ଦୁର୍ଗା ପୂଜାରେ କୋରାନର ଅପମାନ; ଗୁଜବ ପରେ ମୂର୍ତ୍ତି ସହ ପେଣ୍ଡାଲ ଭାଙ୍ଗିଦେଲେ କଟ୍ଟରପନ୍ଥୀ
Advertisement
Article Detail0/zeeodisha/odisha1007126

ଦୁର୍ଗା ପୂଜାରେ କୋରାନର ଅପମାନ; ଗୁଜବ ପରେ ମୂର୍ତ୍ତି ସହ ପେଣ୍ଡାଲ ଭାଙ୍ଗିଦେଲେ କଟ୍ଟରପନ୍ଥୀ

ହିନ୍ଦୁ ବିରୋଧୀ ଦଙ୍ଗା ପରେ ଦେଶର ଅନେକ ସ୍ଥାନରେ ଭାରୀ ସୁରକ୍ଷା ବଳ ନିୟୋଜିତ କରାଯାଇଛି।

ଦୁର୍ଗା ପୂଜାରେ କୋରାନର ଅପମାନ; ଗୁଜବ ପରେ ମୂର୍ତ୍ତି ସହ ପେଣ୍ଡାଲ ଭାଙ୍ଗିଦେଲେ କଟ୍ଟରପନ୍ଥୀ

ଢାକା: ବିଶ୍ୱବ୍ୟାପୀ ବେଶ ଧୂମଧାମରେ ନବରାତ୍ରୀ ସହ ଦୁର୍ଗା ପୂଜା ପାଳିତ ହେଉଥିବା ବେଳେ ବାଂଲାଦେଶରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ଦେଶର କୋମିଲା ଜିଲ୍ଲାସ୍ଥିତ ନାନୁଆ ଦିଘୀ ନାମକ ସ୍ଥାନରେ ଦଳେ କଟ୍ଟରପନ୍ଥୀ ମୁସଲିମ ଭୀଡ ଏକ ଦୁର୍ଗା ପୂଜା ପେଣ୍ଡାଲରେ ଭଙ୍ଗାରୁଜା କରିବା ସହ ଦଶହରା ପାଇଁ ନିର୍ମିତ ହୋଇଥିବା ମୂର୍ତ୍ତିକୁ ଭାଙ୍ଗି ଦେଇଛି। 

ଦୁର୍ଗା ପୂଜା (Durga Puja) ସମୟରେ କୁରାନକୁ (Quran) ଅପମାନିତ କରାଯାଇଥିବା ନେଇ ଏକ ଅସାମାଜିକ ତତ୍ତ୍ୱ ଗୋଷ୍ଠୀ ପକ୍ଷରୁ ଗୁଜବ ପ୍ରଚାର କରାଯିବା କାରଣରୁ ଏହି ଘଟଣା ଘଟିଥିବା ଜଣାପଡିଛି଼। ଜଣେ ହିନ୍ଦୁ ବିରୋଧି କୁରାନକୁ ଦେବୀ ଦୁର୍ଗାଙ୍କ (Goddess Durga) ପାଦ ତଳେ ଚୁପଚାପ୍ ରଖି ଦେଇ ଏହାର ଫଟୋକୁ ଭାଇରାଲ କରି ଦେଇଥିଲା। 

ଦେଶରେ ଏଭଳି ଘଟଣା ଘଟିଥିବା ନେଇ ବାଂଲାଦେଶ ହିନ୍ଦୁ ଏକତା ପରିଷଦ (Bangladesh Hindu Unity Council) ବିଏଚୟୁସି (BHUC) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଘଟଣାରେ ପରେ କୋମିଲା ଜିଲ୍ଲାର ସମସ୍ତ ହିନ୍ଦୁଙ୍କୁ ସଜାଗ ରହିବାକୁ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ମନ୍ଦିରରେ ଏକାଠି ରହିବାକୁ କୁହାଯାଇଛି। ଏହା ସହିତ ବିଏଚୟୁସି  ଏହି ଘଟଣା ସମ୍ପର୍କରେ ବାଂଲାଦେଶ ପୋଲିସ (Bangladesh Police) ସହିତ ଯୋଗାଯୋଗ କରୁଛି ଯାହାଦ୍ୱାରା ହିନ୍ଦୁଙ୍କ (Bangladeshi Hindu) ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ।

