ଆଇଏସ ଧ୍ୱଂସ ହେବା ପରେ ସକ୍ରିୟ ଫେସବୁକ ଆକାଉଣ୍ଟ, ଆମେରିକାରେ ଆକ୍ରମଣ କରିବାକୁ ଚାଲିଛି ଷଡଯନ୍ତ୍ର
Advertisement

ଆଇଏସ ଧ୍ୱଂସ ହେବା ପରେ ସକ୍ରିୟ ଫେସବୁକ ଆକାଉଣ୍ଟ, ଆମେରିକାରେ ଆକ୍ରମଣ କରିବାକୁ ଚାଲିଛି ଷଡଯନ୍ତ୍ର

ସଙ୍ଗଠନ ଧ୍ୱଂସ ହେବା ପରେ ମଧ୍ୟ ଆଇଏସ ଆତଙ୍କୀ ଗୋଷ୍ଠୀ ସହ ଜଡିତ ଫେସବୁକ ଆକାଉଣ୍ଟ ସକ୍ରିୟ ରହିଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି ।  

ଆଇଏସ ଧ୍ୱଂସ ହେବା ପରେ ସକ୍ରିୟ ଫେସବୁକ ଆକାଉଣ୍ଟ, ଆମେରିକାରେ ଆକ୍ରମଣ କରିବାକୁ ଚାଲିଛି ଷଡଯନ୍ତ୍ର

ୱାଶିଂଟନ: ବିଗତ ୨୦୧୩ ବର୍ଷରୁ ୨୦୧୯ ମଧ୍ୟରେ ମଧ୍ୟ ଏସୀୟ ସମେତ ଉପସାଗରୀୟ ଦେଶ, ୟୁରୋପ, ଆଫ୍ରିକା ସହ ସମଗ୍ର ବିଶ୍ୱରେ ଆତଙ୍କବାଦର ଉପସ୍ଥିତି ଜାହିର କରିଥିଲା ଆତଙ୍ଗୀ ସଙ୍ଗଠନ ଆଇଏସ(is terror outfit)। ଗତବର୍ଷ ଅକ୍ଟୋବର ୨୭ ତାରିଖରେ ଆମେରିକୀୟ ନ୍ୟାଭି ସିଲ୍ କମାଣ୍ଡୋ(us navy seal commando) ପକ୍ଷରୁ ଗୃହଯୁଦ୍ଧରେ ଧ୍ୱସ୍ତବିଧ୍ୱସ୍ତ ହୋଇ ପଡିଥିବା ପଶ୍ଚିମ ଏସୀୟ ଦେଶ ସିରିୟାର( civil war affected nation syria) ଇଦଲିବ ପ୍ରଦେଶରେ (idlib province) ହୋଇଥିବା ଅପରେସନରେ ପ୍ରାଣ ହରାଇଥିଲା ଇସଲାମିକ ଷ୍ଟେଟର ଆତ୍ମଘୋଷିତ ଖଲିଫା(islamic states self proclaimed caliph) ଅବୁ ବାକର ଅଲ ବାଗଦାଦି(Abu Bakr al-Baghdadi)। 

ହେଲେ ଏବେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଙ୍ଗଠନକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ଆସିଛି । ଯେଉଁଥିରେ ଏହି ଗୋଷ୍ଠୀ ସହ ଜଡିତ ଫେସବୁକ ଆକାଉଣ୍ଟ ବର୍ତ୍ତମାନ ସକ୍ରିୟ ରହିଛି । ଯାହାକୁ ଚିହ୍ନଟ କରିବା ପ୍ରକିୟା ଏବେ ଜାରି ରହିଛି ।  କାରଣ ଏପରି ଧରଣର ସୋସିଆଲ ମିଡିଆ ଆକାଉଣ୍ଟ(social media account) ଏବେ ଇଣ୍ଟନେଟରେ ସକ୍ରିୟ ଥିବାର କୁହାଯାଉଛି।   

'ଦି ଇନଷ୍ଟିଚ୍ୟୁଟ ଷ୍ଟ୍ରାଟେଜିକ ଡାଇଲଗ'-ଆଇଏସଡି(The Institute for Strategic Dialogue-ISD)ପକ୍ଷରୁ ଏନେଇ ଚାଲିଥିବା ଅଧ୍ୟୟନରୁ ଜଣାପଡିଛି, ବିଗତ ୩ ମାସ ମଧ୍ୟରେ ଆଇଏସ ସଙ୍ଗଠନର ଏକ ନିର୍ଦ୍ଧିଷ୍ଟ ନେଟୱାର୍କ(particular is network)ସହ ଜଡିତ ଥିବା ପ୍ରାୟ ୨୮୮ ଫେସବୁକ ଆକାଉଣ୍ଟକୁ ଚିହ୍ନଟ କରାଯାଇ ସାରିଛି।     

ଏପରି ଧରଣର ସୋସିଆଲ ମିଡିଆ ଆକାଉଣ୍ଟ ସ୍ୱୟଂଚାଳିତ(automated) ଏବଂ ମାନବ ପରିଚାଲିତ(manual operated) ବୋଲି ଜଣାପଡିଛି। ଏହି ଆକାଉଣ୍ଟକୁ ହଟାଇ ଦିଆଯାଇଛି ବୋଲି ଫେସବୁକ ପକ୍ଷରୁ କୁହାଯାଇଛି।   
 
ଆଇଏସଡି ପକ୍ଷରୁ ପ୍ରକାଶିତ "ଦି ପ୍ରୋପାଗଣ୍ଡା ପାଇପଲାଇନ: ଦି ଫୁଓରିସ ଅପଲୋଡ ନେଟୱାର୍କ ଅନ ଫେସବୁକ" (The Propaganda Pipeline: The ISIS Fuouaris Upload Network on Facebook) ଶୀର୍ଷକ ରିପୋର୍ଟରେ କୁହାଯାଇଛି, ଲୁଚାଛପାରେ ସୋସିଆଲ ମିଡିଆ ଆକାଉଣ୍ଟରେ ଆଇଏସ ସଙ୍ଗଠନ ସହ ଜଡିତ କାର୍ଯ୍ୟ ଜାରି ରହିଛି । ଏପରି ଧରଣର ୧୮ଟି ବ୍ରାଣ୍ଡେଡ ଆକାଉଣ୍ଟ(branded account) ରହିଛି ଯେଉଁଥିରେ ଆଇଏସ ସଙ୍ଗଠନ ସହ ସମ୍ପୃକ୍ତ ୯୧ଟି ଅଡିଓ ଟେପ ରହିଛି ।      

ଏହି ନେଟୱାର୍କରେ ସାମିଲ ଥିବା ଆଇଏସ ସମର୍ଥକ ବିଶ୍ୱରେ ରାଜନୈତିକ ଏବଂ ସାମରିକ କ୍ଷମତା ଦୃଷ୍ଟିକୋଣରୁ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକାର-ୟୁଏସଏ(United states of America-USA) ରାଜନେତା ଏବଂ ସେନାବାହିନୀ ସହ ଜଡିତ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିବା ସହ ଏନେଇ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି।