Covaxin କୁ ମଞ୍ଜୁରୀ ଦେବାକୁ କାହିଁକି ପଛଘୁଞ୍ଚା ଦେଉଛି WHO: ଜାଣନ୍ତୁ ଏହି ସବୁ କାରଣ
Advertisement
Article Detail0/zeeodisha/odisha1017855

Covaxin କୁ ମଞ୍ଜୁରୀ ଦେବାକୁ କାହିଁକି ପଛଘୁଞ୍ଚା ଦେଉଛି WHO: ଜାଣନ୍ତୁ ଏହି ସବୁ କାରଣ

ଅଗଷ୍ଟ କିମ୍ବା ସେପ୍ଟେମ୍ବର ପର୍ଯ୍ୟନ୍ତ କୋଭାକ୍ସିନ୍ ବ୍ୟବହାର କରିବାକୁ ଅନୁମତି ଦିଆଯିବା ଉଚିତ୍, କିନ୍ତୁ ଆଜି ଯାଏଁ ୧୧୧ ଦିନ ବିତିଯାଇଥିଲେ ମଧ୍ୟ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ ।

Covaxin କୁ ମଞ୍ଜୁରୀ ଦେବାକୁ କାହିଁକି ପଛଘୁଞ୍ଚା ଦେଉଛି WHO: ଜାଣନ୍ତୁ ଏହି ସବୁ କାରଣ

ନୂଆଦିଲ୍ଲୀ: ଭାରତରେ ନିର୍ମିତ ହୋଇଥିବା କୋଭାକ୍ସିନ ଭ୍ୟାକସିନକୁ କାହିଁକି ମଞ୍ଜୁରୀ ଦେଉନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯଦି ଆପଣ କୋଭାକ୍ସିନ ଭ୍ୟାକସିନ ନେଇଛନ୍ତି ତେବେ ଏ ଖବର ଆପଣଙ୍କ ପାଇଁ ଏକ ଜରୁରୀ ଖବର । ବିଶେଷକରି ସେହି ଲୋକମାନଙ୍କ ପାଇଁ ଏହା ଜରୁରୀ ଯେଉଁମାନେ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି । 

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ (Bharat BioTech Company) ଦ୍ୱାରା କୋଭାକ୍ସିନ ବିକଶିତ ହୋଇଛି, ଯାହା ଜୁଲାଇ ୯ ରେ ପ୍ରଥମ ଟିକା ସମ୍ବନ୍ଧୀୟ ତଥ୍ୟ WHO କୁ ପଠାଇଥିଲା ଏବଂ ଟୀକାକରଣର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଏହି ପ୍ରକ୍ରିୟା ସର୍ବାଧିକ ୬ ରୁ ୯ ସପ୍ତାହ ନେଇଥାଏ । ତାହା ହେଉଛି, ଯଦି କୌଣସି କମ୍ପାନୀ ଆଜି ଏହାର ଟିକା ତଥ୍ୟ ଦାଖଲ କରିଛି, ତେବେ WHO 6 ରୁ 9 ସପ୍ତାହ ମଧ୍ୟରେ କହିଥାଏ ଯେ ସେହି ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ ହେବ ନା ନାହିଁ। ସେହି ଅନୁଯାୟୀ, ଅଗଷ୍ଟ କିମ୍ବା ସେପ୍ଟେମ୍ବର ପର୍ଯ୍ୟନ୍ତ କୋଭାକ୍ସିନ୍ ବ୍ୟବହାର କରିବାକୁ ଅନୁମତି ଦିଆଯିବା ଉଚିତ୍, କିନ୍ତୁ ଆଜି ଯାଏଁ ୧୧୧ ଦିନ ବିତିଯାଇଥିଲେ ମଧ୍ୟ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ ।

Also Read: ୧ ନଭେମ୍ବରରୁ ବଦଳିଯିବ ଏହି ୫ ଟି ବଡ଼ ନିୟମ; ଯାହା ଆପଣଙ୍କ ଜୀବନ ଉପରେ ପକାଇବ ସିଧାସଳଖ ପ୍ରଭାବ

