Ayodhya: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ନେଇ ସାମ୍ନାକୁ ଆସିଲା ଚମ୍ପତ ରାୟଙ୍କ ପ୍ରତିକ୍ରିୟା
Advertisement

Ayodhya: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ନେଇ ସାମ୍ନାକୁ ଆସିଲା ଚମ୍ପତ ରାୟଙ୍କ ପ୍ରତିକ୍ରିୟା

Ram Mandir: ଅଯୋଧ୍ୟାରେ (Ram Janmabhoomi) ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ଜାନୁଆରିରେ ଅନୁ‌ଷ୍ଠିତ ହେବ । ଏନେଇ ଦେଶ ବିଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର (Uttarpradesh Government) ଓ ମନ୍ଦିର ଟ୍ରଷ୍ଟ (Ram Mandir Trust) ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି।

ସୌ(ସୋସିଆଲ ମିଡିଆ)

Ayodhya Ram Mandir: ଅଯୋଧ୍ୟାରେ (Ram Janmabhoomi) ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ଜାନୁଆରିରେ ଅନୁ‌ଷ୍ଠିତ ହେବ । ଏନେଇ ଦେଶ ବିଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର (Uttarpradesh Government) ଓ ମନ୍ଦିର ଟ୍ରଷ୍ଟ (Ram Mandir Trust) ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି।

ପ୍ରାଣ ପ୍ରତିଷ୍ଠା ଉତ୍ସବ ଯେତିକି ପାଖେଇ ଆସୁଛି ଲୋକଙ୍କ ଭିତରେ ସେତିକି ଉତ୍କଣ୍ଠା ବଢିବାରେ ଲାଗିଛି । ରାମଲାଲାଙ୍କ ପ୍ରତିମୂର୍ତ୍ତି କେମିତି ଦେଖାଯିବେ? ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅବତାର କେମିତି ରହିବ? ଏନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଇତି ମଧ୍ଯରେ ରାମଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାୟଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ‘ରାମ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ କଳା ରଙ୍ଗର ପଥର ନିର୍ମିତ ପ୍ରତିମା ପୂଜା ପାଇବ। ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ । ତା ଉପରେ ମୁକୁଟ ଓ ଆଭାମଣ୍ତଳ ରହିବ । ସେହିପରି ମୂର୍ତ୍ତିର ଓଜନ ଦେଢ ଟନ୍ ଅଟେ । ପ୍ରାଣ ପ୍ରତିଷ୍ଠା ଲାଗି ଜାନୁଆରି ୧୬ରୁ ଧାର୍ମିକ ଅନୁଷ୍ଠାନ ଆରମ୍ଭ ହୋଇଯିବ । ୧୮ ତାରିଖରେ ମୂର୍ତ୍ତିକୁ ଗର୍ଭଗୃହରେ ନିଜ ଆସନରେ ସ୍ଥାନିତ କରାଯିବ । କ୍ଷୀରରେ କିମ୍ବା ଜଳରେ ଅଭିଷେକ କରାଗଲେ ମଧ୍ଯ ମୂର୍ତ୍ତି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ’ । ସେ ଆଉ ମଧ୍ଯ କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କର ମୂର୍ତ୍ତିର ଲମ୍ବ ଏବଂ ସ୍ଥାପନାର ଉଚ୍ଚତାକୁ ଭାରତର ପ୍ରମୁଖ ମହାକାଶ ବିଜ୍ଞାନୀମାନଙ୍କ ପରାମର୍ଶ ଅନୁସାରେ ଏଭଳି ଡ଼ିଜାଇନ୍ କରାଯାଇଛି ଯେ, ପ୍ରତିବର୍ଷ ରାମ ନବମୀ ତିଥିରେ ସ୍ବୟଂଭଗବାନ ସୂର୍ଯ୍ୟ ଶ୍ରୀରୀମଙ୍କର ଅଭିଷେକ କରିବେ । ଦ୍ବିପ୍ରହର ୧୨ଟାରେ ସୂର୍ଯ୍ୟଙ୍କର କିରଣ ସିଧା ତାଙ୍କ ମୁଣ୍ତ ଉପପେ ପଡ଼ିବ । ଯାହା ଫଳରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଚମକି ଉଠିବ । ୩ ଜଣ ମୂର୍ତ୍ତିକାର ଅଲଗା ଅଲଗା ଭାବେ ରାମଲଲାଙ୍କର ପ୍ରତିମା ନିର୍ମାଣ କରିଥିଲେ । କେବଳ ଏହି ମୂର୍ତ୍ତି ହିଁ ମନ୍ଦିରର ତଳ ମହଳାର ଗର୍ଭଗୃହରେ ଶୋଭା ପାଇବ । ଭଗବାନ ଲକ୍ଷ୍ମଣ, ମାତା ସୀତା ଓ ହନୁମାନଙ୍କର ମୂର୍ତ୍ତି ପରବର୍ତ୍ତୀ ସମୟରେ ମନ୍ଦିରର ପ୍ରଥମ ମହଲାରେ ସ୍ଥାପିତ ହେବ ।

ପ୍ରାଣ ପ୍ରତିଷ୍ଠା ବେଳେ ମନ୍ଦିରର ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଓ ମୁଖ୍ୟ ଆଚାର୍ଯ୍ୟ ଉପସ୍ଥିତ ରହିବେ । ସର୍ବପ୍ରଥମେ ଭଗବାନ ରାମଙ୍କୁ ଆଇନା ଦେଖାଯିବ । ଏଥିରେ ପ୍ରଭୁ ନିଜ ମୁଖକୁ ଦେଖିବେ । ଦଳ ପୂଜା ପାଇଁ ଆଚାର୍ଯ୍ୟମାନଙ୍କର ୩ଟି ଟିମ୍ ପ୍ରସ୍ତୁତ କରାଯାଇଛି । ପ୍ରକାଶଥାଉ କି, ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଅଯୋଧ୍ୟା ନଗରୀରେ ପ୍ରବଳ ଜନ ସମାଗମ ହେବାକୁ ଥିବାରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ପ୍ରାଣ ପ୍ରତିଷ୍ଠା ନେଇ କାଶୀ ବିଶ୍ବନାଥ ଓ ବୈଷ୍ଣୋଦେବୀ ମନ୍ଦିରର ମୁଖ୍ୟମାନଙ୍କ ସମେତ ପ୍ରାୟ ୪ ହଜାର ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି ।