ରାଜ୍ୟରେ ଚଳିତ ବର୍ଷ ଜୁନ ପହିଲାରୁ ଏ ପର୍ଯ୍ୟନ୍ତ ୧୨ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
Trending Photos
ଭୁବନେଶ୍ୱର: ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଠାରେ ସକ୍ରିୟ ଘୂର୍ଣ୍ଣୀବଳୟ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡିଶା ଉପକୂଳରେ ପହଁଞ୍ଚିବ। ଏହା ଲଘୁଚାପର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ। ହେଲେ ଏହାର ପ୍ରଭାବରେ ଶନିବାର ଉପକୂଳର କିଛି ସ୍ଥାନ, ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ପ୍ରଭୃତି ୩ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କେଉଁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାରେ ଘଡଘଡି ବିଜୁଳି ବଜ୍ରପାତ ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ। ଏହା ସହ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨୧ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ଏଭଳି ସ୍ଥିତି ଲାଗି ରହିବ। ରାଜ୍ୟରେ ଚଳିତ ବର୍ଷ ଜୁନ ପହିଲାରୁ ଏ ପର୍ଯ୍ୟନ୍ତ ୧୨ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।