନାମରେ ପାକିସ୍ତାନ  ଆଫଗାନିସ୍ତାନରେ ବସବାସ କରୁଥିବା ପାସ୍ତୁନ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା କୁହାଯାଉଛି।  ଏଭଳି ଆକ୍ରମଣ ପାସ୍ତୁନଙ୍କ  ପ୍ରତି  ପାକିସ୍ତାନର ରହିଥିବା ଘୃଣାଭାବକୁ ଦର୍ଶାଉଛି।    
 
ଗତ ଅପ୍ରେଲ ୧୬  ତାରିଖରେ ପାକିସ୍ତାନ ପକ୍ଷରୁ କରାଯାଇଥିବା  ରକେଟ ଆକ୍ରମଣରେ  ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା।  ମାତ୍ର ୬  ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱୀକାର କରିଥିଲା ତାଲିବାନ।  ଏହି  ଆକ୍ରମଣ  ପାକିସ୍ତାନ-ଆଫଗାନ  ସୀମାରେ ଅବସ୍ଥିତ  କୁନାର, ଖୋସ୍ତ, ପକ୍ତିକା ଅଞ୍ଚଳରେ କରାଯାଇଥିଲା।  ଉଭୟ ଦେଶର ସୀମାରେ ଅବସ୍ଥିତ ପସ୍ତୁନ ସମ୍ପ୍ରଦାୟ ଏବେ ପାକିସ୍ତାନ ସେନା ଟାର୍ଗେଟ ରେ ରହିଛି।  

Also Read: ବିମାନ ଆକ୍ରମଣକୁ ନେଇ ତାତି ଉଠିଲା ତାଲିବାନ; ପାକିସ୍ତାନକୁ ଦେଲା ପରିଣାମ ଭୋଗିବାକୁ ଚେତାବନୀ

 

ଏହି  ବିବାଦର ମୂଳ କାରଣ ହେଉଛି  ସେହି  ଡୁରାଣ୍ଡ  ଲାଇନ ଯିଏ   ଆଫଗାନିସ୍ତାନ- ପାକିସ୍ତାନ  ସୀମାକୁ  ପରସ୍ପର ଠାରୁ ଅଲଗା କରୁଛି। ଏହି  ସୀମାରେଖାକୁ  ଆଫଗାନିସ୍ତାନ  ସ୍ୱୀକାର  କରେ  ନାହିଁ।  ଏନେଇ ଆଫଗାନିସ୍ତାନ  ପକ୍ଷରୁ କୁହାଯାଇଛି  ଇଂରେଜ  ପ୍ରତାରଣା କରି  ଆଫଗାନ ପାସ୍ତୁନ ବହୁଳ ଅଞ୍ଚଳକୁ  ପାକିସ୍ତାନ ଅଞ୍ଚଳରେ  ମିଶାଇ ଦେଇଥିଲେ। ମାତ୍ର  ପସ୍ତୁତ ଅଞ୍ଚଳ ହେଉଛି ଆଫଗାନ ଅଧିକୃତ କ୍ଷେତ୍ର ଅର୍ଥାତ ଅବିଚ୍ଛେଦ୍ୟ ଅଙ୍ଗ। 

 ଡୁରାଣ୍ଡ ଲାଇନ ସୀମାରେ ତାର ବାଡ଼ ଲଗାଇବା ପାଇଁ ପାକିସ୍ତାନ ସେନା ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସେତେବେଳେ ଝଟକା ଲାଗିଥିଲା ଯେତେବେଳେ  ଗତ ବର୍ଷ ଡିସେମ୍ବରରେ ତାଲିବାନ  ନଙ୍ଗାରହାର ପ୍ରଦେଶରେ  ଏହି କାମକୁ ରୋକି ଦେଇଥିଲା।  କେବଳ ଏତିକି ନୁହେଁ ଏହି କାର୍ଯ୍ୟରେ ବ୍ୟବହୃତ ଉପକରଣକୁ  ତାଲିବାନ ଜବତ କରି ନେଇଥିଲା।  ଏହାକୁ ଛୋଟ ଏଖ ଛୋଟ ଘଟଣା ବୋଲି କହି  ପାକିସ୍ତାନ ଏହାକୁ ଟାଳି ଦେବାକୁ ଚେଷ୍ଟା କରିଥିଲା।

ମାତ୍ର  ପାକିସ୍ତାନର ଏହି ଭ୍ରମକୁ  ଚଳିତ ବର୍ଷ ଜାନୁଆରୀରେ ଭାଙ୍ଗି ଦେଇଥିଲା ତାଲିବାନ।  ଯେତେବେଳେ ତାଲିବାନ  ପ୍ରବକ୍ତା ଜବୀଉଲ୍ଲାହ  ମୁଜାହିଦ ଦାବି କରିଥିଲେ ଯେ  ଡୁରାଣ୍ଡ  ଲାଇନ  ଠାରେ ପାକିସ୍ତାନ  ପକ୍ଷରୁ କରାଯାଉଥିବା କାର୍ଯ୍ୟ  ଗୋଟିଏ ଦେଶକୁ  ବିଭାଜନ କରିବା ଭଳି।  ଏହାକୁ ତାଲିବାନ  ସ୍ୱୀକାର କରେ ନାହିଁ।  ତାଲିବାନ ଏହାକୁ  ରାଷ୍ଟ୍ରୀୟ ପ୍ରସଙ୍ଗ ଭାବେ  ସ୍ୱୀକାର କରେ।  ଯାହାର ଅର୍ଥ ହେଉଛି ଏହି  କାର୍ଯ୍ୟକୁ  ତାଲିବାନ ବିରୋଧ କରିବା ଜାରି ରଖିବ।  

