ମିଳିଲା ଶିକ୍ଷା, ପାର୍ଟିରୁ ଦୂରେଇ ରହିବେ ମନ୍ନତ ପ୍ରିନ୍ସ ଆର୍ୟନ ଖାନ୍ !
Advertisement
Article Detail0/zeeodisha/odisha1018119

ମିଳିଲା ଶିକ୍ଷା, ପାର୍ଟିରୁ ଦୂରେଇ ରହିବେ ମନ୍ନତ ପ୍ରିନ୍ସ ଆର୍ୟନ ଖାନ୍ !

ଆର୍ୟନଙ୍କ ଡ୍ରଗ୍ସ ମାମଲାର ଯାଞ୍ଚ NIA କରିବ ବୋଲି ସୂଚନା ମିଳିଛି । ଆଉ ଏହା ଯଦି ସତ ହୋଇଥାଏ, ତେବେ ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ସବୁ ଅଭିଯୁକ୍ତଙ୍କ ସମସ୍ୟା ଆହୁରି ବଢ଼ିବ।

 

ମିଳିଲା ଶିକ୍ଷା, ପାର୍ଟିରୁ ଦୂରେଇ ରହିବେ ମନ୍ନତ ପ୍ରିନ୍ସ ଆର୍ୟନ ଖାନ୍ !

ନୂଆଦିଲ୍ଲୀ: ଜେଲରୁ ମୁକୁଳିଲେ ଆର୍ୟନ ଖାନ୍ । ପୁଅକୁ ଆଣିବା ପାଇଁ ନିଜେ ଶାହାରୁଖ୍ ଖାନ୍ ଜେଲରେ ପହଞ୍ଚିଥିଲେ । ଏହାପରେ ସେଠାରୁ ସେମାନେ ସିଧା ଗାଡ଼ିରେ ବସି ମନ୍ନତ ଅଭିମୁଖେ ବାହାରି ଯାଇଥିଲେ। ୨୩ ବର୍ଷୀୟ ଆର୍ୟନଙ୍କୁ ମୁମ୍ବାଇ  ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ୩ ତାରିଖରେ ଗିରଫ କରିଥିଲା। ଏହାପରେ ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ସେ ରହିଥିଲେ। ଗୁରୁବାର ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିବା ବେଳେ ଆଜି ସକାଳେ ସେ ଜେଲରୁ ବାହାରିଛନ୍ତି। 

୨୯ ଦିନ ପରେ ଶେଷରେ କିଙ୍ଗ ଖାନ (King Khan) ଙ୍କ ପୁଅଙ୍କୁ ମନ୍ନତ ଲେଉଟାଣି ହୋଇଛି । ୨୮ ଦିନ ଆର୍ଥର ରୋଡ୍ ଜେଲରେ ରହିବା ପରେ ଆଜି ସକାଳ ଦିନ ୧୧ଟା ୬ରେ ମୁକ୍ତ ହୋଇଛନ୍ତି ଆର୍ୟନ । ଏହି ସମୟରେ ଶାହରୁଖ ୨୦ ସଦସ୍ୟ ଟିମ୍ ସହ ଗାଡ଼ିରେ ଅପେକ୍ଷା କରିଥିଲେ । ଶେଷରେ ୧୧ଟା ୪୨ରେ ପୁଅ ସହ ମନ୍ନତରେ ପହଞ୍ଚିଥିଲେ କିଙ୍ଗ୍ ଖାନ୍ ।  ସେପଟେ କିନ୍ତୁ ଡ୍ରଗ୍ସ କେସରେ ଏଯାଏ ଆର୍ୟନ ଖାନ (Aryan Khan)ଙ୍କ ସମସ୍ୟା ଦୂର ହୋଇନି । ଆର୍ୟନଙ୍କ ଡ୍ରଗ୍ସ ମାମଲାର ଯାଞ୍ଚ NIA କରିବ ବୋଲି ସୂଚନା ମିଳିଛି । ଆଉ ଏହା ଯଦି ସତ ହୋଇଥାଏ, ତେବେ ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ସବୁ ଅଭିଯୁକ୍ତଙ୍କ ସମସ୍ୟା ଆହୁରି ବଢ଼ିବ।

