ବାବ୍ରି ମସଜିଦ ଭଙ୍ଗା ଘଟଣା: ପ୍ରମାଣ ଅଭାବରୁ ସମସ୍ତ ୩୨ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ
Advertisement

ବାବ୍ରି ମସଜିଦ ଭଙ୍ଗା ଘଟଣା: ପ୍ରମାଣ ଅଭାବରୁ ସମସ୍ତ ୩୨ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ

ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଭଙ୍ଗା ମାମଲାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ସିବିଆଇର ସ୍ୱତନ୍ତ୍ର ଅଦାଲତ । 

ବାବ୍ରି ମସଜିଦ ଭଙ୍ଗା ଘଟଣା: ପ୍ରମାଣ ଅଭାବରୁ ସମସ୍ତ ୩୨ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଭଙ୍ଗା (Babri Mosque Demolition Case) ମାମଲାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ସିବିଆଇର ସ୍ୱତନ୍ତ୍ର ଅଦାଲତ (CBI Special Court)। କୋର୍ଟରେ ଏହି ମାମଲାରେ ଶୁଣାଣି ଚାଲିଥିବା ସମୟରେ ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ଭିଡିଓ କନଫରେନ୍ସିଂ (Video Conferencing) ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରିଥିଲେ । ଅନ୍ୟ ୨୬ ଜଣ କୋର୍ଟରେ ଉପସ୍ଥିତ ଥିଲେ । ଶୁଣାଣି ସମୟରେ ବିଚାରପତି ଏସକେ ଯାଦବ (Judge SK Yadav) କହିଥିଲେ ଏ ଘଟଣାରେ  ମଜବୁତ ସାକ୍ଷ୍ୟ ନାହିଁ। ଲୋକ ଭିଡକୁ ରୋକିବା ଲାଗି ନେତାଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା।      

ବାବ୍ରି ମସଜିଦ ଭଙ୍ଗା ଘଟଣା ଖଲାସ ହୋଇଥିବା ଅଭିଯୁକ୍ତ ହେଉଛନ୍ତି...

  • ଲାଲକୃଷ୍ଣ ଆଡଭାନୀ 
  • ମୂରଲୀ ମନୋହର ଯୋଶୀ
  • କଲ୍ୟାଣ ସିଂହ
  • ଉମା ଭାରତୀ
  • ବିନୟ କଟିଆର
  • ସ୍ୱାଧି ଋତୁମ୍ଭରା 
  • ମହନ୍ତ ନୃତ୍ୟ ଗୋପାଳ ଦାସ
  • ଡ. ରାମ ବିଳାସ ବେଦାନ୍ତୀ
  • ଚମ୍ପତ ରାୟ
  • ମହନ୍ତ ଧର୍ମଦାସ
  • ସତୀଶ ପ୍ରଧାନ
  • ପବନ  କୁମାର ପାଣ୍ଡେ
  • ଲଲ୍ଲୁ ସିଂହ
  • ପ୍ରକାଶ ଶର୍ମା
  • ବିଜୟ ବାହାଦୂର ସିଂହ
  • ସନ୍ତୋଷ ଦୁବେ
  • ଗାନ୍ଧୀ ଯାଦବ
  • ରାମଜୀ ଗୁପ୍ତା
  • ବ୍ରଜଭୂଷଣ ଶରଣ ସିଂହ
  • କମଲେଶ ତ୍ରୀପାଠୀ
  • ରାମଚନ୍ଦ୍ର ଖତ୍ରୀ
  • ଜୟ ଭଗବାନ ଗୋଏଲ
  • ଓମ ପ୍ରକାଶ ପାଣ୍ଡେ 
  • ଅମର ନାଥ ଗୋଏଲ
  • ଜୟଭାନ ସିଂହ ପବୈୟା
  • ମହାରାଜା ସ୍ୱାମୀ ସାକ୍ଷୀ
  • ବିନୟ କୁମାର ରାୟ
  • ନବୀନ ଭାଇ ଶୁଳ୍କା
  • ଆରଏନ ଶ୍ରୀବାସ୍ତବ
  • ଆଚାର୍ଯ୍ୟ ଧର୍ମେନ୍ଦ୍ର ଦେବ
  • ସୁଧିର କୁମାର କକ୍କଡ
  • ଧର୍ମେନ୍ଦ୍ର ସିଂହ ଗୁର୍ଜର 

୪୯ ଅଭିଯୁକ୍ତଙ୍କ ମଧ୍ୟରୁ ଜୀବିତ ଅଛନ୍ତି ୩୨ 

ଲକ୍ଷ୍ନୌସ୍ଥିତ ସିବିଆଇ ସ୍ୱତନ୍ତ୍ର କୋର୍ଟ ଅଯୋଧ୍ୟା ବାବ୍ରି ମସଜିଦ ଧ୍ୱଂସ ମାମଲାରେ ରାୟ ଶୁଣାଇ ସାରିଛନ୍ତି । ଏ ଘଟଣାରେ ଜଡିତ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ଦିଆଯାଇଛି । ଏହି ମାମଲାରେ ମୋଟ ୪୯ ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର କରାଯାଇଥିଲା। ସେମାନଙ୍କୁ ମଧ୍ୟରୁ ବର୍ତ୍ତମାନ ୩୨ ଜଣ ଜୀବିତ ଅଛନ୍ତି। 
   
