Population Policy: ଦକ୍ଷିଣୀ ରାଜ୍ୟରେ ଆସନ କମିବା ଚିନ୍ତା, ଅଧିକ ଛୁଆ ଜନ୍ମ ପାଇଁ ଆହ୍ୱାନ ଦେଲେ ଦୁଇ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2482006

Population Policy: ଦକ୍ଷିଣୀ ରାଜ୍ୟରେ ଆସନ କମିବା ଚିନ୍ତା, ଅଧିକ ଛୁଆ ଜନ୍ମ ପାଇଁ ଆହ୍ୱାନ ଦେଲେ ଦୁଇ ମୁଖ୍ୟମନ୍ତ୍ରୀ

Population Policy: ଏକ ଜନସଭାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁ ରାଜ୍ୟରେ ବଢ଼ୁଥିବା ବୃଦ୍ଧବୃଦ୍ଧାଙ୍କ ସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସରକାର ନୂଆ ଜନସଂଖ୍ୟା ନୀତି ପରିଚାଳନା କରିବାକୁ ଚିନ୍ତା କରୁଛନ୍ତି। ଏ ଥିରେ ଅଧିକ ଛୁଆ ଜନ୍ମ କରୁଥିବା ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ଦିଆଯିବ। ଏପରିକି ପଞ୍ଚାୟତିରାଜ ତଥା ସ୍ଥାନୀୟ ଶାସନରେ ନିର୍ବାଚନ ହେବାକୁ ଥିବା ପ୍ରତିନିଧିଙ୍କ ପାଇଁ ଦୁଇରୁ ଅଧିକ ସନ୍ତାନ ବାଧ୍ୟତାମୂଳକ କରାଯିବ।

Population Policy: ଦକ୍ଷିଣୀ ରାଜ୍ୟରେ ଆସନ କମିବା ଚିନ୍ତା, ଅଧିକ ଛୁଆ ଜନ୍ମ ପାଇଁ ଆହ୍ୱାନ ଦେଲେ ଦୁଇ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶର ଦକ୍ଷିଣ ପ୍ରାନ୍ତରେ ଏବେ ଜନସଂଖ୍ୟା ଚିନ୍ତା। ସମ୍ବିଧାନ ଅନୁସାରେ ଯଦି ଲୋକସଂଖ୍ୟାକୁ ଆଧାର କରି  ଲୋକସଭାର ଆସନ ବଣ୍ଟାଯାଏ ବା ସୀମା ନିର୍ଦ୍ଧାରଣ କରାଯାଏ ତେବେ ଦକ୍ଷିଣୀ ରାଜ୍ୟଗୁଡ଼ିକ ପ୍ରଭାବିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଗତ ଦିନଗୁଡ଼ିକରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶ ଦେଇଥିବା ଆହ୍ୱାନରେ ଏହିସବୁ ରାଜ୍ୟ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି। ଏଣୁ ଏସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏବେ ଜନସାଧାରଣଙ୍କୁ ଅଧିକ ଛୁଆ ଜନ୍ମ ପାଇଁ ନିବେଦନ କରିଛନ୍ତି। ଏପରିକି ଆନ୍ଧ୍ର ପ୍ରଦେଶ ଏହାକୁ ସୁହାଇଲା ଭଳି ଆଇନ ଆଣିବାକୁ ଯାଉଥିବା ଜଣାପଡ଼ିଛି।

