ସ୍ୱାମୀଙ୍କ ଦ୍ୱାରା ନିର୍ମିତ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁସଲିମ ମହିଳା
Advertisement
Article Detail0/zeeodisha/odisha1005784

ସ୍ୱାମୀଙ୍କ ଦ୍ୱାରା ନିର୍ମିତ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁସଲିମ ମହିଳା

ରେଳବାଇରେ ଚାକିରି କରିଥିବା ଇବ୍ରାହିମ ସରିଫ୍ ଯେତେବେଳେ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ତାଙ୍କର ଏହି ପଦକ୍ଷେପକୁ ଅନେକ ଲୋକ ଗ୍ରହଣ କରିନଥିଲେ। 

ସ୍ୱାମୀଙ୍କ ଦ୍ୱାରା ନିର୍ମିତ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁସଲିମ ମହିଳା

ବେଙ୍ଗାଲୁରୁ: ବିଭିନ୍ନତା ମଧ୍ୟରେ ଏକତା ହେଉଛି ଭାରତର ମୂଳମନ୍ତ୍ର। ଯାହାର ଉଦାହରଣ ବିଭିନ୍ନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ। ଯଦିଓ ଜାତି, ଧର୍ମ, ସମ୍ପ୍ରଦାୟ ଭଳି ପ୍ରସଙ୍ଗରେ ଦେଶର ବିଭିନ୍ନ ରାଜନୈତିକ ଦଳର ଅଭିମୁଖ୍ୟ ତଥା କାର୍ଯ୍ୟରକଳାପକୁ ନେଇ ସରଗରମ ହୋଇଥାଏ ଭାରତୀୟ ରାଜନୀତି।

ହେଲେ ତଥାପି ଦେଶରେ ଧାର୍ମିକ ତଥା ସାଂସ୍କୃତିକ ସୌହାର୍ଦ୍ଦ୍ୟ  ବିଭିନ୍ନ ଜାତି, ଧର୍ମ, ସମ୍ପ୍ରଦାୟ ମଧ୍ୟରେ ବଜାୟ ରହିପାରିଛି। କର୍ଣ୍ଣାଟକରେ (Karnataka) ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। ଯେଉଁଠି ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥିବା ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ତାଙ୍କ ପତ୍ନୀ। 

ରାଜ୍ୟର ସିମୋଗା (Shivmoga) ଜିଲ୍ଲାରେ ସାଗର ସହର ଠରେ ଅବସ୍ଥିତ ସାହ୍ୟାଦ୍ରୀ ପାହାଡ଼ରେ (Sahyadri Mountains) ନିର୍ମିତ ହୋଇଥିବା ଅମ୍ମା ମନ୍ଦିରରେ (Amma Temple) ନବରାତ୍ରୀ ଅବସରରେ (Navaratri Festival) ପୂଜାର୍ଚ୍ଚନା କରିଛନ୍ତି ଫମିଦା ସରିଫ (Famida Sharif) ଏବଂ ତାଙ୍କର ସମ୍ପର୍କୀୟ। ଆଜକୁ ୫୦ ବର୍ଷ ପୂର୍ବେ ରେଳବାଇ ବିଭାଗ ଠାରୁ ମିଳିଥିବା ଜମିରେ ଏକ ଦେବୀ ମାତାଙ୍କ ମନ୍ଦିର ନିର୍ମାଣ କରିଥିଲେ ଫମିଦାଙ୍କ ସ୍ୱାମୀ ଇବ୍ରାହିମ ସରିଫ୍ (Ibrahim Sharif)।

ଏହି ମନ୍ଦିର ନିର୍ମାଣ କରିବା ସମ୍ପର୍କରେ ପ୍ରତିକ୍ରିୟା ରଖି ଫମିଦା ସରିଫ କହିଛନ୍ତି ମୋ ସ୍ୱାମା ଯୁବକ ଥିବା ଅବସ୍ଥାରେ ଦେବୂ ଦୁର୍ଗା ତାଙ୍କୁ ସ୍ୱପ୍ନାଇଥିଲେ। ଏହା ପରେ ସେ ଏ ଘଟଣା ବାବଦରେ ଭାରଡାହାଲିସ୍ଥିତ (Varadhalli) ଶ୍ରୀଧର ସ୍ୱାମୀ ନାମକ ଜଣେ ସିଦ୍ଧ ପୁରୁଷଙ୍କୁ ଜଣାଇଥିଲେ। ଏହା ପରେ ସ୍ୱାମୀଙ୍କ ପରାମର୍ଶକ୍ରମେ ନିୟମିତ ଭାବେ ଦେବୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। 

Also Read: ଭଗବାନଙ୍କ ସମ୍ନାନ ପାଇଁ ଆଇନ କାର୍ଯ୍ୟକାରୀ କରୁ ସଂସଦ: Allahabad High Court

ରେଳବାଇରେ ଚାକିରି କରିଥିବା ଇବ୍ରାହିମ ସରିଫ୍ ଯେତେବେଳେ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ତାଙ୍କର ଏହି ପଦକ୍ଷେପକୁ ଅନେକ ଲୋକ ଗ୍ରହଣ କରିନଥିଲେ। ଏହା ସତ୍ତ୍ୱେ ସେ ମନ୍ଦିର ନିର୍ମାଣ କରିଖିଲେ। ଏହି ମନ୍ଦିର ନିର୍ମାଣ ହେବା ପରେ ଅନେକ ବର୍ଷ ଧରି ସେ ଏହାର ପରିଚାଳନା କରି ଆସୁଥିଲେ। ପରେ ଏକ କମିଟି ଗଠନ କରି ଏହାକୁ ହିନ୍ଦୁଙ୍କ ହାତକୁ  ହସ୍ତାନ୍ତର କରିଥିଲେ। 

ଇବ୍ରାହିମ ସରିଫ୍ ମୃତ୍ୟୁ ପରେ ତାଙ୍କ ଅନ୍ୟ ଏକ ସହରରେ ବସବାସ କରୁଛନ୍ତି। ହେଲେ ପ୍ରତି ବର୍ଷ ନବରାତ୍ରୀ ଅବସରରେ ପରିବାର ଲୋକେ ଅମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି ବୋଲି କହିଛନ୍ତି ଫମିଦା ସରିଫ।