ଏଜେଏସୟୁର କଟାକ୍ଷ, 'ଜେଏମଏମର ପରଜୀବୀ ହେଉଛି କଂଗ୍ରେସ'
Advertisement

ଏଜେଏସୟୁର କଟାକ୍ଷ, 'ଜେଏମଏମର ପରଜୀବୀ ହେଉଛି କଂଗ୍ରେସ'

ବିଜେପି ସହ ରହିଥିବା ମେଣ୍ଟକୁ ପ୍ରାକୃତିକ ବୋଲି ଦର୍ଶାଇଛି ଏଜେଏସୟୁ। ସ୍ୱତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନ ହେବା ପୂର୍ବରୁ ବିଜେପି ସହ ମେଣ୍ଟ ରହିଥିଲା ବୋଲି ଏଜେଏସୟୁ ପକ୍ଷରୁ କୁହାଯାଇଛି। 

ଏଜେଏସୟୁର କଟାକ୍ଷ, 'ଜେଏମଏମର ପରଜୀବୀ ହେଉଛି କଂଗ୍ରେସ'

ରାଞ୍ଚି: ପଡୋଶୀ ଝାଡଖଣ୍ଡ (Jharkhand) ରେ  ହେବାକୁ ଥିବା ଉପନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ନିର୍ବାଚନ ଲାଗି ଦିନ ପାଖେଇ ଆସୁଥିବା ବେଳେ ଏବେ  ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି।

ବିଜେପି (BJP) ନେତୃତ୍ୱାଧିନ ଏନଡିଏ (NDA) ମେଣ୍ଟରେ ସାମିଲ ଥିବା ଅଲ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ-ଏଜେଏସୟୁ (AJSU-All Jharkhand Students Union) କୁ କଟାକ୍ଷ କରି କଂଗ୍ରେସ (Congress) କହିଥିଲା ଏନଡିଏରକ ସବୁଠୁ ଦୁର୍ବଳ ଅଂଶୀଦାର ଦଳ ହେଉଛି ଏଜେଏସୟୁ।

ଏହାର ଜବାବ ଦେବାକୁ ଯାଇ କଂଗ୍ରେକୁ ଟାର୍ଗେଟ କରି ଏଜେଏସୟୁ କହିଛି, କଂଗ୍ରେସ ଏକ ପରଜୀବୀ । ଗୋଟିଏ ଜାତୀୟ ଦଳ ହୋଇ ମଧ୍ୟ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-ଜେଏମଏମ (JMM-Jharkhand Mukti Morcha-JMM) ଭଳି ଗୋଟିଏ  ଆଞ୍ଚଳିକ ଦଳର ସହାୟତା ନେବାକୁ ସବୁବେଳେ ଚାହିଁ ବସିଛି।

ବିଜେପି ସହ ରହିଥିବା ମେଣ୍ଟକୁ ପ୍ରାକୃତିକ ବୋଲି ଦର୍ଶାଇଛି ଏଜେଏସୟୁ। ସ୍ୱତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନ ହେବା ପୂର୍ବରୁ ବିଜେପି ସହ ମେଣ୍ଟ ରହିଥିଲା ବୋଲି ଏଜେଏସୟୁ ପକ୍ଷରୁ କୁହାଯାଇଛି। ଝାଡଖଣ୍ଡରରେ ହେବାକୁ ଉପନିର୍ବାଚନରେ ବିଭିନ୍ନ ଦଳ ମଧ୍ୟରେ ମେଣ୍ଟ ଗଠନ କରିବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। 

fallback

ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି-ଏଜେଏସୟୁ  ମଧ୍ୟରେ ମେଣ୍ଟ ହୋଇନଥିଲା। ଅନ୍ୟପଟେ ଜେଏମଏମ-କଂଗ୍ରେସ ପରସ୍ପର ମଧ୍ୟରେ ନିର୍ବାଚନୀ ମେଣ୍ଟ ଗଠନ କରି ନିର୍ବାଚନ ଲଢିବା ସହ ସର୍ବାଧିକ ଆସନରେ ବାଜିମାତ କରିଥିଲେ।

