#bangaloreriots: ହିଂସାକାଣ୍ଡ ଘଟଣାରେ ୧୧୦ ଗିରଫ, ୩ ମୃତ
Advertisement

#bangaloreriots: ହିଂସାକାଣ୍ଡ ଘଟଣାରେ ୧୧୦ ଗିରଫ, ୩ ମୃତ

#bangaloreriots: କର୍ଣ୍ଣାଟକରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ୧୧୦ ଜଣଙ୍କୁ  ଗିରଫ କରାଯାଇଥିବା, ପୋଲିସ କାର୍ଯ୍ୟାନୁଷ୍ଠାନରେ ୩ ଜଣଙ୍କ ମୃତ୍ୟୁ ଘଟିଛି ।

#bangaloreriots: ହିଂସାକାଣ୍ଡ ଘଟଣାରେ ୧୧୦ ଗିରଫ, ୩ ମୃତ

ବେଙ୍ଗାଲୁରୁ: ବିବାଦୀୟ ଫେସବୁକ ପୋଷ୍ଟକୁ ନେଇ ବେଙ୍ଗାଲୁରୁ ସହରରେ ହୋଇଥିବା ହିଂସାକାଣ୍ଡ ଘଟଣା (bengaluruviolence)ରେ ୧୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଦଙ୍ଗାକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ କାର୍ଯ୍ୟ ପକ୍ଷରୁ  ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ବେଙ୍ଗାଲୁରୁ ହିଂସାକାଣ୍ଡ ଘଟଣାରେ ୬୦ ପୋଲିସ କର୍ମୀ ଏବଂ ଜଣେ ଆଡିସନାଲ କମିସନର ଅଫ ପୋଲିସ-ଏସିପି (Additional Commissioner of Police) ଆହତ ହୋଇଥିବା ନେଇ ବେଙ୍ଗାଲୁରୁ ପୋଲିସ କମିଶନର (Bengaluru Police Commissioner) କମଲ ପନ୍ତ (Kamal Pant) କହିଛନ୍ତି । କର୍ଣ୍ଣାଟକର ଡିଜେ ହାଲି (DJ Halli) ଓ କେଜି ହାଲି (KG Halli) ପୋଲିସ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି ।

ହିଂସାକାଣ୍ଡକୁ ରୋକିବା ଲାଗି ସିଆରପିସି ସେକ୍ସନ (CrPc Section 144) ୧୪୪ ଧାରା ଜାରି କରାଯାଇଛି । ଏହା ସହିତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ । 

ଏହି ଘଟଣାକୁ ନିନ୍ଦା କରିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭରାଜ ବୋମାଇ । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି  ଲୋକଙ୍କୁ ନିବେଦନ କରିଛନ୍ତି ସେ । ବିବାଦୀୟ ପୋଷ୍ଟ କରିବା ଘଟଣାରେ ଜଡିତ ଅଭିଯୁକ୍ତ ନବୀନକୁ ଗିରଫ କରାଯାଇଥିବା ନେଇ ଜଣାଇଛନ୍ତି ବେଙ୍ଗାଲୁରୁ ପୋଲିସ କମିଶନର । ଗିରଫ ଅଭିଯୁକ୍ତ କର୍ଣ୍ଣାଟକର ପୁଲକେଶୀନଗର ବିଧାନସଭା ଆସନର କଂଗ୍ରେସ ବିଧାୟକ ଅଖାଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ସମ୍ପର୍କୀୟ।

 

ବିଧାୟକଙ୍କ ସମ୍ପର୍କୀୟ ଦ୍ୱାରା କରାଯାଇଥିବା ଏକ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତକ୍ଷିପ୍ତ ହୋଇପଡିଥିଲା ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ। ଏ ଘଟଣାରେ ଉତ୍ତ୍ୟକ୍ତ ହୋଇ ପଡିଥିବା ସମ୍ପ୍ରାଦାୟର ଲୋକେ ବିଧାୟକଙ୍କ ବାସଭବନ ଉପରକୁ ଢେଲାପଥର ମାଡ କରିଥିଲେ । ଏପରି ହିଂସାତ୍ମକ ଘଟଣାରେ ପ୍ରାୟ ୫୦ ଲୋକ ଆହତ ହୋଇଛନ୍ତି । ଏପରିକି ପୋଲିସ ଥାନା ମଧ୍ୟ ଆକ୍ରମଣକାରୀଙ୍କ ରୋଷରୁ ବର୍ତ୍ତି ପାରିନାହିଁ ।   

ଏ ଘଟଣାରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରାପ୍ପା କହିଛନ୍ତି ଏ ଘଟଣାରେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୁଦ୍ଧରେ ହୋଇଥିବା ଏପରି ଆକ୍ରମଣ ଗ୍ରହଣ ଯୋଗ୍ୟ ନୁହେଁ । ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ  ଅନୁରୋଧ କରିଛନ୍ତି ।