BCCI ହଠାତ୍ ନେଲା ଏକ ବଡ଼ ନିଷ୍ପତ୍ତି; ଟି-୨୦ ବିଶ୍ୱକପ ଛାଡ଼ି ଭାରତ ଫେରିଲେ ଏହି ୪ ଖେଳାଳି
Advertisement
Article Detail0/zeeodisha/odisha1013109

BCCI ହଠାତ୍ ନେଲା ଏକ ବଡ଼ ନିଷ୍ପତ୍ତି; ଟି-୨୦ ବିଶ୍ୱକପ ଛାଡ଼ି ଭାରତ ଫେରିଲେ ଏହି ୪ ଖେଳାଳି

ଟି-୨୦ ବିଶ୍ୱକପ ୨୦୨୧ ୟୁଏଇ ଏବଂ ଓମାନ ଗ୍ରାଉଣ୍ଡରେ ୧୭ ଅକ୍ଟୋବରରୁ ଆରମ୍ଭ ହୋଇ ସାରିଛି । ବର୍ତମାନ ଲିଗ ମ୍ୟାଚ୍ ପୂର୍ବରୁ ବିସିସିଆଇ ଟିମ୍ ଇଣ୍ଡିଆର ଚାରି ଜଣ ନେଟ୍ ବୋଲରଙ୍କୁ ଭାରତ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୧ (T20 World Cup 2021) ୟୁଏଇ ଏବଂ ଓମାନ ଗ୍ରାଉଣ୍ଡରେ ୧୭ ଅକ୍ଟୋବରରୁ ଆରମ୍ଭ ହୋଇ ସାରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ଭାରତ ଓ ପାକିସ୍ତାନର (India Vs Pakistan) ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ (Team India) ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସମସ୍ତ ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ଏଥର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ମଧ୍ୟ ଜଣେ ମେଣ୍ଟର ଭାବରେ ଦଳ ସହ ଜଡିତ ଅଛନ୍ତି । କିନ୍ତୁ ଇତି ମଧ୍ୟରେ ଟିମ୍ ଇଣ୍ଡିଆର ୪ ଖେଳାଳି ୟୁଏଇରୁ ଭାରତ ଫେରିଛନ୍ତି ।

ଏହି ଖେଳାଳିମାନେ ଭାରତ ଫେରିଛନ୍ତି
ଟି -୨୦ ବିଶ୍ୱକପ (T20 World Cup) ମଝିରେ ଭାରତ ଚାରିଟି ନେଟ ବୋଲରଙ୍କୁ ଭାରତ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ସ୍ପିନର କର୍ଣ୍ଣ ଶର୍ମା, ଶାହାବାଜ ଅହମ୍ମଦ, କେ ଗୌତମ ଓ ଭେଙ୍କଟେଶ ଆୟର ଭାରତ ଫେରିଛନ୍ତି । ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ଅଧିକ ସଂଖ୍ୟକ ନେଟ୍ ସେସନ ହେବ ନାହିଁ । ଜାତୀୟ ଚୟନକର୍ତ୍ତାମାନେ ଅନୁଭବ କରିଛନ୍ତି ଯେ ଏହି ବୋଲରମାନେ ସୟଦ ମୁଶତାକ୍ ଅଲି ଟ୍ରଫି ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଖେଳି ନିଜର ଅଭ୍ୟାସ କରିବେ ।

fallback

ଧୋନି କରିଥିଲେ ଥ୍ରୋଡାଉନ୍ 
ରବିବାର ଦିନ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକପ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଏକ ଇଚ୍ଛାଧୀନ ଅଭ୍ୟାସ ସେଶନରେ ଭାଗ ନେଇଥିଲା । ଯେଉଁଥିରେ 'ମେଣ୍ଟର' ମହେନ୍ଦ୍ର ସିଂ ଧୋନି ଥ୍ରୋଡାଉନ୍ ଏକ୍ସପର୍ଟ ଭୂମିକା ନିଭାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିନଥିଲେ । ପ୍ଲେଇଂ ୧୧ ରେ ଚୟନ ପାଇଁ ପାଣ୍ଡ୍ୟାଙ୍କ ବୋଲିଂ ଦ୍ୱନ୍ଦ୍ୱର ବିଷୟ ହୋଇ ରହିଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚରେ ସେ ବ୍ୟାଟିଂରେ କୌଣସି ଚମତ୍କାର କରିପାରି ନଥିଲେ । ଧୋନି ଶୁକ୍ରବାର ଦିନ ଥ୍ରୋଡାଉନ୍ ବିଶେଷଜ୍ଞ ରାଘବେନ୍ଦ୍ର, ନୁୱାନ୍ ଏବଂ ଦିନାନନ୍ଦଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ: ଅଧିନାୟକ ପଦ ଛାଡିବାକୁ ବିରାଟଙ୍କ ଉପରେ ଚାପ ପକାଇଲା କି BCCI? ଗାଙ୍ଗୁଲି ଦେଲେ ଏହି ଜବାବ

ଆସନ୍ତାକାଲି ପାକିସ୍ତାନ ସହିତ ହେବ ଭାରତର ମହାମୁକାବିଲା
ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ନିଜର ସବୁଠୁ ବଡ଼ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ୍ ୨୪ ଅକ୍ଟୋବର ଅର୍ଥାତ୍ ଆସନ୍ତାକାଲି ଖେଳାଯିବ । ଭାରତୀୟ ଟିମ୍ ଆଜ ପର୍ଯ୍ୟନ୍ତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ କୌଣସି ମ୍ୟାଚ ହାରିନାହିଁ ଓ ଦଳ ମଧ୍ୟ ଆଗାମୀ ମ୍ୟାଚରେ ମଧ୍ୟ ଏହି ଅଗ୍ରଣୀ ବଜାୟ ରଖିବାକୁ ଚାହୁଁଛି ।