ଏ ଘଟଣାରେ ଜଡିତ ଥିଲା ଅନେକ ଚର୍ଚ୍ଚିତ ଲୋକ 

ବାବ୍ରି ମସଜିଦ ଭଙ୍ଗା ଘଟଣାରେ ଅନେକ ଚର୍ଚ୍ଚିତ ଲୋକ ସାମିଲ ରହିଥିଲେ । ସେମାନେ ହେଉଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୂରଲୀ ମନୋହର ଯୋଶୀ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ, ସାଂସଦ ସାକ୍ଷୀ ମହାରାଜ, ବିଜେପିର ଫାୟାରବ୍ରାଣ୍ଡ ନେତା ବିନୟ କଟିଆର ।

ବାବ୍ରି ମସଜିଦ ଭଙ୍ଗା ଘଟଣାରେ କାରସେବକଙ୍କ ବିରୁଦ୍ଧରେ ଦାଏର ପ୍ରଥମ ଏଫ୍ଆଇଆର୍ (FIR) ପଞ୍ଜୀକୃତ ହୋଇଥିଲା, ଯାହାର ସଂଖ୍ୟା ୧୯୭/୧୯୯୨ ଥିଲା । ଏହି ଏଫ୍ଆଇଆର ରେକର୍ଡରେ କାରସେବକଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗରେ ଦର୍ଶାଯାଇଥିଲା ସେମାନେ ଡକାୟତି, ଲୁଟାପଟ, ମାରପିଟ, ଆଘାତ, ଜନସାଧାରଣଙ୍କ ପୂଜାପାଠରେ କ୍ଷତି ଘଟାଇବା ଏବଂ ଧାର୍ମିକ ଅସହଯୋଗ ଘଟାଇବାରେ ସମ୍ପୃକ୍ତ ଥିଲେ ।
 
ଏହା ସହିତ ଏହି ଘଟଣାରେ ଦ୍ୱିତୀୟ ଏଫ୍ଆଇଆର୍ (FIR) ପଞ୍ଜୀକୃତ ହୋଇଥିଲା, ଯାହାର ସଂଖ୍ୟା ଥିଲା  ୧୯୮/୧୯୯୨। ଏଥିରେ ବିଜେପି (BJP), ବିଶ୍ୱ ହିନ୍ଦୁ ପରିଷଦ (Viswa Hindu Parishad), ବଜରଙ୍ଗ ଦଳ (Bajarang Dal), ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଗଠନ (Rastriya Swayamsevak Sangh) ସହ ଜଡିତ ଥିବା ନେତାଙ୍କ ନାଁରେ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ଦାଏର ହୋଇଥିଲା । ସେମାନେ ବିବାଦୀୟ ଭାଷଣ ପ୍ରଦାନ କରି ଲୋକଙ୍କୁ ଉତ୍ତେଜିତ କରିବାର ଅଭିଯୋଗ ହୋଇଥିଲା ।

ସିବିଆଇ ଏହି ମାମଲାରେ ପ୍ରମାଣ ସଂଗ୍ରହ କରିବାରେ ବିଫଳ ହୋଇଛି ବୋଲି କୋର୍ଟ ସ୍ୱୀକାର କରିଛନ୍ତି । ଏହି ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ବାବ୍ରି ମସଜିଦ ମାମଲାରେ ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ସେମାନେ ହେଉଛନ୍ତି...

  • ଅଶୋକ ସିଂଘଲ
  • ଗିରିରାଜ କିଶୋର
  • ବିଷ୍ଣୁହରି ଡାଲମିଆ 
  • ମୋରେଶ୍ୱର ସାୱେଁ
  • ମହନ୍ତ ଅବୈଦ୍ୟନାଥ
  • ମହାମଣ୍ଡଳେଶ୍ୱର ଜଗଦୀଶ ମୁନି
  • ବୈକୁଣ୍ଠ ଲାଲ ଶର୍ମା
  • ପରମହଂସ ରାମଚନ୍ଦ୍ର ଦାସ
  • ଡ. ସତୀଶ ନାଗର
  • ବାଲାସାହେବ ଠାକରେ 
  • ଡିବି ରାୟ
  • ରମେଶ ପ୍ରତାପ ସିଂହ
  • ହରଗୋବିନ୍ଦ ସିଂହ
  • ଲକ୍ଷ୍ମୀ ନାରାୟାଣ ଦାସ 
  • ରାମ ନାରାୟଣ ଦାସ
  • ବିନୋଦ କୁମାର ବଂସଲ
  • ରାଜମାତା ସିନ୍ଧିଆ