ଚଳିତ ଦଶକର ଶ୍ରେଷ୍ଠ କ୍ରିକେଟ ଟିମ, ଧୋନି ଅଧିନାୟକ
Advertisement
Article Detail0/zeeodisha/odisha614813

ଚଳିତ ଦଶକର ଶ୍ରେଷ୍ଠ କ୍ରିକେଟ ଟିମ, ଧୋନି ଅଧିନାୟକ

ଚଳିତ ଦଶକର ସର୍ବଶ୍ରେଷ୍ଠ କ୍ରିକେଟ ଟିମ ଚୟନ କରିଛି ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଚଳିତ ଦଶକର ସର୍ବଶ୍ରେଷ୍ଠ କ୍ରିକେଟ ଟିମ ଚୟନ କରିଛି ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ । ଚୟନ କରାଯାଇଥିବା ଟିମରେ ଭାରତର 3 ଜଣ ସର୍ବଶ୍ରେଷ୍ଠ କ୍ରିକେଟର ସ୍ଥାନ ପାଇଛନ୍ତି । ମାତ୍ର ଦୁଃଖର କଥା ଏଥିରେ ପାକିସ୍ଥାନ ଦଳର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ । ଭାରତର ପକ୍ଷରୁ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି ଏବଂ ରୋହିତ ଶର୍ମା ସ୍ଥାନ ପାଇଛନ୍ତି । 

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଚୟନକର୍ତ୍ତା ଓ୍ୱିକେଟ କିପର ଏବଂ ଅଧିନାୟକ ଭାବେ ମନୋନୀତ କରିଛନ୍ତି । ସେହିପରି ରୋହିତ ଶର୍ମାଙ୍କୁ ଓପନର ଦାୟିତ୍ୱ ଦେଇଛନ୍ତି ଚୟନକର୍ତ୍ତା । ତେବେ ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି । 

ସେପଟେ ଏହି ଟିମ ପାଇଁ ପାକିସ୍ତାନ ଦଳର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ । ଦଳର କୌଣସି ଖେଳାଳିଙ୍କୁ ଚୟନକର୍ତ୍ତା ମନୋନୀତ କରିନଥିବା ବେଳେ ଆଫଗାନିସ୍ତାନର ବୋଲର ରଶିଦ ଖାନକୁ ଏହି ଦଳରେ ସ୍ଥାନ ମିଳିଛି । ସେହିପରି ବାଂଲାଦେଶର ଅଲରାଉଣ୍ଡର ସାକିବ ଅଲ ହାସିମ ଅମ୍ଳାଙ୍କୁ ମଧ୍ୟ ଦଳରେ ଦେଖିବାକୁ ମିଳିବ । ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ଏବଂ ହାସିମ ଆମଲାଙ୍କୁ ମନୋନୀତ କରାଯାଇଛି । ଅଷ୍ଟ୍ରେଲିଆର ଏକମାତ୍ର ଖେଳାଳି ମିଶେଲ ଷ୍ଟାର୍କଙ୍କୁ ଦଳରେ ସ୍ଥାନ ମିଳିଛି । 

ସେହିଭଳି ବୋଲିଂ ବିଭାଗକୁ ସମ୍ଭାଳିବା ପାଇଁ ଚୟନକର୍ତ୍ତା ଶ୍ରୀଲଙ୍କାର ଘାତକ ବୋଲର ଲାସିଥ ମାଲିଙ୍ଗା ଏବଂ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କୁ ମନୋନୀତ କରିଛନ୍ତି । ସେହିପରି ବ୍ୟାଟିଂ ବିଭାଗରେ ଜସ ବଟଲରଙ୍କୁ ଦଳରେ ସ୍ଥାନ ମିଳିଛି । 

ଟିମ
ରୋହିତ ଶର୍ମା, ହାସିମ ଅମ୍ଲା, ବିରାଟ କୋହଲି, ଏବି ଡିଭିଲିୟର୍ସ, ଶାକିବ ଅଲ ହାସନ, ଜଶ ବଟଲର, ଏମ ଏସ ଧୋନୀ(ଅଧିନାୟକ), ରାଶିଦ ଖାନ, ମିଶେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ ଏବଂ ଲାସିଥ ମାଲିଙ୍ଗା ।