ଉପକୂଳ ମୁହାଁହେଉଛି ଘୂର୍ଣ୍ଣୀବଳୟ; ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି
Advertisement

ଉପକୂଳ ମୁହାଁହେଉଛି ଘୂର୍ଣ୍ଣୀବଳୟ; ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି

ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀବଳୟ ଉତ୍ତରପଶ୍ଚିମ ଏବଂ ଏହା ସଲଂଗ୍ନ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି।

ଉପକୂଳ ମୁହାଁହେଉଛି ଘୂର୍ଣ୍ଣୀବଳୟ; ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସକ୍ରିୟ ରହିଛି ଘୂର୍ଣ୍ଣୀବଳୟ ଆହୁରି ୪୮ ଘଣ୍ଟା ଢାଳିବ। ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀବଳୟ ରବିବାର ଓଡ଼ିଶା ଉପକୂଳ ମୁହାଁ ହୋଇ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆଜି କାଲି ୨ ଦିନ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲା ଉଦ୍ଦେଶ୍ୟରେ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ। 

ବିନା ଲଘୁଚାପରେ ବର୍ଷୁଛି ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଢାଳିବ। ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀବଳୟ ଉତ୍ତରପଶ୍ଚିମ ଏବଂ ଏହା ସଲଂଗ୍ନ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

Also Read: ଘୂର୍ଣ୍ଣୀବଳୟ ସ୍ପଷ୍ଟ, ଲଘୁଚାପ ଅସ୍ପଷ୍ଟ; ୨୧ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧ, ପୁରୀ, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଢେଙ୍କାନାଳ, ସମ୍ବଲପୁର, ନୂଆପଡା, ବଲାଙ୍ଗିର, ସୋନପୁର ପ୍ରଭୃତି  ୧୮ ଜିଲ୍ଲା ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ୨୦ ତାରିଖରେ ଆଭ୍ୟନ୍ତରୀଣ ଓଡିଶାର ୮ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।   

Also Read: ଘନୀଭୂତ ହେଉଛି ଘୂର୍ଣ୍ଣୀବଳୟ; ଆଗକୁ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପ ସାଗର ଠାରେ ଘୂର୍ଣ୍ଣୀବଳୟ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହୋଇଛି। ପ୍ରାୟ ଦେଢ ଘଣ୍ଟାରୁ ୨ ଘଣ୍ଟା ପର୍ଯ୍ୟନ୍ତ ହୋଇଥିବା ଲଗାଣ ବର୍ଷା କାରଣରୁ ସହରର ତଳିଆ ଅଞ୍ଚଳରେ ଜଳମଗ୍ନ ଭଳି ପରିସ୍ଥିତି ଉପୁଜିଛି। ଏପରିକି ଟ୍ରାଫିକ ଛକ ଠାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡୀ ଭାଙ୍ଗୁଛି। ଏହା ଠାରୁ ଏକ ବଡ ଅଘଟଣ ଘଟିଛି ଭୁବନେଶ୍ବର ଶିରିପୁର ଶତାବ୍ଦୀ ନଗରର ଅଞ୍ଚଳରେ ଯେଉଁଠି ଜଣେ ନାବାଳକ ଡ୍ରେନ୍ ପାଣିରେ ଭାସିଯାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆସନ୍ତା ୨୧ ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ କୌଣସି ଭାରି ବର୍ଷା ଜନିତ ସତର୍କତା ଜାରି କରାଯାଇନାହିଁ।