Also Read: Pakistan ରେ ବଢୁଛି ସଂଖ୍ୟାଲଘୁ ବିରୋଧି ଅତ୍ୟାଚାର; ପୁଣି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

ଏହି ଘଟଣାରେ ଆହୁରି ମଧ୍ୟ କୁହାଯାଇଛି କୋରାନର ଯେଉଁ ଫଟୋକୁ ନେଇ ଏଭଳି ହିଂସାକାଣ୍ଡ ହୋଇଛି, ତାହାକୁ ଏଡିଟ୍ (Edited Quran Photo) କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ କରାଯାଇଛି। ଏଭଳି ଭାଇରାଲ ଫଟୋକୁ ସେୟାର କରି ବିଏଚୟୁସି ପକ୍ଷରୁ କୁହାଯାଇଛି ଚଳିତ ବର୍ଷର ଦୁର୍ଗା ପୂଜାକୁ ଆମେ କେବେ ଭୁଲି ପାରିବୁନାହିଁ। 

ଏହାପୂର୍ବରୁ ଖବର ଆସିଥିଲା ଯେ ବାଂଲାଦେଶର (Bangladesh) ରାଜଧାନୀ ଢାକାସ୍ଥିତ (Dhaka) ଟିପୁ ସୁଲତାନ ରୋଡରେ (Tipu Sultan Road) ଥିବା ଦୁର୍ଗା ମନ୍ଦିରରେ (Durga Temple) ହିନ୍ଦୁଙ୍କୁ ନବରାତ୍ରୀ ପୂଜା (Navratri Puja) କରିବାକୁ ସେଠାକାର ମୁସଲିମ (Bangladeshi Muslim) ବନ୍ଦ କରିଥିଲେ। ସ୍ଥାନୀୟ ଇସଲାମିକ ମୌଳବାଦୀ (Islamic Fundamentalists) ନବରାତ୍ରୀ ସମୟରେ ଶଙ୍କରାଣୀ ମନ୍ଦିରରେ ଦେବୀ ଦୁର୍ଗାଙ୍କୁ ପୂଜା କରିବାକୁ ଅନୁମତି ଦେଇନଥିଲେ। ସ୍ଥାନୀୟ ସରକାର ଦୁର୍ଗା ପୂଜା ପାଇଁ ହିନ୍ଦୁଙ୍କୁ ଏକ ଅସ୍ଥାୟୀ ସ୍ଥାନ ଦେଇଛନ୍ତି। ଏହି ମନ୍ଦିର ୧୯୨୧ ମସିହାରେ କୋଲକାତାର ଲାଲମୋହନ ସାହା ଦ୍ୱାରା ନିର୍ମିତ ହୋଇଥିଲା। 

କୋମିଲା ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ଶିବୁ ପ୍ରସାଦ ଦତ୍ତ କୁରାନକୁ ଅପମାନିତ କରିଥିବା କଥାକୁ ଅସ୍ୱୀକାର କରିଛନ୍ତି। ଏନେଇ ସେ କହିଛନ୍ତି ଦୁର୍ଗା ମଣ୍ଡପ ସୁରକ୍ଷା ଦାୟିତ୍ୱରେ ରହିଥିବା ସୁରକ୍ଷାକର୍ମୀ ଶୋଇଥିବା ଅବସ୍ଥାରେ ଏଠାରେ ଚୁପଚାପ କୁରାନକୁ ଆଣି ରଖି ଦେଇଥିଲା।

Also Read: ସ୍ୱାମୀଙ୍କ ଦ୍ୱାରା ନିର୍ମିତ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁସଲିମ ମହିଳା

