ରୋହତକ ରେଲୱେ ଷ୍ଟେସନରେ ଯାଉଥିବା ମାଲବାହୀ ଟ୍ରେନ ଧକ୍କାରେ ଗୋଟେ ମୟୂରର ମୃତ୍ୟୁ ହୋଇଥିଲା। ମୟୂରଟି ଟ୍ରେନର ତଳେ ଚାପି ହୋଇ ରହିଥିଲା। ମୟୂରର ମୃତଦେହ ଟ୍ରେନ ତଳୁ ବାହାର କରିବା ପାଇଁ ଜିଆରପି ଏବଂ ଷ୍ଟେସନ ଅଧିକାରୀଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା।
Trending Photos
ନୂଆଦିଲ୍ଲୀ: ନିଜ ପାଳିତ ପଶୁପକ୍ଷୀଙ୍କ ପାଇଁ ଲୋକମାନେ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ଥାଆନ୍ତି। କିଛି ଦିନ ପୂର୍ବରୁ ୟୁକ୍ରେନରୁ ମଧ୍ୟ ସେମିତି କିଛି ଖବର ଆମେ ଶୁଣିବାକୁ ପାଇଥିଲେ। ଦୁଇଦେଶର ଯୁଦ୍ଧ ମଧ୍ୟରେ ଫଶିଥିବା ଲୋକେ ନିଜ ପଶୁପକ୍ଷୀଙ୍କୁ ସାଙ୍ଗରେ ନେବାକୁ ଜିଦ୍ ଧରିଥିଲେ। ତେବେ ହରିୟାଣାର ରୋହତକ ସହରବାସୀ ଏମିତି କିଛି କରିଦେଖାଇଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ପ୍ରକୃତ କଥା ହେଉଛି, ଏଠି ଗୋଟେ ମୟୂରରର ଅନ୍ତିମ ସଂସ୍କାର ପାଇଁ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା। ଗୋଟେ, ଦୁଇ ମିନିଟ ନୁହେଁ ପୁରା ୪୫ ମିନିଟ ଟ୍ରେନକୁ ଅଟକାଇ ରଖାଯାଇଥିଲା।
ରୋହତକ ରେଲୱେ ଷ୍ଟେସନରେ ଯାଉଥିବା ମାଲବାହୀ ଟ୍ରେନ ଧକ୍କାରେ ଗୋଟେ ମୟୂରର ମୃତ୍ୟୁ ହୋଇଥିଲା। ମୟୂରଟି ଟ୍ରେନର ତଳେ ଚାପି ହୋଇ ରହିଥିଲା। ମୟୂରର (Peacock) ମୃତଦେହ ଟ୍ରେନ ତଳୁ ବାହାର କରିବା ପାଇଁ ଜିଆରପି ଏବଂ ଷ୍ଟେସନ ଅଧିକାରୀଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା। ଖବର ପାଇ ସମସ୍ତେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନେକ ପରିଶ୍ରମ ପରେ ମୟୂରର ମୃତଦେହକୁ ଟ୍ରେନ ତଳୁ ଉଦ୍ଧାର କରାଯାଇଥିଲା। ତେବେ ଏହା ଏତେ ସହଜ ନ ଥିଲା। ମୟୂରର ମୃତଦେହ ବାହାର କରିବା ପାଇଁ ମାଲବାହୀ ଟ୍ରେନକୁ ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଥିଲା। ମୟୂର ଟ୍ରେନ ଭିତରେ ପଶିଯିବା ପରେ ପରେ ମାଲବାହୀ ଟ୍ରେନ ଡ୍ରାଇଭର ଗାଡ଼ିକୁ ରୋକି ଦେଇଥିଲେ ମଧ୍ୟ ମୟୂରର ମୃତ୍ୟୁ ହୋଇଥିଲା।
ରୋହତକର ପାଖ ଜଙ୍ଗଲରୁ ମୟୂରଟି ଆସିଥିବା ସୂଚନା ମିଳିଛି। ମୃତଦେହ ଉଦ୍ଧାର ହେଲା ପରେ ଆରମ୍ଭ ହୋଇଥିଲା ମୟୂରର ଅନ୍ତିମସଂସ୍କାରର ଆୟୋଜନ। ମୟୂରକୁ ପୁରା ରାଷ୍ଟ୍ରୀୟ ସମ୍ମାନର ସହ ଶେଷ ବିଦାୟ ଦିଆଯାଇଥିଲା। ପକ୍ଷୀର ଶରୀରକୁ ଜାତୀୟ ପତାକାରେ (National Flag) ଗୁଡ଼ାଇ ଦିଆଯାଇଥିଲା। ପରେ ବିଭିନ୍ନ ଫୁଲରେ ସଜାଇ ମାଟିରେ ପୋତି ଦିଆଯାଇଥିଲା। ମୟୂରର ଶେଷ ବିଦାୟରେ ସାମିଲ ହେବା ପାଇଁ ସାରା ସହରର ଲୋକ ଏକାଠି ହୋଇଥିଲେ। ମାଲବାହୀ ଟ୍ରେନର ଡ୍ରାଇଭର, ଷ୍ଟେସନ ମାଷ୍ଟର, ଜିଆରପି ଥାନା ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଯୋଗ ଦେଇଥିଲେ।
Also Read: ବର୍ଷେ ପରେ ପୁଣି ଜଳିଲା ଜୈବ ମଣ୍ଡଳ, ଏଥର ବନ୍ଧା ହେଲେ ପାଞ୍ଚ
Also Read: ମସ୍ତି ମୁଡରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ମଞ୍ଚରେ କଲେ ଦମଦାର ଡ୍ୟାନ୍ସ