୧୮ ଜୁଲାଇରୁ ମହଙ୍ଗା ହେବ ଅନେକ ଜିନିଷ; ହସ୍ପିଟାଲ ରୁମ୍ ଭଡା ଉପରେ ଲାଗିବ ୫% GST
Advertisement
Article Detail0/zeeodisha/odisha1260239

୧୮ ଜୁଲାଇରୁ ମହଙ୍ଗା ହେବ ଅନେକ ଜିନିଷ; ହସ୍ପିଟାଲ ରୁମ୍ ଭଡା ଉପରେ ଲାଗିବ ୫% GST

GST ପରିଷଦର ଶେଷ ବୈଠକରେ ୨୮-୨୯ ଜୁନ୍ ୨୦୨୨ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ କିଛି ଜିନିଷରେ ଟିକସ ଛାଡ କରିବା ଓ ଆଉକିଛିରେ ଟିକସ ଆଧାରକୁ ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ମୁତାବକ ଆସନ୍ତା ୧୮ ଜୁଲାଇରୁ ହସ୍ପିଟାଲର ରୁମ ଭଡା ଉପରେ ମଧ୍ୟ ଆପଣଙ୍କୁ ଅଧିକ GST ଦେବାକୁ ପଡିବ । 

ସୌ: ସୋସିଆଲ ମିଡିଆ

ନିଆଦିଲ୍ଲୀ: ଆସନ୍ତା ସୋମବାର ଅର୍ଥାତ ଜୁଲାଇ ୧୮ ତାରିଖରୁ, ଏହିପରି ଅନେକ ଜିନିଷର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଉପରେ ଜିଏସ୍ଟି ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଘରୋଇ ସାମଗ୍ରୀ, ବ୍ୟାଙ୍କ ସେବା, ପିଲାମାନଙ୍କର ଶିକ୍ଷାଗତ ସାମଗ୍ରୀ, ହସ୍ପିଟାଲ ଓ ହୋଟେଲ ପାଇଁ ଅଧିକ ଅର୍ଥ ଦେବାକୁ ପଡ଼ିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୭ ତମ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନେଇଥିଲେ ଯେ ୧୮ ଜୁଲାଇ ୨୦୨୨ ରୁ କିଛି ଘରୋଇ ପ୍ରଡକ୍ଟ ଓ ସେବା ଉପରେ ଜିଏସ୍ଟି ହାର ବୃଦ୍ଧି କରାଯିବ ।

GST ପରିଷଦର ଶେଷ ବୈଠକରେ ୨୮-୨୯ ଜୁନ୍ ୨୦୨୨ ରେ ଅନୁଷ୍ଠିତ ହୋଇଥିଲା ଓ କିଛି ଟିକସ ଛାଡ କରି ଟିକସ ଆଧାରକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଥିଲା । ଏଥିମଧ୍ୟରୁ ହସ୍ପିଟାଲର ରୁମ ଭଡା (ଆଇସିୟୁ ଶଯ୍ୟାକୁ ବାଦ ଦେଇ) ଦୈନିକ ୫୦୦୦ରୁ ଅଧିକଥିଲେ ଆପଣଙ୍କୁ ବର୍ତ୍ତମାନ GST ୫ ପ୍ରତିଶତ ଦେବାକୁ ପଡିବ ।