ଏଭଳି ଘଟଣା ଘଟିଥିବା ନେଇ ସ୍ପଷ୍ଚ କରି ଜଣେ ଜିଲ୍ଲା ଅଧିକାରୀ କହିଛନ୍ତି କେତେକ ଅସାମାଜିକ ତତ୍ତ୍ୱ ଦୁର୍ଗା ମଣ୍ଡପରେ ଏହାର କୁରାନାକୁ ରଖି ଏହାର ଫଟୋ ନେଇ ପଳାଇ ଯାଇଥିଲା। ଏହା ପରେ ଏହାକୁ ଉତ୍ତେଜନାମୂଳକ ଚିତ୍ର ସହିତ ଫେସବୁକ୍ ଜରିଆରେ ପ୍ରଚାର କରାଯାଇଥିଲା। ଯାହାକୁ ନେଇ ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ଘଟଣାରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (Bangladesh Nationalist Party) ବିଏନପି (BNP) ଏବଂ ଜମାତ-ଇ-ଇସଲାମୀ (Jamaat-e-Islami) ଗୋଷ୍ଠୀର କେତେକ କାର୍ଯ୍ୟକର୍ତ୍ତାଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି।

ଏହି ଘଟଣାରେ ଏକ ଜରୁରୀକାଳୀନ ବିଜ୍ଞପ୍ତି ଜାରି କରି ଦେଶର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ କୋମିଲା ଦୁର୍ଗା ମଣ୍ଡପକୁ କୁରାନ ଆସିବା ସମ୍ପର୍କରେ ଖବର ଦିଆଯାଇଛି। ଏପରି  ଘଟଣାରେ ଆଇନକୁ ନିଜ ହାତକୁ ନନେବାକୁ ମନ୍ତ୍ରଣାଳୟ ପକ୍ଷପୁ ଲୋକଙ୍କୁ ଅନୁରୋଧ କରାଯାଇଛି। 

ଦେଶର ଟେଲିକମ୍ ମନ୍ତ୍ରୀ ମୁସ୍ତାଫା ଜବର କହିଛନ୍ତି ଏଭଲି ପୋଷ୍ଟ ଏବଂ ଭିଡିଓକୁ ତୁରନ୍ତ ହଟାଇବା ପାଇଁ ପଦକ୍ଷେପ ନିଆଯାଇଛି। ଏ ମାମଲାରେ ସରକାର ଫେସବୁକ ସହିତ ଯୋଗାଯୋଗ କରିବା ସହ ଶହେରୁ ଅଧିକ ଫେସବୁକ ଲିଙ୍କ ହଟାଇବାକୁ ଆମେ ଅନୁରୋଧ କରିଛନ୍ତି। ଏହି ଘଟଣାରେ ମତ ରଖି ଆୱାମୀ ଲିଗର ସାଧାରଣ ସମ୍ପାଦକ ଔବୈଦୁଲ କାଦର କହିଛନ୍ତି ରାଜନୈତିକ ଦଳର ନିର୍ବିଶେଷରେ ଏହି ଘଟଣାରେ ଜଡିତ ଅପରାଧି ରକ୍ଷାପାଇବେ ନାହିଁ।

Also Read: ଭଗବାନଙ୍କ ସମ୍ନାନ ପାଇଁ ଆଇନ କାର୍ଯ୍ୟକାରୀ କରୁ ସଂସଦ: Allahabad High Court

ହିନ୍ଦୁ ବିରୋଧୀ ଦଙ୍ଗା (Anti Hindu Riot) ପରେ ଦେଶର ଅନେକ ସ୍ଥାନରେ ଭାରୀ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଅତିରିକ୍ତ ଡେପୁଟି କମିଶନର ଶାହାଦତ ହୁସେନ୍ ମଧ୍ୟ ସୂଚନା ଦେଇଛନ୍ତି। ଏହି ଘଟଣାର ଅଧିକ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ (Bangladesh Prime Minister) ଶେଖ ହସିନା (Sheikh Hasina) ଏପରି କାଣ୍ଡ ଭିଆଇଥିବା ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।