'ନିର୍ବାଚନ ପୂର୍ବରୁ ଚୀନ ଉପରେ ଆକ୍ରମଣ କରିପାରେ ଆମେରିକା'
Advertisement

'ନିର୍ବାଚନ ପୂର୍ବରୁ ଚୀନ ଉପରେ ଆକ୍ରମଣ କରିପାରେ ଆମେରିକା'

ଦକ୍ଷିଣ ଚୀନ ସାଗର ସମେତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନକୁ ଜବାବ ଦେବା ଲାଗି ଆମେରିକା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । ଏପରିକି ଏହି ଅଞ୍ଚଳରେ ନୌବାହିନୀର ଉପସ୍ଥିତିକୁ ମଜବୁତ କରିବାରେ ଲାଗିଛି। ଆମେରିକାର ଏପରି କାର୍ଯ୍ୟକୁ ନେଇ ଚୀନ ପ୍ରତିକ୍ରିୟାଶୀଳ ହୋଇପଡିଛି । ଏପରିକି ଯୁଦ୍ଧ କଲେ ଜବାବ ଦିଆଯିବ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

'ନିର୍ବାଚନ ପୂର୍ବରୁ ଚୀନ ଉପରେ ଆକ୍ରମଣ କରିପାରେ ଆମେରିକା'

ନୂଆଦିଲ୍ଲୀ: ବିସ୍ତାରବାଦୀ ନୀତି କାରଣରୁ ଆମେରିକା (America) ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ (Westen World Country) ର ଟାର୍ଗେଟ ରହୁଥିବା ଚୀନ (China) ଏବେ ପଛଘୁଞ୍ଚା ଦେଇଛି । ଦକ୍ଷିଣ ଚୀନ ସାଗର (South China Sea) କ୍ଷେତ୍ରକୁ ସମ୍ପୂର୍ଣ୍ଣ ନିଜର ବୋଲି ଦାବି କରୁଥିବା ଚୀନ ଏହି ଜଳରାଶିରେ କୃତ୍ରିମ ଦ୍ୱୀପ (Artificial Island) ନିର୍ମାଣ ସହ ସାମରିକ ଭିତ୍ତିଭୂମି ବିକାଶ କରିବାକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଛନ୍ତି।

ଦକ୍ଷିଣ ଚୀନ ସାଗର ସମେତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (Pacific Region) ରେ ଚୀନକୁ ଜବାବ ଦେବା ଲାଗି ଆମେରିକା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । ଏପରିକି ଏହି ଅଞ୍ଚଳରେ ନୌବାହିନୀର ଉପସ୍ଥିତିକୁ ମଜବୁତ କରିବାରେ ଲାଗିଛି। ଆମେରିକାର ଏପରି କାର୍ଯ୍ୟକୁ ନେଇ ଚୀନ ପ୍ରତିକ୍ରିୟାଶୀଳ ହୋଇପଡିଛି । ଏପରିକି ଯୁଦ୍ଧ କଲେ ଜବାବ ଦିଆଯିବ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ (Global Times) ସମ୍ପାଦକ ହୁ ଶିଜିନ (Editor Hu Xijin) କହିଛନ୍ତି, ଯଦି ଆମେରିକା ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ଆରମ୍ଭ କରେ, ତାହେଲେ ବହୁମୂଲ୍ୟ ଦେବାକୁ ହେବ । ଏହା ସହିତ ଗ୍ଲୋବାଲ ଟାଇମ୍ସ ସମ୍ପାଦକ ଟ୍ୱିଟ କରି କହିଛନ୍ତି, ତାଙ୍କୁ ମିଳିଥିବା ଖବର ଅନୁସାରେ ଟ୍ରମ୍ପ ସରକାର ଦକ୍ଷିଣ ଚୀନ ସାଗରରେ ନିର୍ମିତ ହୋଇଥିବା ଦ୍ୱୀପ ଉପରେ ଏମକ୍ୟୁ-୯ ରିପର ଡ୍ରୋନ (MQ-9 Reaper Drone) ଦ୍ୱାରା ଆକ୍ରମଣ କରିପାରନ୍ତି । ଆମେରିକାକୁ ଧମକ ଦେବା ଉଦ୍ଦେଶ୍ୟରେ ଚୀନୀ ସରକାରୀ ଗଣମାଧ୍ୟମ ସମ୍ପାଦକ କହିଛନ୍ତି ଯଦି ଆମେରିକା ଆକ୍ରମଣ କରେ ତାହେଲେ, ଚୀନର ପିପୁଲ୍ସ୍ ଲିବେସନ ଆର୍ମୀ-ପିଏଲଏ (PLA-Peoples Liberation Army) ନିଶ୍ଚିତ ଭାବେ ଜବରଦସ୍ତ ଯୁଦ୍ଧ କରିବ । ଯେଉଁମାନେ ଯୁଦ୍ଧ ଆରମ୍ଭ କରିବେ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ହେବ।