ଦୈନିକ ୫୦୦୦ ଟଙ୍କା ଥିବା ରୁମ ଭଡା ଉପରେ ଜିଏସ୍ଟି ପରିମାଣ ୨୫୦ ଟଙ୍କା ଲାଗିବ । ୨ ଦିନ ହସ୍ପିଟାଲ ରୁମ ଭଡା (ଜିଏସ୍ଟି ବିନା) ୧୦,୦୦୦ ଟଙ୍କା ସହ ଜିଏସ୍ଟି ୫୦୦ ଟଙ୍କା ଦେବାକୁ ପଡି଼ବ । ଯଦି ଜଣେ ବ୍ୟକ୍ତି ଜଣେ ବ୍ୟକ୍ତି ୨ ଦିନ ହସ୍ପିଟାଲ ମାହାନ୍ତି ତେବେ ତାଙ୍କୁ ୧୦,୫୦୦ ଟଙ୍କା ଦେବାକୁ ପଡିବ । ଜିଏସ୍ଟି ଆଦାୟକୁ ଆକର୍ଷିତ କରୁଥିବା ଅନ୍ୟ କୌଣସି ସେବା ପରି, ହସ୍ପିଟାଲରେ ରହିବା କ୍ଷେତ୍ରରେ ମଧ୍ୟ ହସ୍ପିଟାଲ ରୁମ ଭଡା ଯେତେ ଅଧିକ ରହିବ, ଜିଏସ୍ଟି ପରିମାଣ ମଧ୍ୟ ସେତିକି ଅଧିକ ହେବ ।

୧୮ ଜୁଲାଇରୁ ମହାଙ୍ଗା ହେବ ଏସବୁ ଜିନିଷ

  • ଟେଟ୍ରା ପ୍ୟାକ୍ ଦହି, ଲସି ଓ ବଟର କ୍ଷୀରର ମୂଲ୍ୟ ବୃଦ୍ଧି ପାଇବ । କାରଣ ଜୁଲାଇ ୧୮ ରୁ ଏହା ୫% ଜିଏସ୍ଟି ଲାଗୁ ହୋଇଯିବ, ଯାହା ପୂର୍ବରୁ ପ୍ରଯୁଜ୍ୟ ନ ଥିଲା ।
  • ହସ୍ପିଟାଲରେ ଦୈନିକ ୫୦୦୦ ଟଙ୍କା ଥିବା ରୁମ ଭଡା ଉପରେ ୫ ପ୍ରତିଶତ ଜିଏସ୍ଟି ଦେବାକୁ ପଡିବ ।
  • ଚେକ୍ ବୁକ୍ ପ୍ରଦାନ ପାଇଁ ପ୍ରଥମେ ବ୍ୟାଙ୍କ ସର୍ଭିସ ଚାର୍ଜ ନେଉଥିଲା, ବର୍ତ୍ତମାନ ଏଥିରେ ୧୮ ପ୍ରତିଶତ ଜିଏସ୍ଟି ନେବ ।
  • ବ୍ଲେଡ୍, ପେପର କାଟିବା କଇଁଚି, ପେନ୍ସିଲ୍ କଟର, ଚାମଚ, କଣ୍ଟା, ସ୍କିମର୍ସ ଓ କେକ୍ ସର୍ଭର ଉପରେ ଜିଏସ୍ଟି ଯାହା ପୂର୍ବରୁ ୧୨ ପ୍ରତିଶତ ଥିଲା, ତାହା ୧୮ ପ୍ରତିଶତକୁ ବୃଦ୍ଧି ହେବ ।
  • ଏଗୁଡିକ ବ୍ୟତୀତ, ବର୍ତ୍ତମାନ ଆଟଲାସ୍ ମାନଚିତ୍ର ପାଇଁ ମଧ୍ୟ ୧୨ ପ୍ରତିଶତ ଜିଏସ୍ଟି ଦେବାକୁ ପଡିବ ।
  • ପ୍ରତିଦିନ ୧୦୦୦ ରୁ କମ୍ ମୂଲ୍ୟର ହୋଟେଲ ରୁମଗୁଡିକ ୧୨ ପ୍ରତିଶତ ଜିଏସ୍ଟି ଲାଗିବ, ଯାହା ପୂର୍ବରୁ ନଥିଲା ।
  • ଏଲଇଡି ଲାଇଟ୍ ଏଲଇଡି ଲ୍ୟାମ୍ପ ପାଇଁ ମଧ୍ୟ ୧୮ ପ୍ରତିଶତ ଜିଏସ୍ଟି ଲାଗିବ, ଯାହା ପୂର୍ବରୁ ପ୍ରଯୁଜ୍ୟ ନଥିଲା ।