US Army: ଚୀନ ଓ ଋଷ ଛାତିରେ ଛନକା! ଭାରତର ୩ ବର୍ଷର ପ୍ରତିରକ୍ଷା ବଜେଟରେ ତିଆରି ହେଉଛି ଶକ୍ତିଶାଳୀ ବମ୍ବର
Advertisement
Article Detail0/zeeodisha/odisha1330040

US Army: ଚୀନ ଓ ଋଷ ଛାତିରେ ଛନକା! ଭାରତର ୩ ବର୍ଷର ପ୍ରତିରକ୍ଷା ବଜେଟରେ ତିଆରି ହେଉଛି ଶକ୍ତିଶାଳୀ ବମ୍ବର

ସବୁ ଦେଶ ଏବେ ଆମେରିକାକୁ ଡରିବା ଆରମ୍ଭ କଲେଣି। ଆମେରିକା ଯେଉଁଭଳି ଭାବରେ ବିଶ୍ୱରେ ନିଜର ଶକ୍ତି ବୃଦ୍ଧି କରୁଛି ତାହାକୁ ଚ୍ୟାଲେଞ୍ଜ କରିବା ହେବ କାଠିକର ପାଠ ହେବ। ଚୀନ ଓ ଋଷ ଭଳି ଦେଶ ଆମେରିକାକୁ ସିଧାସଳଖ ଯେଉଁ ଚ୍ୟାଲେଞ୍ଜ କରୁଛନ୍ତି ଏବେ ତାହା କରିବା ସେମାନଙ୍କୁ ମହଙ୍ଗା ପଡ଼ିପାରେ।

US Army: ଚୀନ ଓ ଋଷ ଛାତିରେ ଛନକା! ଭାରତର ୩ ବର୍ଷର ପ୍ରତିରକ୍ଷା ବଜେଟରେ ତିଆରି ହେଉଛି ଶକ୍ତିଶାଳୀ ବମ୍ବର

B2 and SPIRIT B21 bumber aircraft, ନୂଆଦିଲ୍ଲୀ: ଚୀନ ଓ ଋଷ ଭଳି ଦେଶ ଆମେରିକାକୁ ସିଧାସଳଖ ଯେଉଁ ଚ୍ୟାଲେଞ୍ଜ କରୁଛନ୍ତି ଏବେ ତାହା କରିବା ସେମାନଙ୍କୁ ମହଙ୍ଗା ପଡ଼ିପାରେ। ଏବେ ଆମେରିକା ନିଜ ବାୟୁସେନାରେ କିଛି ଏଭଳି ଯୁଦ୍ଧ ବିମାନ ସାମିଲ କରିବାକୁ ଯାଉଛି ଯାହା କି ଶତ୍ରୁଦେଶର ହୋସ ଉଡ଼ାଇଦେବ। ଆମେରିକା ତିଆରି କରୁଥିବା ବମ୍ବରର ମୂଲ୍ୟ ଭାରତ ଓ ଋଷ ଭଳି ବୃହତ ପ୍ରତିରକ୍ଷା ବଜେଟ ଠାରୁ ଢେର ଗୁଣ ଅଧିକ। ଆସନ୍ତା ୩ ବର୍ଷ ମଧ୍ୟରେ ଏହି ବିମାନ ଆମେରିକୀୟ ସେନାରେ ସାମିଲ ହେବା ନେଇ ସୂଚନା ମିଳିଛି। 

ସବୁ ଦେଶ ଏବେ ଆମେରିକାକୁ ଡରିବା ଆରମ୍ଭ କଲେଣି। ଆମେରିକା ଯେଉଁଭଳି ଭାବରେ ବିଶ୍ୱରେ ନିଜର ଶକ୍ତି ବୃଦ୍ଧି କରୁଛି ତାହାକୁ ଚ୍ୟାଲେଞ୍ଜ କରିବା ହେବ କାଠିକର ପାଠ ହେବ। ଚୀନ ଓ ଋଷ ଭଳି ଦେଶ ଆମେରିକାକୁ ସିଧାସଳଖ ଯେଉଁ ଚ୍ୟାଲେଞ୍ଜ କରୁଛନ୍ତି ଏବେ ତାହା କରିବା ସେମାନଙ୍କୁ ମହଙ୍ଗା ପଡ଼ିପାରେ। କାରଣ ଏବେ ଆମେରିକା ନିଜ ବାୟୁସେନାରେ କିଛି ଏଭଳି ଯୁଦ୍ଧ ବିମାନ ସାମିଲ କରିବାକୁ ଯାଉଛି ଯାହା ଶତ୍ରୁଦେଶର ହୋସ ଉଡ଼ାଇଦେବ। କାରଣ ଆମେରିକା ତାର ବାୟୁସେନାରେ ଦୁନିଆର ସବୁଠାରୁ ପାୱାରଫୁଲ ବମ୍ପର ସାମିଲ କରିବାକୁ ଯାଉଛି।