୨୦୨୨ ଫେବୃଆରୀରେ  ଆଫଗାନିସ୍ତାନସ୍ଥିତ କୁନାର, ନଙ୍ଗରହାର,  ନୁରିସ୍ତାନ,  କନ୍ଧାର,  ଖୋସ୍ତ ପ୍ରଦେଶରେ  ପାକିସ୍ତାନ ପଟୁ ଗୁଳିମାଡ  ସହ ତୋପ ଯୋଗେ ଆକ୍ରମଣ କରାଯାଇ ସାରିଛି।  ଏଭଲି ଘଟଣା ୯ ଥର ଘଟିସାରିଛି।  ସେହି ମାସରେ କାନ୍ଧାର ପ୍ରଦେଶରେ  ବୋଲ୍ଡେକ ଜିଲ୍ଲାରେ  ହୋଇଥିବା ସଂଘର୍ଷରେ ୬  ଆଫଗାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଆହତ ହୋଇଥିଲେ।  ମାର୍ଚ୍ଚ ମାସରେ  କୁନାର,  ହେଲମଣ୍ଡ,  ନୁରିସ୍ତାନ  ପ୍ରଦେଶରେ  ଗୁଳିମାଡ଼ ଜନିତ ୪  ଘଟଣା ଘଟିସାରିଛି।

Also Read: Durand Line: ବଢୁଛି ବିବାଦ, ଯୁଦ୍ଧ ମୈଦାନରେ ମୁହାଁମୁହିଁ ହୋଇପାରନ୍ତି ତାଲିବାନ-ପାକିସ୍ତାନ

 

ଗୁଳିମାଡ  ଘଟଣାକୁ ନେଇ ବିବାଦ ତେଜିବା ପରେ  ତାତି ଉଠିଥିବା ପାକିସ୍ତାନ ସେନା  ଆଫଗାନବାସୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇ କହିଥିଲା ଯଦି ସେମାନେ  ସୀମାରେ ତାରବାଡ଼ ଲଗାଇବା କାର୍ଯ୍ୟକୁ ବିରୋଧ କରନ୍ତି ତାହେଲେ ଏହାର ଭୟାନକ ପରିଣାମ ଭୋଗିବାକୁ ହେବ।  ଆଫଗାନ ଅଞ୍ଚଳକୁ  ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ କରାଯାଉଥିବା ଆକ୍ରମଣକୁ  ତାଲିବାନ ବିରୋଧ କରିବା ଜାରି ରଖିଛି। 
 
ତାଲିବାନ ଆଫଗାନିସ୍ତାନ ଦଖଲ କରିବ ପରେ  ନିଜ  ଇଚ୍ଛା ଅନୁସାରେ କାମ କରିବ ପାରିବ ବୋଲି ପାକିସ୍ତାନ ଅନୁଭବ କରୁଥିଲା।   ତାଲିବାନ ସରକାର  ଡୁରାଣ୍ଡ  ଲାଇନ  ସୀମାରେଖାକୁ ମାନ୍ୟତା ପ୍ରଦାନ  କରିବ।   ମାତ୍ର  ତାହା ହେଲା ନାହିଁ।     ଯାହାର ଫଳ ସ୍ୱରୂପ ପାକିସ୍ତାନ  ଏବେ  ତାଲିବାନ ଏବଂ ଆଫଗାନୀଙ୍କ  ମୁଣ୍ଡ ନୂଆଁବାକୁ  ପ୍ରୟାସ କରୁଛି। 

ଗତ ବର୍ଷ ଅକ୍ଟୋବରରେ  ଚମନ ପୋଷ୍ଟ ଠାରେ ଅବରୋଧ କରିବା ସହ  ତୋରଖମ  ପୋଷ୍ଟ ଠାରେ ଲୋକଙ୍କ ଯିବା ଆସିବା  ଉପରେ  ପ୍ରତିବନ୍ଧକ  ଲଗାଇଥିଲା।  ଏହି  ବର୍ଡର ପାକିସ୍ତାନ-ଆଫଗାନ ମଧ୍ୟରେ ବାଣିଜ୍ୟ କାରବାର କରିଥାଏ।  ମାତ୍ର ଏହାକୁ  ବନ୍ଦ କରି ପାକିସ୍ତାନ  ତାଲିବାନ ନିଜ  ଆଗରେ ମତମସ୍ତକ କରିବା ସହ  ଡୁରାଣ୍ଡ  ଲାଇନ ସୀମା ରେଖାରେ  ତାରବାଡ଼ ଲଗାଇବା ପାଇଁ  ଏହାକୁ ଏକ ରଣନୀତି ଭାବେ ଆପଣାଇଛି।