ଏକ ଜନସଭାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁ ରାଜ୍ୟରେ ବଢ଼ୁଥିବା ବୃଦ୍ଧବୃଦ୍ଧାଙ୍କ ସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସରକାର ନୂଆ ଜନସଂଖ୍ୟା ନୀତି ପରିଚାଳନା କରିବାକୁ ଚିନ୍ତା କରୁଛନ୍ତି। ଏ ଥିରେ ଅଧିକ ଛୁଆ ଜନ୍ମ କରୁଥିବା ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ଦିଆଯିବ। ଏପରିକି ପଞ୍ଚାୟତିରାଜ ତଥା ସ୍ଥାନୀୟ ଶାସନରେ ନିର୍ବାଚନ ହେବାକୁ ଥିବା ପ୍ରତିନିଧିଙ୍କ ପାଇଁ ଦୁଇରୁ ଅଧିକ ସନ୍ତାନ ବାଧ୍ୟତାମୂଳକ କରାଯିବ।

ପୂର୍ବରୁ ଦୁଇରୁ ଅଧିକ ସନ୍ତାନ ଥିବା ପୁରୁଷ ବା ମହିଳାଙ୍କୁ ସ୍ଥାନୀୟ ଶାସନରେ ପ୍ରତିନିଧି ହେବାକୁ ବାରଣ କରାଯାଇଥିଲା। ଏ ସନ୍ଦର୍ଭରେ ଶ୍ରୀ ନାଇଡ଼ୁ କହିଛନ୍ତି ‘ ଆମେ ସେହି ଆଇନକୁ ଉଚ୍ଛେଦ କରି ତାହା ବିପରୀତ ଆଇନ ଆଣିବାକୁ ଯାଉଛି।ଏପରିକି ସରକାର ଅଧିକ ଛୁଆ ଥିବା ପରିବାରଙ୍କୁ ମଧ୍ୟ ଅଧିକ ଫାଇଦା ଦେବାକୁ ବିଚାର କରୁଛନ୍ତି’।

ଏନ୍‍ଡିଏର ଅଙ୍ଗ ଥିବା ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଏହି କଥା କହିବାର କିଛି ସମୟ ପରେ ତାମିଲନାଡ଼ୁରେ ଏ ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଡିଏମକେ ମୁଖ୍ୟ ତଥା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‍ କହିଛନ୍ତି ଧୀରେ ଧୀରେ ଲୋକେ ଛୋଟ ପରିବାର ଉପରେ ନିର୍ଭର କରୁଛନ୍ତି। କିନ୍ତୁ ବର୍ତ୍ତମାନ ଲୋକସଭାରେ ଆମର ଆସନ କମିବାକୁ ଯାଉଛି ଏଣୁ ଅଧିକ ଛୁଆ ଜନ୍ମ କରିବାର ଆବଶ୍ୟକତା ରହିଛି। ଏପରିକି ଆମେ କାହିଁକି ୧୬ ଛୁଆ ଜନ୍ମ ନ କରିବା ବୋଲି ପ୍ରଶ୍ନ କରିଛନ୍ତି।

ଦେଶରେ ଜନସଂଖ୍ୟା ବିସ୍ଫୋରଣକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। ଏପରିକି ଏହା ଏକ ରାଷ୍ଟ୍ରୀୟ ଆହ୍‍ୱାନ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଗୁଣାତ୍ମକ ମାନବସମ୍ବଳ ବିକାଶ ଦିଗରେ ଯାଇ ‘ଆମେ ଦୁଇ ଆମର ଦୁଇ’ ଚିନ୍ତାଧାରାକୁ ଲୋକେ ଆପଣାଇଛନ୍ତି। ଏପରିକି ଏହି ନିୟମ ଅନୁସାରେ ଅନେକ ରାଜ୍ୟରେ ପ୍ରୋତ୍ସାହନ ବ୍ୟବସ୍ଥା ବି ରହିଛି। ହେଲେ ଏବେ ରାଜନୀତିକ ଦୃଷ୍ଟିକୋଣରୁ ଅଧିକ ସନ୍ତାନ ଜନ୍ମ ପାଇଁ ମୁଖ୍ୟମନ୍ତ୍ରୀମାନେ ଆହ୍ୱାନ ଦେବା ଦେଶର ଜନ ସଂଖ୍ୟାକୁ ପ୍ରଭାବିତ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।