୨୬ ଅକ୍ଟୋବରରେ, WHO ର ବୈଷୟିକ ପରାମର୍ଶଦାତା ଟିମ୍ ନିଶ୍ଚିତ ଭାବରେ ଏହା ଉପରେ ଏକ ବୈଠକ କରିଥିଲେ । କିନ୍ତୁ ଏଥିରେ ମଧ୍ୟ କୌଣସି ଫଳାଫଳ ମିଳିପାରିନଥିଲା ଏବଂ ଏହି ଗୋଷ୍ଠୀ ନିଷ୍ପତ୍ତି ନେଇଛି ଯେ, ଏହି ପ୍ରସଙ୍ଗରେ କମ୍ପାନୀଠାରୁ ଅଧିକ ବିସ୍ତୃତ ସୂଚନା ଚାହୁଁଛି। ଯାହାଦ୍ୱାରା ଏହି ପ୍ରସଙ୍ଗରେ କୌଣସି ସନ୍ଦେହ ରହିବ ନାହିଁ । ଏହା ଏକ ଭଲ କଥା ଯେ WHO କୋଭାକ୍ସିନ ମାମଲାର ତୀକ୍ଷ୍ଣ ଅନୁସନ୍ଧାନ କରୁଛି ଏବଂ ଏହା କରାଯିବା ଉଚିତ୍ ମଧ୍ୟ । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଟିକା ଯାହାକି ତାଙ୍କ ପାର୍ଶ୍ୱରୁ ଜରୁରୀକାଳୀନ ବ୍ୟବହାର ପ୍ରମାଣପତ୍ର ପାଇଛନ୍ତି, ସେମାନଙ୍କ ମଧ୍ୟରେ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଛି କି? ଏପର୍ଯ୍ୟନ୍ତ WHO ସମୁଦାୟ ୭ ଟି ଟିକାକୁ ଜରୁରୀକାଳୀନ ବ୍ୟବହାର (Emergency Use) ତାଲିକା ପ୍ରମାଣପତ୍ର ଦେଇସାରିଛି ।

Also Read: ଜେଲ୍ ଠାରୁ କଠିନ ଆର୍ୟନଙ୍କ ଜାମିନ ସର୍ତ୍ତ! ଜାଣନ୍ତୁ ୫ ପୃଷ୍ଠାରେ ସର୍ତ୍ତାବଳୀରେ କ'ଣ ସବୁ କରାଯାଇଛି ଉଲ୍ଲେଖ

ଏହି ଦୁଇଟି ଟିକା ଆମେରିକାରେ ତିଆରି । ଗୋଟିଏ ହେଉଛି ମଡର୍ଣ୍ଣା ଏବଂ ଅନ୍ୟଟି ହେଉଛି ଫାଇଜର ଭ୍ୟାକ୍ସିନ୍। ବ୍ରିଟେନରେ ନିର୍ମିତ ଆଷ୍ଟ୍ରାଜେନେକା ଟିକା ମଧ୍ୟ WHO ଦ୍ୱାରା ଅନୁମୋଦିତ ହୋଇଛି । ସମାନ ଟିକା ଭାରତର ଲୋକଙ୍କୁ କୋଭିସିଲ୍ଡ ନାମରେ ଦିଆଯାଉଛି ଏବଂ ଏହାକୁ WHO ଦ୍ୱାରା ପୃଥକ ଭାବରେ ଅନୁମତି ଦିଆଯାଇଛି। ଏହା ବ୍ୟତୀତ ଜନସନ ଆଣ୍ଡ ଜନସନ ଟିକା ମଧ୍ୟ ଏହି ତାଲିକାରେ ଅଛି ଏବଂ ଚାଇନାରେ ସିନୋଭାକ ଏବଂ ସିନୋଫାରମ ନାମକ ଦୁଇଟି ଟିକା ମଧ୍ୟ ଅଛି ଯାହାକୁ ନେଇ who ଅନୁମୋଦନ ଦେଇସାରିଛି। 

Also Read: କୋରୋନାକୁ ନେଇ ଆସିଲା ଖୁସି ଖବର

ଏଗୁଡ଼ିକ ହେଉଛି ସେହି ଟିକା, ଯାହାର WHO ରୁ ଅନୁମୋଦନ ପାଇବାରେ କୌଣସି ଅସୁବିଧାର ସାମ୍ନା ହେବାକୁ ପଡୁନଥିଲା ।ଆମେରିକାର ଫାଇଜର ଭ୍ୟାକ୍ସିନକୁ ତଥ୍ୟ ଦାଖଲ ପରେ ୬ ସପ୍ତାହ ପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ଯେତେବେଳେ କି ମଡର୍ଣ୍ଣାକୁ ଏଥିପାଇଁ ମାତ୍ର ୯ ସପ୍ତାହ ଅପେକ୍ଷା କରିବାକୁ ପଡିଥିଲା । ଏହା ବ୍ୟତୀତ ବ୍ରିଟେନର ଆଷ୍ଟ୍ରାଜେନେକା (Astrazeneca) ଟିକାକୁ ମଧ୍ୟ ଗ୍ରୀନ ସିଗନାଲ ପାଇବାରେ ୯ ସପ୍ତାହ ସମୟ ଲାଗିଯାଇଥିଲା ।