ଆବଶ୍ୟକ ସମୟରେ ରୋହିତ ଶର୍ମା (Rohit Sharma) ଅପ ସ୍ପିନ ବୋଲିଂ କରିଥାନ୍ତି ।
Trending Photos
ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଛି ଭାରତ (India) ଓ ଅଷ୍ଟ୍ରେଲିଆ (Australia) ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ (Fourth Test)। ପ୍ରଥମେ ଘରୋଇ ଦଳ (Australia) ବ୍ୟାଟିଂ ଆରମ୍ଭ କରିଦେଇଛି । ୫୦ ଓଭରରେ ଘରୋଇ ଅଷ୍ଟ୍ରେଲିଆ ଦଳ ୫ ଓ୍ୱିକେଟ ହରାଇ ୨୧୩ ରନରେ ଖେଳ ଜାରି ରଖିଛି । ତେବେ ଆଜିର ଏହି ମ୍ୟାଚ ମଧ୍ୟରେ ଏକ ଚକିତ କରିବା ଭଳି ଘଟଣା ଦେଖିବାକୁ ମିଳିଥିଲା ।
ଆବଶ୍ୟକ ସମୟରେ ଅପ ସ୍ପିନ ବୋଲିଂ କରୁଥିବା ରୋହିତ ଶର୍ମା (Rohit Sharma) ଆଜି ଗୋଟିଏ ବଲ ପକାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସବୁବେଳେ ଅପ ସ୍ପିନ (Off Spin) ପକାଉଥିବା ରୋହିତ (Rohit Sharma) ଆଜି ହଠାତ ମିଡ଼ିୟମ ସ୍ପେସ ବୋଲିଂ କରି ସମସ୍ତଙ୍କୁ ଜଳକା କରି ପକାଇଛନ୍ତି । ଆଜି ଅଷ୍ଟ୍ରେଲିଆ (Australia) ବିପକ୍ଷରେ ନବଦୀପ ସୈନି (Navdeep Saini) ବୋଲିଂ କରୁଥିଲେ । ମାତ୍ର ଏହି ସମୟରେ ସେ ଆହତ ହୋଇଥିଲେ । ଫଳରେ ସେ ଗୋଟିଏ ୫ଟି ବଲ ପକାଇ ସେ ପଡ଼ିଆ ବାହାରକୁ ଯାଇଥିଲେ ।
ସୈନିଙ୍କର ଅବଶିଷ୍ଟ ଗୋଟିଏ ବଲକୁ ପକାଇବା ପାଇଁ ରୋହିତ ଶର୍ମାଙ୍କୁ (Rohit Sharma) ଅଧିନାୟକ ଆଜିଙ୍କ୍ୟ ରାହାଣେ (Ajinkya Rahane) କହିଥିଲେ। ଫଳରେ ରୋହିତ ବ୍ୟାଟିଂ କରୁଥିବା ମାର୍ନସ ଲାବୁଶେନଙ୍କୁ ଗୋଟିଏ ବଲ ବୋଲିଂ କରିଥିଲେ । ଲାବୁଶେନ ଏହି ବଲକୁ ଖେଳି ଗୋଟିଏ ରନ ନେଇତିଲେ । ଏହି ସମୟର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ ଭାରତ ପାଇଁ ବର୍ତ୍ତମାନ ଆହତ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୂର୍ବରୁ ମଧ୍ୟ ଏକାଧିକ ଖେଳାଳି ଆହତ ହୋଇ ଟିମରୁ ବାହାରେ ରହିଛନ୍ତି ।