Also Read: Tejas Fighter Jet: ଚୀନ ଓ ପାକିସ୍ତାନର ସ୍ୱପ୍ନ ଚୁରମାର, ଭାରତକୁ ଏହି ଅମୁଲ୍ୟ ସମ୍ପଦ ମାଗିଲା ଆର୍ଜେଣ୍ଟିନା

ଋଷର TU1 ଓ ଆମେରିକାର B1 ଲାନ୍ସରକୁ ଦୁନିଆର ଶକ୍ତିଶାଳୀ ବମ୍ବର ବୋଲି ବିବେଚନା କରାଯାଏ। କିନ୍ତୁ ବର୍ତ୍ତମାନ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ବମ୍ବର ହେଉଛି B2 SPIRIT। ଏହାର ରାଡାରକୋ ସିଷ୍ଟମ ରାଫେଲଠାରୁ ୧୦ହଜାର ଗୁଣ କମ୍। ୪ଟି ରାଫେଲର ଆକାର ସହ ଏହି ବମ୍ବର ସମାନ। ଭାରତର ସୁଖୋଇ-୩୦ଠାରୁ ଏହାର ରାଡାରକୋ ସିଷ୍ଟମ ୪୦ ହଜାର ଗୁଣ କମ୍। ଅର୍ଥାତ ଏହି ଯୁଦ୍ଧ ବିମାନ ଦୁନିଆର ହାଇ ରାଡାରକୋ ବିମାନ ଉପରେ ଏହା ଏକ ମହୁମାଛି ଭଳି ଦେଖାଯିବ। ଅର୍ଥାତ ଶତ୍ରୁ ଦେଶର ରାଜଧାନୀ ଉପରେ ଏହି ବିମାନ ହଜାର ଟନର ମିସାଇଲ ନେଇ ଉଡ଼ୁଥିବ କିନ୍ତୁ ଶତ୍ରୁ ଦେଶକୁ କୌଣସି ଅନ୍ଦାଜା ବି ରହିବନି। 

ତେବେ B2କୁ ଟକ୍କର ଦେବାପାଇଁ ଆମେରିକା ପାଖରେ ଆଉ ଏକ ବମ୍ବର ଅଛି। ଆମେରିକା ଏହାର ବି ଆଡଭାନ୍ସ ଭର୍ସନ ତିଆରି କରିବାକୁ ଯାଉଛି। ଯାହାର ନାଁ ହେଉଛି B21 ରେଡର। ଏହାର ରିସର୍ଚ୍ଚ ପାଇଁ ଆମେରିକା ୩୦ ଆରବ ଡଲାର ଖର୍ଚ୍ଚ କରୁଛି। ଯାହାର ମୂଲ୍ୟରେ ହତିଆର ସହିତ ୩୦୦ ରାଫେଲ ବିମାନ କିଣି ହେବ। B21 ରେଡର ଉପରେ ଆମେରିକା ମୋଟ ଉପରେ ୨୦୩ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛି। ଯାହାକି ଭାରତର ୩ ବର୍ଷର ପ୍ରତିରକ୍ଷା ବଜେଟ କିମ୍ବା ଋଷର ୬ ବର୍ଷର ପ୍ରତିରକ୍ଷା ବଜେଟ ସହ ସମାନ ହେବ। ତେବେ ଏହି ବିମାନର ରିସର୍ଚ୍ଚ ପରେ ଆମେରିକା ଏପରି ୧୦୦ ବିମାନ ନିର୍ମାଣ କରିବାର ଟାର୍ଗଟ ରଖିଛି। 

Also Read: ଆରମ୍ଭ ହେବ ଯୁଦ୍ଧ! ଚୀନ ଡ୍ରୋନ୍ ଉପରେ ସିଧା ଗୁଳି ଚଳାଇଲା ତାଇୱାନ, ଦେଖାଇଲା ସାହସ

B2 ବମ୍ବରକୁ ଯଦି ଆମେରିକା ଯୁଦ୍ଧରେ ଛାଡ଼େ ତେବେ ଶତ୍ରୁ ଉପରେ ଏହି ଗୋଟିଏ ବିମାନ ହିଁ ଭାରି ଭାରିପଡ଼ିବ। ତେବେ ଜଣାପଡ଼ିଛି ଯେ ଆମେରିକା B21ର ଗୋଟିଏ ବିମାନ ତିଆରି କରିସାରିଛି। ଏହାର କିଛି ଟେଷ୍ଟିଂ ବାକି ରହିଛି। ୨୦୨୫ ମଧ୍ୟରେ ଏହାକୁ ଆମେରିକା ସେନାରେ ସାମିଲ କରାଯିବ। ତେବେ ଏହା ବିଷୟରେ କୌଣସି ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି। ଆମେରିକା ଏହାକୁ ଗୁପ୍ତରେ ରଖିଛି। ଅନ୍ୟପଟେ ଆମେରିକାର ଏହି ପ୍ରଜେକ୍ଟରେ ଅଷ୍ଟ୍ରେଲିଆ ମଧ୍ୟ ସାମିଲ ହେବାନେଇ ସୂଚନା ମିଳିଛି। ଯାହାପରେ ଚୀନର ଚିନ୍ତା ବୃଦ୍ଧି ପାଇଛି।