ନୂଆଦିଲ୍ଲୀ: ଜଳ, ସ୍ଥଳ, ଆକାଶ ପରେ ବରଫାବୃତ୍ତ ପହାଡିଆ ଅଞ୍ଚଳରେ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା। ବିସ୍ତାରବାଦୀ ଚୀନ୍ ପକ୍ଷରୁ ଲଦାଖ ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ସୀମା ପର୍ଯ୍ୟନ୍ତ କରାଯାଉଥିବା ଷଡଯନ୍ତ୍ରକୁ ବିଫଳ କରିବା ସବୁବେଳେ ପ୍ରସ୍ତୁତ ରହିଛି ସେନା। ଏହିକ୍ରମରେ ଅରୁଣାଚଳ ପ୍ରଦେଶସ୍ଥିତ ନୁରାନଙ୍ଗ ଠାରେ ସେଲା ଟନେଲ ନିର୍ମାଣ କରାଯାଉଛି। ଏହି ସୁଡଙ୍ଗ ସମାପ୍ତ ହେବା ମାତ୍ରେ ଭାରତୀୟ ସେନା ପାଇଁ ତାୱାଙ୍ଗ ଅଞ୍ଚଳରେ ପହଞ୍ଚିବା ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହଜ ହେବ। ବର୍ଷସାରା ତାୱାଙ୍ଗକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ଯୋଡିବା ପାଇଁ ଏହି ଟନେଲକୁ ଏକ ଆବଶ୍ୟକୀୟ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଗତ ୧୯୬୨ ମସିହାରେ ପ୍ରତାରଣା କରି ଚୀନ୍ (China) ଭାରତ (India) ଉପରେ ଆକ୍ରମଣ କରିଥିଲା। ସେତବେଳେ ବନ୍ଧୁତା ସ୍ଥାପନ କରି ଭାରତ ସହ ବିଶ୍ୱାସଘାତକତା କରିଥିଲା ଚୀନ୍। ଚୀନ୍ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରିଥିବାବେଳେ ଭାରତୀୟ ସେନା ଏହି ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିଲା। ସେହି ସମୟରେ ଭାରତୀୟ ସୈନିକ ସାହସର ସହିତ ଲଢେଇ କରିଥିଲେ ହେଲେ ବିଜୟ ଆକ୍ରମଣକାରୀ ଚୀନ୍‌ର ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୩ ହଜାର ବର୍ଗ କିମି ଭାରତୀୟ ଅଞ୍ଚଳ ଚୀନ ବେଆଇନ ଭାବେ ଦଖଲ କରି ରଖିଛି। 



Also Read: ଥଣ୍ଡା ସମ୍ଭାଳିପାରୁନି ଚୀନ, ଭାରତ ସହ କେମିତି କରିବ ଲଢେଇ


ଏହି ଯୁଦ୍ଧକୁ ୬ ଦଶନ୍ଧି ପୂରଣ ହେବାକୁ ବସିଛି। ଅରୁଣାଚଳ ପ୍ରଦେଶରର ତାୱାଙ୍ଗ ହେଉଛି ଭାରତୀୟ ସେନାର ସାହସିକତାର ସାକ୍ଷୀ। ସେହି ସମୟରେ ସୀମାନ୍ତ ଅଞ୍ଚଳରେ ସଡ଼କ ଏବଂ ଭିତ୍ତିଭୂମି ଅଭାବରୁ ଭାରତୀୟ ସୈନିକଙ୍କ ନିକଟକୁ ଆନୁଷଙ୍ଗୀକ ସୁବିଧା ସୁଯୋଗ ପହଞ୍ଚା ଯାଇ ପାରିନଥିଲା। ହେଲେ ଏପରି ଅଭାବ ସତ୍ତ୍ୱେ ଭାରତୀୟ ସୈନିକ ଚୀନ୍‌ ସେନାକୁ କଡ଼ା ଟକ୍କର ଦେଇଥିଲେ।


