ଆତ୍ମଘାତୀ ବିସ୍ଫୋରଣରେ କମ୍ପି ଉଠିଲା ବାଗଦାଦ; ୨୮ ମୃତ, ୭୩ ଆହତ
Advertisement

ଆତ୍ମଘାତୀ ବିସ୍ଫୋରଣରେ କମ୍ପି ଉଠିଲା ବାଗଦାଦ; ୨୮ ମୃତ, ୭୩ ଆହତ

୨୦୦୩ ପୂର୍ବରୁ ଇରାକରେ ଶାନ୍ତି ବଜାୟ ରହିଥିଲା। ହେଲେ ସେହି ବର୍ଷ ଆମେରିକା ନେତୃତ୍ୱାଧିନ ନାଟୋ ମେଣ୍ଟ ପକ୍ଷରୁ ଇରାକ ଉପରେ ଆକ୍ରମଣ କରାଯିବା ପରେ ଦେଶରେ ଆତ୍ମଘାତୀ ବିସ୍ଫୋଣ ଘଟଣା ବଢିଯାଇଥିଲ। 

ଆତ୍ମଘାତୀ ବିସ୍ଫୋରଣରେ କମ୍ପି ଉଠିଲା ବାଗଦାଦ; ୨୮ ମୃତ, ୭୩ ଆହତ

ନୂଆଦିଲ୍ଲୀ: ଆତ୍ମଘାତୀ ବିସ୍ଫୋରଣରେ ଥରହର ହୋଇଉଠିଛି ପଶ୍ଚିମ ଏସୀୟ ଦେଶ ଇରାକର ରାଜଧାନୀ ବାଗଦାଦ। ଏହି ବିସ୍ଫୋରଣରେ ୨୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୩ ଆହତ ହୋଇଛନ୍ତି। ଏହି ସଂଖ୍ୟା ବଢିପାରେ ବୋଲି ଇରାକୀ ସେନା ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ବାଗଦାଦସ୍ଥିତ ତୟାରନ ଚୌକ ଠାରେ ହୋଇଥିବା ୨ ଆତ୍ମଘାତୀ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ସ୍ଥିତି ବିପଦ ପୂର୍ଣ୍ଣ ରହିଛି।          

ଦେଶରେ କୋରୋନା ସଂକଟ ଚାଲିଥିବା ସମୟରେ ଇରାକର ଏକ ବଜାରରେ ଏପରି ଏକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣକାରୀ ନିଜକୁ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ନାଟକ କରିବା ପରେ ଲୋକ ତାହା ନିକଟରେ ପହଞ୍ଚି ଯାଇଥିଲେ। ବଜାରରେ ଜନଗହଳିର ଫାଇଦା ଉଠାଇ ଏହି ବିସ୍ଫୋରଣକାରୀ ନିଜକୁ ଆତ୍ମଘାତୀ ବୋମାରେ ଉଡାଇ ଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଦ୍ୱିତୀୟ ବିସ୍ଫୋରଣକାରୀ ନିଜକୁ ଉଡାଇ ଦେଇଥିଲା। ଏ ଘଟଣାରେ ୨୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୩ ଲୋକ ଆହତ ହୋଇଥିଲେ।   

Also Read: ଆକ୍ରମଣକୁ ନେଇ ନାରାଜ ଆମେରିକା, ଦୂତାବାସ ଖାଲି କରିବା ନେଇ ଇରାକକୁ ଦେଲା ଧମକ

୨୦୦୩ ପୂର୍ବରୁ ଇରାକରେ ଶାନ୍ତି ବଜାୟ ରହିଥିଲା। ହେଲେ ସେହି ବର୍ଷ ଆମେରିକା ନେତୃତ୍ୱାଧିନ ନାଟୋ ମେଣ୍ଟ ପକ୍ଷରୁ ଇରାକ ଉପରେ ଆକ୍ରମଣ କରାଯିବା ପରେ ଦେଶରେ ଆତ୍ମଘାତୀ ବିସ୍ଫୋଣ ଘଟଣା ବଢିଯାଇଥିଲ। ଏହି ପଶ୍ଚିମ ଏସୀୟ ଦେଶରେ ସମାନ୍ତରାଳ ସରକାର ଚଳାଇଥିବା ତଥା ବର୍ବର ଆତଙ୍କବାଦୀ ଆକ୍ରମଣ ମାଧ୍ୟମରେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଆଇଏସ ସଙ୍ଗଠନର ପରାଜୟ ପରେ ଶାନ୍ତ ପଡିଥିଲା ବାଦଦାଦ। ଏହି କାରଣରୁ ଏଠାରେ ଥିବା ନିରାପତ୍ତା ଚେକ ପୋଷ୍ଟ (Srcurity Checkpost) ହଟାଇ ଦିଆଯାଇଥିଲା। ଏପରିକି ବିଦେଶୀ ସୈନିକ ଦେଶର ରାଜଧାନୀର ରାଜରାସ୍ତାରେ ବିଦେଶୀ ସୈନିକଙ୍କୁ ଦେଖିବାକୁ ପାଉନଥିଲେ ଇରାକ ବାସିନ୍ଦା।   

Also Read: ଇରାକ ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ସେନା କମାଣ୍ଡର ସମେତ ୮ ମୃତ

 

ଇରାକର ଶାନ୍ତିପୂର୍ଣ୍ଣ ପରିବେଶର ଫାଇଦା ଉଠାଇ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି ଆତଙ୍କୀ ଗୋଷ୍ଠୀ। ଗୁରୁବାର ହୋଇଥିବା ବିସ୍ଫୋରଣ ଘଟଣାକୁ ନିର୍ବାଚନ ସହ ଯୋଡି ଦେଖିଯାଉଛି। ଚଳିତ ବର୍ଷ ଜୁନ ମାସରେ ଇରାକରେ ନିର୍ବାଚନ ହେବାକୁ ଯାଉଛି। ପୋଲିସ ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ବାଗଦାଦସ୍ଥିତ ବାଣିଜ୍ୟକ କେନ୍ଦ୍ରରେ ଏହି ବିସ୍ଫୋରଣ ହୋଇଛି। ଅନ୍ୟପଟେ ଇରାକର ସରକାରୀ ଗଣାମାଧ୍ୟମ ଏହାକୁ ଏକ ଆତ୍ମଘାତୀ ବିସ୍ଫୋରଣ ଭାବେ ଦର୍ଶାଇଛି।