ଏବେ ରାଜ୍ୟର ବେରୋମୋ (Bermo Assembly Constituency) ଏବଂ ଦୁମକା (Dumka Assembly Constituency) ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି  ମେଣ୍ଟ ଗଠନ କରିବାକୁ ବିଜେପି-ଏଜେଏସୟୁ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଗଲାଣି।  

ଏହି ଉପନିର୍ବାଚନରେ ଏଜେଏସୟୁ ବିଜେପି ସହ ମେଣ୍ଟ ଗଠନ କରିବାକୁ ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଏଜେଏସୟୁ ଏକ ଦୁର୍ବଳ ଦଳ। ଏଭଳି ପରିସ୍ଥିତିରେ ବିଜେପି କ'ଣ ଦଳକୁ ସହାୟକ ହୋଇପାରିବ। ଏ ପ୍ରସଙ୍ଗରେ ମତ ରଖି ଝାଡଖଣ୍ଡ କଂଗ୍ରେସ ସଭାପତି (Jharkhand Congress President) ରାମେଶ୍ୱର ଓରାଓଁ (Rameswar Oran) କହିଛନ୍ତି ଏଜେଏସୟୁ ଏକ ଦୁର୍ବଳ ଦଳ ହୋଇଗଲାଣି। ପୂର୍ବରୁ ବିଜେପି କମଜୋର ହୋଇସାରିଛି।

ଏହାର ଜବାବ ଦେବାକୁ ଯାଇ ଏଜେଏସୟୁ କେନ୍ଦ୍ରୀୟ ସଚିବ ତଥା ଗୋମିୟା ବିଧାୟକ ଲୋମ୍ବୋଦର ମାହତୋ କଂଗ୍ରେସକୁ କଟାକ୍ଷ କରି କଂଗ୍ରେସ ଏବେ ପରଜୀବୀ ହୋଇଗଲାଣି। କଂଗ୍ରେସ ଭଳି ଏକ ଜାତୀୟ ଦଳ ବୋଲି ଏବେ ଜେଏମଏମର ସହଯୋଗରେ ରାଜନୀତି କରୁଛି। ଝାଡଖଣ୍ଡରେ ଜେଏମଏମର ପରଜୀବୀ ହେଉଛି କଂଗ୍ରେସ। ଏପରିକି ନିର୍ବାଚନ ଲଢିବାକୁ ଜେଏମଏମର ସହାୟତା ନେଉଛି କଂଗ୍ରେସ। କିଏ ଦୁର୍ବଳ କିଏ ଶକ୍ତିଶାଳୀ ତାହା ଆଗାମୀ ଦିନରେ ଜଣାପଡିବ। ଗତ ବିଧାନସଭା ନିର୍ବାଚନରେ ଆମେ ବିଜେପି ସହ ଅଲଗା ହୋଇ ନିର୍ବାଚନ ଲଢିଥିବାରୁ ନିର୍ବାଚନ ଫଳାଫଳ ଆମ ବିରୁଦ୍ଧରେ ଯାଇଥିଲା। ଏଥରର ଉପନିର୍ବାଚନରେ ​​ଫଳାଫଳ ଆସିବା ପରେ କିଏ ଶକ୍ତିଶାଳୀ ତାହା ଜଣାପଡିବ। 

fallback

ଏଜେଏସୟୁ ସହ  ରହିଥିବା ସମ୍ପର୍କ ଉପରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କୁହାଯାଇଛି ଉଭୟ ଦଳ ମଧ୍ୟରେ ସମ୍ପର୍କ ବେଶ ପୁରୁଣା। ଏନେଇ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଦୀପକ ପ୍ରକାଶ କହିଛନ୍ତି ଏଜେଏସୟୁ-ବିଜେପି ପୃଥକ ରାଜ୍ୟ ପାଇଁ ଏକାଠି ଲଢିଥିଲେ। ଏପରିକି ସ୍ୱତନ୍ତ୍ର ରାଜ୍ୟ ଦାବିରେ  ଉଭୟ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଗୃହମନ୍ତ୍ରୀ ଆଡଭାନୀ ଜୀଙ୍କ ନିକଟକୁ ଯାଇଥିଲେ।