PM ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ; କହିଲେ- ମୋତେ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଭୁଲ୍
Advertisement
Article Detail0/zeeodisha/odisha1261714

PM ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ; କହିଲେ- ମୋତେ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଭୁଲ୍

Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ବିଶ୍ୱ ସହର ସମ୍ମିଳନୀରେ (World Cities Summit) ମୋତେ ଭାରତର ପ୍ରତିନିଧିତ୍ୱ କରିବାକୁ ସିଙ୍ଗାପୁର ଯିବାକୁ ଅନୁମତି ନ ଦେବା ଭୁଲ୍ ।

ସାଙ୍କେତିକ ଫଟୋ

Arvind Kejriwal writes to PM Modi: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  PM Modi) ଚିଠି ଲେଖି କହିଛନ୍ତି ଯେ ତାଙ୍କୁ ଭାରତର ପ୍ରତିନିଧିତ୍ୱ କରିବାକୁ ସିଙ୍ଗାପୁର ଯିବାକୁ ଅନୁମତି ନ ଦେବା ଭୁଲ୍ । କେଜ୍ରିୱାଲଙ୍କୁ ବିଶ୍ୱ ସହର ସମ୍ମିଳନୀ (World Cities Summit) ପାଇଁ ନିମନ୍ତ୍ରଣ କରାଯାଇଛି, ଯେଉଁଠାରେ ତାଙ୍କୁ ନିଜ ଶାସନର ଯୋଜନା 'ଦିଲ୍ଲୀ ମଡେଲ' ଉପରେ ଆଲୋଚନା କରିବାକୁ ଅଛି ।

ଦିଲ୍ଲୀ ସରକାରଙ୍କ ମୁଖପାତ୍ରଙ୍କ ଅନୁଯାୟୀ ସିଏମ ଅରବିନ୍ଦ କେଜ୍ରିୱାଲ ଅଗଷ୍ଟ ୨-୩ ଅଗଷ୍ଟରେ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀ (WCS) ରେ ଯୋଗଦେବା ପାଇଁ ସିଙ୍ଗାପୁର ଗସ୍ତର ଯୋଜନାବଦ୍ଧ ଯାତ୍ରାର ମଞ୍ଜୁରୀ ମିଳିବା ପାଇଁ ହେଉଥିବା ବିଳମ୍ବକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଓ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଗସ୍ତ ଦେଶର ସ୍ୱାର୍ଥ ବିରୁଦ୍ଧ ଅଟେ ।

କେଜ୍ରିୱାଲ ଏହି ଚିଠିରେ କହିଛନ୍ତି ଯେ ଦିଲ୍ଲୀ ମଡେଲ ବିଷୟରେ ବିଶ୍ୱ ଜାଣିବାକୁ ଚାହୁଁଛି, ଯାହା ଜାତୀୟ ଗର୍ବର ବିଷୟ ଓ ସେ ଏହି ସମ୍ମିଳନୀରେ ବିଶ୍ୱ ନେତାମାନଙ୍କୁ (ଦିଲ୍ଲୀ ମଡେଲ) ଜଣାଇବେ । କେଜ୍ରିୱାଲ ଏହି ଯାତ୍ରା ପାଇଁ ତୁରନ୍ତ ଅନୁମୋଦନ ଲୋଡିଛନ୍ତି ।

ଦିଲ୍ଲୀର ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ସିଏମ୍ ବିଳମ୍ବକୁ ଭୁଲ ବୋଲି କହିଛନ୍ତି । ବିଶ୍ୱ ସହର ସମ୍ମିଳନୀରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିବାକୁ ସିଙ୍ଗାପୁର ସରକାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହାକୁ ବିଶ୍ୱ ନେତାଙ୍କ ନିକଟରେ ଉପସ୍ଥାପନ କରାଯିବ । ଜଣେ ଏଏପି ସରକାରୀ ଅଧିକାରୀଙ୍କ କହିବାନୁସାରେ, ୭ ଜୁନରେ ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏକ ସରକାରୀ ବିଦେଶୀ ଯାତ୍ରା ପାଇଁ ସିଏମ୍ କାର୍ଯ୍ୟାଳୟ ଅନୁମୋଦନ ମାଗିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ ।

ଜଣେ ଆଇଏଏସ୍ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ମନ୍ତ୍ରୀ ଓ ଅମଲାତନ୍ତ୍ର ବିଦେଶ ଯାତ୍ରା ପାଇଁ ବୈଦେଶିକ ମନ୍ତ୍ରଣାଳୟର ଅନୁମୋଦନ ଆବଶ୍ୟକ କରନ୍ତି । “ସରକାରୀ କର୍ମଚାରୀମାନେ ପ୍ରଶାସନିକ ଅନୁମୋଦନ ଆବଶ୍ୟକ କରନ୍ତି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଏଲଜି ପକ୍ଷରୁ ପ୍ରଶାସନିକ ଅନୁମୋଦନ ଆବଶ୍ୟକ । ପ୍ରଶାସନିକ ଅନୁମୋଦନ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ ରାଜନୈତିକ ଅନୁମୋଦନ ଆବଶ୍ୟକ । ଦୁଇଟି ଅନୁମୋଦନ ବିନା ବିଦେଶୀ ଯାତ୍ରା କରାଯାଇପାରିବ ନାହିଁ ।"

ଏହା ବି ପଢ଼ନ୍ତୁ: କପିଲ ଦେବ ପୁଣି ଥରେ କୋହଲିଙ୍କୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ: ୧୮ ଜୁଲାଇରୁ ମହଙ୍ଗା ହେବ ଅନେକ ଜିନିଷ; ହସ୍ପିଟାଲ ରୁମ୍ ଭଡା ଉପରେ ଲାଗିବ ୫% GST