Also Read:ପୁରା ବିଶ୍ୱକୁ ପୁଣି ଟେନସନ ଦେଲାଣି ଚୀନ, କୋରୋନାକୁ ନେଇ ଆସିଲା ବଡ଼ ଖବର
 
କୋର୍ଟରେ NCB ଦାବି କରିଥିଲା ଯେ, ଆର୍ୟନ ଖାନଙ୍କ ସମ୍ପର୍କ ଇଣ୍ଟରନ୍ୟାସନାଲ ଡ୍ରଗ୍ସ ତସ୍କରି ଗ୍ୟାଙ୍ଗ ସହ ଅଛି । NCB ଏହାର ଯାଞ୍ଚ ମଧ୍ୟ କରୁଛି । କିନ୍ତୁ ନବାବ ମଲ୍ଲିକ ଓ ସମୀର ୱାଙ୍ଖଡ଼େଙ୍କ ମଧ୍ୟରେ ଚାଲିଥିବା ବ୍ୟକ୍ତିଗତ ଲଢ଼େଇ ପାଇଁ ଏହାର ଯାଞ୍ଚ ଧିମା ପଡ଼ିଛି । ତେଣୁ ଡ୍ରଗ୍ସ ମାମଲାର ତଦନ୍ତ ମଧ୍ୟ ଧିମେଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି । ମହାରାଷ୍ଟ୍ର ସରକାର ଓ ତାର ମନ୍ତ୍ରୀ ନବାବ ମଲ୍ଲିକ ଲଗାତାର ଆର୍ୟନ ଖାନଙ୍କ ସମର୍ଥନରେ ବୟାନବାଜି କରୁଛନ୍ତି । ଏପରିକି ସମୀର ୱାଙ୍ଖଡ଼େ ଓ ତାଙ୍କ ପରିବାର ଉପରେ ବ୍ୟକ୍ତିଗତ ଆକ୍ରମଣ ମଧ୍ୟ କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଯଦି ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ତଦନ୍ତ NIAକୁ ଦିଆଯାଉଛି, ତେବେ ତାହା ମହାରାଷ୍ଟ୍ର ସରକାର( Maharashtra Government) ଓ ନବାବ ମଲିକଙ୍କ ପାଇଁ ବଡ଼ ଝଟକା ହେବ । 

Also Read: Covaxin କୁ ମଞ୍ଜୁରୀ ଦେବାକୁ କାହିଁକି ପଛଘୁଞ୍ଚା ଦେଉଛି WHO: ଜାଣନ୍ତୁ ଏହି ସବୁ କାରଣ

ଆର୍ୟନ ଖାନଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ତାଙ୍କୁ ପ୍ରତି ଶୁକ୍ରବାର NCB ଅଫିସରେ ହାଜର ହେବାକୁ ପଡ଼ିବ । ଆର୍ୟନଙ୍କ ପାସପୋର୍ଟ ମଧ୍ୟ ଜବତ ହୋଇଛି । NCBକୁ ନଜଣାଇ ସେ ମୁମ୍ୱାଇ ଛାଡ଼ି ପାରିବେ ନାହିଁ । ଡ୍ରଗ୍ସ ମାମଲାରେ ଧରା ପଡ଼ିଥିବା ସାଙ୍ଗମାନଙ୍କ ସହ କଥା ହୋଇପାରିବେନି । ଏସବୁ ସର୍ତ୍ତ ଖିଲାପ କଲେ ଆର୍ଥର୍ ରୋଡ୍ ଜେଲ୍ ଯିବେ ଆର୍ୟନ । ଡ୍ରଗ୍ସ (Drugs Case) ର ମାୟାଜାଲରେ ଫସିଥିବା ବଲିଉଡରେ NCB ଆକ୍ସନ ମୋଡରେ କାର୍ଯ୍ୟ କରୁଛି । ଯୁବପୀଢ଼ୀଙ୍କୁ ଉଦ୍ଧାରରେ ଲାଗିଛନ୍ତି ।  ବର୍ଷେ ଭିତରେ NCB ମୁମ୍ୱାଇ ଓ ଏହାର ଆଖପାଖ ଅଞ୍ଚଳରୁ NCB ୧୫୦ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରିସାରିଛି । ସେହିପରି ୩୦୦ରୁ ଅଧିକ ପେଡଲର୍ସଙ୍କୁ ଗିରଫ କରିସାରିଛି ।