Advertisement
Article Detail0/zeeodisha/odisha2067466
Zee OdishaOdisha National-InternationalRam Mandir Pran Pratishtha: ରାମ ମନ୍ଦିର ଉପରେ ଐତିହାସିକ ରାୟ ଶୁଣାଇଥିବା ବିଚାରପତିଙ୍କୁ ମିଳିଲା ବିଶେଷ ନିମନ୍ତ୍ରଣ

Ram Mandir Pran Pratishtha: ରାମ ମନ୍ଦିର ଉପରେ ଐତିହାସିକ ରାୟ ଶୁଣାଇଥିବା ବିଚାରପତିଙ୍କୁ ମିଳିଲା 'ବିଶେଷ' ନିମନ୍ତ୍ରଣ

Supreme Court 5 Judges Invitation For Ram Mandir: ୨୦୧୯ ରେ ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କ ନିଷ୍ପତ୍ତି ପରେ ହିଁ ରାମ ମନ୍ଦିର ନିର୍ମାଣର ରାସ୍ତା ସଫା ହୋଇଥିଲା। ଏହି ରାୟ ଦେଇଥିବା ପାଞ୍ଚ ଜଣ ବିଚାରପତିଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନିମନ୍ତ୍ରଣ ମିଳିଛି।

 

Supreme Court 5 Judges Invitation For Ram Mandir
Supreme Court 5 Judges Invitation For Ram Mandir

Ram Mandir Pran Pratishtha: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ ଏବଂ ଏହି କାର୍ଯ୍ୟକ୍ରମରେ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ସେହି ୫ ଜଣ ବିଚାରପତି ସାମିଲ ହେବେ, ଯେଉଁମାନେ ରାମ ଜନ୍ମଭୂମିର ସପକ୍ଷରେ ଏହି ରାୟ ଦେଇଥିଲେ। ବର୍ତ୍ତମାନ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କ ନେଇ ଗଠିତ ଏକ ସମ୍ବିଧାନିକ ବେଞ୍ଚ ଅଯୋଧ୍ୟା ବିବାଦ ଉପରେ ସର୍ବସମ୍ମତରେ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଥିଲା। ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରକାଶ ପାଇଥିବା ଭିଆଇପି ଅତିଥି ତାଲିକାରେ ପାଞ୍ଚଜଣ ବିଚାରପତିଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। ଏହି ପାଞ୍ଚ ଜଣ ବିଚାରପତି ହେଉଛନ୍ତି ରଂଜନ ଗୋଗୋଇ, ଶରଦ ଅରବିନ୍ଦ ବାୱଡେ, ଡି.ୱାଇ ଚନ୍ଦ୍ରଚୁଡ, ଅଶୋକ ଭୂଷଣ, ଏସ. ଅବଦୁଲ ନାଜିର। କହିରଖୁଛୁ ଯେ ଜଷ୍ଟିସ୍ ଗୋଗୋଇ ସେହି ସମୟରେ ପ୍ରଧାନ ବିଚାରପତି ଥିଲେ ଓ ବର୍ତ୍ତମାନ ସେ ରାଜ୍ୟସଭାର ମନୋନୀତ ସଦସ୍ୟ ଅଟନ୍ତି।

ଏହି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ମଧ୍ୟ ପ୍ରାଣ ପ୍ରତିଷ୍ଠା ସାମିଲ ହେବା ପାଇଁ ପାଇଛନ୍ତି ନିମନ୍ତ୍ରଣ 
କ୍ରୀଡା, ସିନେମା, ରାଜନୀତି ଏବଂ ଅନ୍ୟାନ୍ୟ କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପାଇଛନ୍ତି। ଖବର ରହିଛି ଯେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଅଯୋଧ୍ୟାରେ ପହଞ୍ଚିବେ। ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ରୋହିତ ଶର୍ମା, ଆଲିଆ ଭଟ୍ଟ ଓ ରଣବୀର କପୁର ମଧ୍ୟ ଅଯୋଧ୍ୟା ଯିବାକୁ ନେଇ ଖବର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ମକର ସଂକ୍ରାନ୍ତି ପରଠାରୁ ଅଯୋଧ୍ୟାରେ ପ୍ରତିଦିନ ଧାର୍ମିକ ରୀତିନୀତି ଆୟୋଜନ କରାଯାଉଛି। ରାମଲାଲାର ପ୍ରଥମ ଝଲକ ମଧ୍ୟ ପବିତ୍ର ଗର୍ଭ ଗୃହରୁ ସାମ୍ନାକୁ ଆସିଛି।

କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ବୟକଟ କରିଛନ୍ତି ଏହି ବିରୋଧୀ ଦଳ 
ରାମ ମନ୍ଦିର ପାଇଁ ସମଗ୍ର ଦେଶରେ ଉତ୍ସାହର ବାତାବରଣ ଥିବାବେଳେ ବିରୋଧୀ ଦଳ ଉତ୍ସବଠାରୁ ଦୂରରେ ରହିଛନ୍ତି। ଏହାକୁ ବିଜେପିର ଏକ ରାଜନୈତିକ ଇଭେଣ୍ଟ ବୋଲି କହି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ଘୋଷଣା କରିଥିଲେ। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ ଏବଂ ସେ ଏଥିରେ ଅଂଶଗ୍ରହଣ କରିବେ ନାହିଁ। ଏହି ସମାରୋହରେ ଅଂଶଗ୍ରହଣ ନକରିବାକୁ ଅଖିଳେଶ ଯାଦବ, ସୀତାରାମ ୟେଚୁରୀ ଏବଂ ଅନ୍ୟାନ୍ୟ ବିରୋଧୀଦଳ ନେତା ମଧ୍ୟ ଘୋଷଣା କରିଛନ୍ତି।

Add Zee News as a Preferred Source
About the Author