 

ଆମେରିକା ପକ୍ଷରୁ କୁହାଯାଇଛି ଦକ୍ଷିଣ ଚୀନ୍ ସାଗରକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ସ୍ଥାପନ କରିଥିବା ଦ୍ୱୀପକୁ ବ୍ୟବହାର କରୁଛି। ବେଜିଂ ଦକ୍ଷିଣ ଚୀନ୍ ସାଗରର ପ୍ରାୟ ୧.୩ ନିୟୁତ ବର୍ଗ ମାଇଲ୍ କ୍ଷେତ୍ରକୁ ଏହାର ସାର୍ବଭୌମ ଅଞ୍ଚଳ ବୋଲି ଦାବି କରୁଛି । ବେଜିଂ ନିକଟ ଅତୀତରେ ପଡୋଶୀ ଦେଶଙ୍କ ପକ୍ଷରୁ ଦକ୍ଷିଣ ଚୀନ ସାଗରରେ କରାଯାଉଥିବା ମତ୍ସ୍ୟ ଉତ୍ପାଦନ ତଥା ଖଣିଜ ପଦାର୍ଥ ଉତ୍ତୋଳନ ଆଦି କାର୍ଯ୍ୟକୁ ବିରୋଧ କରି ଆସୁଛି । ଏନେଇ ଚୀନ ପକ୍ଷରୁ କୁହାଯାଇଛି ଯେ ଏହି  ସମ୍ବଳ ସମୃଦ୍ଧ ସାମୁଦ୍ରିକ ଅଞ୍ଚଳ ଦେଶର ସାର୍ବଭୌମତ୍ୱ କ୍ଷେତ୍ର ମଧ୍ୟରେ ଅନ୍ତର୍ଭୂକ୍ତ ।

ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମୋର୍ଗାନ ଅର୍ଟାଗସ କହିଛନ୍ତି ଯେ ପାଞ୍ଚ ବର୍ଷ ପୂର୍ବେ, ସେପ୍ଟେମ୍ବର ୨୫, ୨୦୧୫ରେ ହ୍ୱାଇଟ ହାଉସର ରୋଜ ଗାର୍ଡେନରେ ଠିଆ ହୋଇଥିବା ଚୀନୀ ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଥିଲେ, ଚୀନ୍ ସ୍ପ୍ରାଟଲି ଦ୍ୱୀପପୁଞ୍ଜକୁ ଅଧିକାର କରିବା ନେଇ କୌଣସି ଲକ୍ଷ୍ୟ ରଖିନାହିଁ । ହେଲେ ଦକ୍ଷିଣ ଚୀନ ସାଗରରେ ସାମରିକ ଭିତ୍ତିଭୂମି ବିକଶିତ କରିବା ମାମଲାରେ ଚୀନ ବିଶ୍ୱ ସମୁଦାୟର ମତାମତକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ଏହାକୁ ଅଣଦେଖା କରିବାରେ ଲାଗିପଡିଛି ।