ଉଭୟ ଦେଶର ସୀମାକୁ ପୃଥକ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା (Line of Actual Control) ଏଲଏସି (LAC) ଅଞ୍ଚଳରେ ବିସ୍ତାରବାଦୀ ଚୀନ୍ ପକ୍ଷରୁ କରାଯାଉଥିବା ଷଡଯନ୍ତ୍ରକୁ ବିଫଳ କରିବା ପାଇଁ ଭାରତ ପକ୍ଷରୁ ନିଆଯାଇଛି ବ୍ୟପକ ପଦକ୍ଷେପ। ଏହିକ୍ରମରେ ପ୍ରାୟ ୧୩ ହଜାର ଫୁଟରୁ ଅଧିକ ଉଚ୍ଚତାରେ ନିର୍ମିତ ସେଲା ଟନେଲ (Sela Tunnel) ନିର୍ମାଣ କାର୍ଯ୍ୟ ସରିବା ପରେ ସେଠାକୁ ସଶସ୍ତ୍ର ସୈନ୍ୟବଳ ପଠାଇବା ସହଜ ହେବ। ଏହି ସୁଡଙ୍ଗଟି ସେଲା ପାସ୍ ଦେଇ ଯାଇଥାଏ ଏବଂ ପ୍ରକଳ୍ପ ଶେଷ ହେବା ପରେ ତାୱାଙ୍ଗ (Tawang) ଦେଇ ଚୀନ୍ ସୀମା (China Border) ପର୍ଯ୍ୟନ୍ତ ଥିବା ଦୂରତା କିଛି କିଲୋମିଟର ହ୍ରାସ ପାଇବ। ଏନେଇ କୁହାଯାଇଛି ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ବାଲିପାରା-ଚାରଦ୍ୱାର-ତାୱାଙ୍ଗ ରାସ୍ତାରେ (Balipara-Charduar-Tawang Road) ନିର୍ମାଣ ହେଉଥିବା ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହା ୧୩ ହଜାର ଫୁଟ ଉଚ୍ଚତାରେ ନିର୍ମିତ ବିଶ୍ୱର ଦୁଇ ଲେନ ବିଶିଷ୍ଟ ଦୀର୍ଘତମ ସୁଡଙ୍ଗ ହେବ। 


Also Read: ଭାରତୀୟ ସେନାର ପରାକ୍ରମରେ ଥରହର ଚୀନ, ସୀମାକୁ ଯିବା ପୂର୍ବରୁ ଭୟଭୀତ ପିଏଲଏ ଯବାନ!


ଏହି ଟନେଲ ନିର୍ମାଣ ନୁରାନଙ୍ଗ (Nuranang) ଅଞ୍ଚଳରେ କରାଯାଉଛି। ଆସନ୍ତା ଡିସେମ୍ବର, ଜାନୁଆରୀ, ଫେବୃଆରୀ ମାସରେ ଏଠାରେ ଶୀତ ଦିନେ ପ୍ରବଳ ତୁଷାରପାତ ହୋଇଥାଏ। ଯେଉଁଥିପାଇଁ ସେଠାକୁ ସଶସ୍ତ୍ର ସୈନ୍ୟ ବଳ ପଠାଇବା ପ୍ରଭାବିତ ହୋଇଥାଏ। ଏହା ସହିତ ପୂର୍ବ ଲଦାଖ ଠାରେ ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ସୈନ୍ୟ ମୁତୟନ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ ଧ୍ୟାନ ଦିଆଯାଇଛି। ପ୍ରାୟ ୧.୫୫ କିମି ଲମ୍ବା ଏବଂ ୧୩ ୭୦୦ ଫୁଟ ଉଚ୍ଚରେ ନିର୍ମିତ ଏହି ଟନେଲ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାବର୍ଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ଆଶା କରାଯାଉଛି।



Also Read: ଆମେରିକାର ଗୁଆମ ଏୟାରବେସରେ ଚୀନର ଆକ୍ରମଣ! ଭିଡିଓ ଜାରି...


ଏହି ସୁଡ଼ଙ୍ଗକୁ ନୂତନ ଅଷ୍ଟ୍ରୀୟ ଟନେଲିଂ ପଦ୍ଧତି (New Austrian Tunneling Method) ବ୍ୟବହାର କରି ନିର୍ମାଣ କରାଯାଉଛି। ଏହାର ନିର୍ମାଣ ହେତୁ ତାୱାଙ୍ଗ ଅଞ୍ଚଳରେ ସହଜରେ ପହଞ୍ଚିହେବ। ଏହି ଟନେଲ୍ ଭାରତୀୟ ସୀମାର ଗୋଟିଏ ଭାଗରୁ ଅନ୍ୟ ଅଂଶକୁ ସମସ୍ତ ପାଗ ସମୟରେ ସଂଯୋଗ କରିପାରିବ। ନୁରାନଙ୍ଗ ଠାରେ ନିର୍ମିତ ଏହି ଟନେଲ ତାୱାଙ୍ଗ ଠାରୁ ପଶ୍ଚିମ କାମେଙ୍ଗ ଜିଲ୍ଲା ମଧ୍ୟରେ ରହିଥିବା ଦୂରତାକୁ ୬ କିମି ଏବଂ ଯାତ୍ରା ସମୟକୁ ଅତି କମରେ ୧ ଘଣ୍ଟା ହ୍ରାସ କରିବ।